୨୮ରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଶାଳ ବିକ୍ଷୋଭ କରିବ ବିଜେଡି

Spread the love

ଭୁବନେଶ୍ୱର:ଜେଏମଜେ ନ୍ୟୁଜ : MMDR ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତା ସେପ୍ଟେମ୍ବର ୨୮ରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଶାଳ ବିକ୍ଷୋଭ କରିବ ବିଜୁ ଜନତା ଦଳ (ବିଜେଡି)। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି।ଦେବୀ ମିଶ୍ର କହିଛନ୍ତି, ବିଜେଡି ସୁପ୍ରିମୋ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଆନ୍ଦୋଳନର ନେତୃତ୍ୱ ନେବେ।

MMDR ସଂଶୋଧନ ଆଇନ ଆସିବା ଦିନଠାରୁ ବିଜେଡି ଏହାକୁ ବିରୋଧ କରିଆସୁଛି। ଦଳର ଅଭିଯୋଗ ହେଉଛି, ଏହି ସଂଶୋଧନ ଆଇନ ଖଣି ଓ ଖଣିଜ ସମ୍ପଦ ଥିବା ଜମି ଉପରେ ରାଜ୍ୟଗୁଡ଼ିକର ଅଧିକାରକୁ କମାଇ ଦେଉଛି। ଏହା ଦେଶର ସଂଘୀୟ ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଛି ବୋଲି ବିଜେଡି କହିଛି।୨୦୨୪ ଜୁଲାଇ ୨୫ରେ ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦେଇଥିବା ରାୟକୁ ଉଲ୍ଲେଖ କରି ପ୍ରତାପ ଜେନା କହିଛନ୍ତି ଯେ, ଖଣି ଓ ଖଣିଜ ସମ୍ପଦ ଉପରେ ରାଜ୍ୟ ସରକାର ଟିକସ ଲାଗୁ କରିପାରିବେ ବୋଲି କୋର୍ଟ କହିଥିଲେ।

୨୦୨୪ ଜୁଲାଇ ୨୫ରେ ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦେଇଥିବା ରାୟକୁ ଉଲ୍ଲେଖ କରି ପ୍ରତାପ ଜେନା କହିଛନ୍ତି ଯେ, ଖଣି ଓ ଖଣିଜ ସମ୍ପଦ ଉପରେ ରାଜ୍ୟ ସରକାର ଟିକସ ଲାଗୁ କରିପାରିବେ ବୋଲି କୋର୍ଟ କହିଥିଲେ।ସଂଶୋଧିତ ଆଇନକୁ ନେଇ ବିଜେଡି ପକ୍ଷରୁ ଲଗାତାର ବିରୋଧ ଓ ଅଭିଯାନ ଚାଲିଛି। ଏହି ଆଇନ ପ୍ରତ୍ୟାହାର ଦାବିକୁ ଆହୁରି ଜୋରଦାର କରିବା ପାଇଁ ସେପ୍ଟେମ୍ବର ୨୮ରେ ଲୋୟର ପିଏମ୍‌ଜିରେ ବିକ୍ଷୋଭ କରିବାକୁ ଦଳ ନିଷ୍ପତ୍ତି ନେଇଛି।

  • jmjnewso

    Related Posts

    ଗାନ୍ଧି ମାର୍ଗରେ ବିଜେଡିର ରଣହୁଙ୍କାର, ପୁଲିସ ସହ ଧସ୍ତାଧସ୍ତି

    Spread the love

    Spread the loveଜେଏମଜେ ବ୍ୟୁରୋ : ବିଧାନସଭା ଘେରିବାକୁ ବିଜେଡିର ରଣହୁଙ୍କାର । ଗାନ୍ଧିମାର୍ଗରେ ଗର୍ଜୁଛି ବିଜେଡି ଛାତ୍ର ଓ ଯୁବ ଜନତା ଦଳ । ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଗଣ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ…

    ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ।

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ ପାଳନ ସହ ୭ ଦିନିଆ…

    Leave a Reply

    Your email address will not be published. Required fields are marked *

    You Missed

    କଳାହାଣ୍ଡିରେ ତୁହାକୁ ତୁହା ବର୍ଷା : ହାତୀ ନଦୀରେ ବନ୍ୟା ସ୍ଥିତି

    • By jmjnewso
    • September 24, 2026
    • 15 views
    କଳାହାଣ୍ଡିରେ ତୁହାକୁ ତୁହା ବର୍ଷା : ହାତୀ ନଦୀରେ ବନ୍ୟା ସ୍ଥିତି

    ୨୮ରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଶାଳ ବିକ୍ଷୋଭ କରିବ ବିଜେଡି

    • By jmjnewso
    • September 24, 2026
    • 19 views
    ୨୮ରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଶାଳ ବିକ୍ଷୋଭ କରିବ ବିଜେଡି

    ପାଣି ଘେରରେ ତାଳସର ଗ୍ରାମ :ପରିସ୍ଥିତି ଅନୁଧ୍ୟାନ କଲେ କୋଦଳା ତହସିଲଦାର

    • By jmjnewso
    • September 24, 2026
    • 24 views
    ପାଣି ଘେରରେ ତାଳସର ଗ୍ରାମ :ପରିସ୍ଥିତି ଅନୁଧ୍ୟାନ କଲେ କୋଦଳା ତହସିଲଦାର

    BLO ଙ୍କୁ ବାର୍ଷିକ ମିଳିବ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା

    • By jmjnewso
    • September 24, 2026
    • 10 views
    BLO ଙ୍କୁ ବାର୍ଷିକ ମିଳିବ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା

    ବାଲି ମାଫିଆଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ଖୋର୍ଦ୍ଧାରୁ ସର୍ବାଧିକ ୧୧ କୋଟିରୁ ଅଧିକ ଜରିମାନା ଆଦାୟ

    • By jmjnewso
    • September 24, 2026
    • 17 views
    ବାଲି ମାଫିଆଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ଖୋର୍ଦ୍ଧାରୁ ସର୍ବାଧିକ ୧୧ କୋଟିରୁ ଅଧିକ ଜରିମାନା ଆଦାୟ

    ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

    • By jmjnewso
    • September 24, 2026
    • 32 views
    ବାରିକ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ