ଜେଏମଜେ ବ୍ୟୁରୋ : ବିଧାନସଭା ଘେରିବାକୁ ବିଜେଡିର ରଣହୁଙ୍କାର । ଗାନ୍ଧିମାର୍ଗରେ ଗର୍ଜୁଛି ବିଜେଡି ଛାତ୍ର ଓ ଯୁବ ଜନତା ଦଳ । ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଗଣ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ବିଧାନସଭା ଆଡ଼କୁ ବମାଡ଼ି ଯାଉଥିବାବେଳେ ବ୍ୟାରିକେହ୍ ନିକଟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛିବିଧାନସଭା ସମ୍ମୁଖରେ ନାରାବାଜି ଦେଇ ଆଗକୁ ବଢ଼ୁଥିବା ଦେଖିବାକୁ ମିଳିଛି ।

ବ୍ୟାରିକେଡ୍ ଉପରେ ବିଜେଡି କର୍ମୀମାନେ ଚଢ଼ୁଥିବାବେଳେ ପୁଲିସ ଅଟକାଉଥିଲା । ଯାହାକୁ ନେଇ ପୁଲିସ ସହ ଯୁକ୍ତିତର୍କ ପରିସ୍ଥିତି ସୃଷ୍ଟି ହୋଇଛି । କିଛି ବିଜେଡି କର୍ମୀଙ୍କୁ ପୁଲିସ ଉଠାଇ ନେଉଥିବାବେଳେ ଆନ୍ଦୋଳନ ଜାରି ରହିଛି । ତେବେ ଉଠାଇ ନେଉଥିବା ନେତା ମଧ୍ୟରେ ବିଧାୟକ, ପୂର୍ବତନ ମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତା ମଧ୍ୟ ରହିଛନ୍ତି ।

ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରୁ ହୋହାଲ୍ଲା । MMDR ବିଲ୍ ପ୍ରତ୍ୟାହାର ଦାବିରେ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା । ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗ୍ୟରେ କଂଗ୍ରେସ ସଦସ୍ୟଙ୍କ ନାରାବାଜି । ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିଜେଡିର ନାରାବାଜି । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ।






