ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ।

Spread the love


ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ ପାଳନ ସହ ୭ ଦିନିଆ ‘ଇକୋନୋମିକ ବ୍ଲକେଡ’ କରିବାକୁ ଦଳ ଘୋଷଣା କରିଛି। ଖଣି ଖନନ, ଖଣିଜ ଉତ୍ତୋଳନ ଏବଂ ଖଣିଜ ପରିବହନ ବନ୍ଦ ରଖିବାକୁ କଂଗ୍ରେସ ଆହୱାନ ଦେଇଛି।ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏନେଇ ରଣନୀତି ପ୍ରସ୍ତୁତ ହୋଇଛି। ବୈଠକରେ ମୋଟ ୭ଟି ପ୍ରସ୍ତାବ ପାରିତ ହୋଇଥିବାବେଳେ ‘ମୁଁ ନୁହେଁ, ଆମେ’ ନାରା ଦେଇ ସାମୂହିକ ଭାବେ ଆନ୍ଦୋଳନକୁ ଆଗକୁ ନେବା ଉପରେ ଜୋର ଦିଆଯାଇଛି। MMDR ଆକ୍ଟକୁ ନେଇ ସ୍ପଷ୍ଟତା, ଖଣିଜ ସମ୍ପଦର ପରିଚାଳନା ଏବଂ ଖଣି ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ କଂଗ୍ରେସ ଏହାର ପ୍ରମୁଖ ରାଜନୈତିକ ପ୍ରସଙ୍ଗ କରିଛି।ପିସିସି ସଭାପତି ଭକ୍ତଚରଣ ଦାସ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ଖଣିଜ ସମ୍ପଦର ଲୁଟ ପାଇଁ କେବଳ ବର୍ତ୍ତମାନର ସରକାର ନୁହେଁ, ପୂର୍ବତନ ବିଜେଡି ସରକାର ମଧ୍ୟ ଦାୟୀ। ଖଣି ପ୍ରସଙ୍ଗରେ ଉଭୟ ଦଳର ଭୂମିକାକୁ ନେଇ କଂଗ୍ରେସ ନିଜର ଆକ୍ରମଣ ଜାରି ରଖିବ ବୋଲି ସଙ୍କେତ ଦେଇଛି।
ଦଶହରା ପରେ ହେବାକୁ ଥିବା ବନ୍ଦ ପାଇଁ ତାରିଖ ଏବଂ ୭ ଦିନିଆ ଅର୍ଥନୈତିକ ଅବରୋଧର ବିସ୍ତୃତ କାର୍ଯ୍ୟକ୍ରମ ନେଇ ଦଳ ପକ୍ଷରୁ ପରବର୍ତ୍ତୀ ସମୟରେ ଅଧିକ ସୂଚନା ଦିଆଯିବ। ତେବେ କଂଗ୍ରେସର ଏହି ଘୋଷଣା ନେଇ ଏପର୍ଯ୍ୟନ୍ତ ରାଜ୍ୟ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

  • jmjnewso

    Related Posts

    ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ

    Spread the love

    Spread the love ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଓଡ଼ିଶା କଂଗ୍ରେସର ନବଗଠିତ କାର୍ଯ୍ୟକାରୀ କମିଟି ଓ କର୍ମକର୍ତ୍ତାଙ୍କ ପ୍ରଥମ ବୈଠକରେ ଦଳୀୟ ଏକତା ଓ ସଂଗଠନ ସୁଦୃଢ଼ କରିବା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। ଏଣିକି ‘ମୁଁ’ ନୁହେଁ,…

    ବିଜେଡିର ଡେଡଲାଇନ : ଆଜି ରାତି ସୁଦ୍ଧା ଇସ୍ତଫା ଦିଅ, ନହେଲେ ବିଧାନସଭା ଘେରାଉ

    Spread the love

    Spread the loveଭୁବନେଶ୍ବର :ଜେଏମଜେ ନ୍ୟୁଜ : ବିଧାନସଭା ଭିତରେ ଓ ବାହାରେ ସରକାରଙ୍କ ତୃଟି ବିରୋଧରେ ଆରମ୍ଭ ହେଲା ଜନଆନ୍ଦୋଳନ । ତୃଟିପୂର୍ଣ୍ଣ ପୁସ୍ତକ ପ୍ରିଣ୍ଟିଂ ବିରୋଧରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ ଶାଣିତ…

    Leave a Reply

    Your email address will not be published. Required fields are marked *

    You Missed

    ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ଉପଜିଲ୍ଲାପାଳ । କାର୍ଯ୍ୟ ସନ୍ତୋଷଜନକ ନ ଥିଲେ ପଦ ଯିବ!

    • By jmjnewso
    • September 23, 2026
    • 25 views
    ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ଉପଜିଲ୍ଲାପାଳ । କାର୍ଯ୍ୟ ସନ୍ତୋଷଜନକ ନ ଥିଲେ ପଦ ଯିବ!

    ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ।

    • By jmjnewso
    • September 23, 2026
    • 31 views
    ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ।

    ଅଶାନ୍ତ ସମୁଦ୍ର ରେ ବୁଡିଗଲା ଡ଼ଙ୍ଗା।

    • By jmjnewso
    • September 23, 2026
    • 21 views
    ଅଶାନ୍ତ ସମୁଦ୍ର ରେ ବୁଡିଗଲା ଡ଼ଙ୍ଗା।

    ପ୍ରବଳ ବର୍ଷିବ ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ : ଦୁଇ ଦିନ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ

    • By jmjnewso
    • September 22, 2026
    • 37 views
    ପ୍ରବଳ ବର୍ଷିବ ଆଲର୍ଟ, ବଢ଼ିଲା ଭୂସ୍ଖଳନ ଭୟ : ଦୁଇ ଦିନ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ

    ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ

    • By jmjnewso
    • September 22, 2026
    • 30 views
    ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବାକୁ ଆହ୍ବାନ

    SIRକୁ ନେଇ ଗଜପତି ରେ ଅସନ୍ତୋଷ, ଭୋଟର ତାଲିକାରୁ ବାଦ୍ ପଡ଼ିଲେ ତିବ୍ବତୀୟ, ପୁନଃବିଚାର ପାଇଁ ଦାବି

    • By jmjnewso
    • September 22, 2026
    • 25 views
    SIRକୁ ନେଇ  ଗଜପତି ରେ ଅସନ୍ତୋଷ, ଭୋଟର ତାଲିକାରୁ ବାଦ୍ ପଡ଼ିଲେ ତିବ୍ବତୀୟ, ପୁନଃବିଚାର ପାଇଁ ଦାବି