୨୮ରୁ ୩ ଦିନିଆ ଧର୍ମଘଟ : ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ

Spread the love

ନୂଆଦିଲ୍ଲୀ: ଜେଏମଜେ ନ୍ୟୁଜ :ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତୀ। ଆସନ୍ତା ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ। ସୋମବାର ୨୮ ତାରିଖରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ହେବ। ଗ୍ରାହକଙ୍କ ସୁବିଧା ଏବଂ ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି ରବିବାର ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି। ଏନେଇ ସରକାର ଘୋଷଣା କରିଛନ୍ତି।ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକ ପକ୍ଷରୁ ସପ୍ତାହକୁ ଦୁଇ ଦିନ ଛୁଟି ଦାବି କରାଯାଉଛି। ଏହି ଦାବିକୁ ନେଇ ଆସନ୍ତା ୨୮ ତାରିଖରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ପାଇଁ ଡାକରା ଦିଆଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ କହିଛି ଯେ, ସେପ୍ଟେମ୍ବର ୨୮ ରୁ ୩୦ ମଧ୍ୟରେ ବ୍ୟାଙ୍କ ୟୁନିଅନ୍‌ଗୁଡ଼ିକ ଦ୍ୱାରା ଡକାଯାଇଥିବା ତିନି ଦିନିଆ ଧର୍ମଘଟ ଯୋଗୁଁ ଜନସାଧାରଣଙ୍କ ବ୍ୟାଙ୍କ ସମ୍ବନ୍ଧୀୟ ଯଥାର୍ଥ ଆବଶ୍ୟକତା ଯେପରି ପ୍ରଭାବିତ ନ ହୁଏ, ତାହା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକ ପକ୍ଷରୁ ସପ୍ତାହକୁ ଦୁଇ ଦିନ ଛୁଟି ଦାବି କରାଯାଉଛି। ଏହି ଦାବିକୁ ନେଇ ଆସନ୍ତା ୨୮ ତାରିଖରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ପାଇଁ ଡାକରା ଦିଆଯାଇଛି। ଧର୍ମଘଟ ଯୋଗୁଁ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ, ତା’ ପୂର୍ବରୁ ରବିବାର ଦିନ ବ୍ୟାଙ୍କ ଖୋଲା ରଖାଯାଉଛି। ଏହା ଫଳରେ ଗ୍ରାହକମାନେ ଧର୍ମଘଟ ପୂର୍ବରୁ ନିଜର ଆବଶ୍ୟକ ବ୍ୟାଙ୍କିଂ କାର୍ଯ୍ୟ ସାରିପାରିବେ।

ଭାରତୀୟ ରିଜର୍ଭ ବ୍ୟାଙ୍କ ୨୭ ତାରିଖରେ ସମସ୍ତ ବ୍ୟାଙ୍କ ଶାଖା, କାର୍ଯ୍ୟାଳୟ, ଏଟିଏମ୍-ସଂଯୁକ୍ତ ଶାଖା ଏବଂ କରେନ୍ସି ଚେଷ୍ଟ (ମୁଦ୍ରା ଭଣ୍ଡାର) ଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବା ପାଇଁ ଅନୁମତି ପ୍ରଦାନ କରିଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ, “ବ୍ୟାଙ୍କ ଗ୍ରାହକଙ୍କ କଲ୍ୟାଣ ଏବଂ ସୁବିଧା ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ବୋଲି ବିଭାଗ ପୁନର୍ବାର ଦୋହରାଇଛି। ସରକାର ଏବଂ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ କର୍ମଚାରୀ ସଂଘଗୁଡ଼ିକୁ ପ୍ରସ୍ତାବିତ ଧର୍ମଘଟ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି ଏବଂ ଅତ୍ୟାବଶ୍ୟକ ବ୍ୟାଙ୍କିଙ୍ଗ୍ ସେବା ଯେପରି ନିର୍ବିଘ୍ନରେ ଜାରି ରହିବ, ତାହା ସୁନିଶ୍ଚିତ କରିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି।”

  • jmjnewso

    Related Posts

    ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ:5 ଦିନ ବନ୍ଦ ରହିବ ବ୍ୟାଙ୍କ

    Spread the love

    Spread the loveଜେଏମଜେ ବ୍ୟୁରୋ : ସେପ୍ଟେମ୍ବର ମାସ ଶେଷ ବେଳକୁ 5 ଦିନ ବନ୍ଦ ରହିବ ବ୍ୟାଙ୍କ । ଯଦି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) କିମ୍ବା ଅନ୍ୟ କୌଣସି ସରକାରୀ ବ୍ୟାଙ୍କରେ ଆପଣଙ୍କର କୌଣସି ଜରୁରୀ କାମ…

    ରାଜ୍ୟରେ ସରିଲା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ : ବାଦ ପଡିଲେ ୨୦ ଲକ୍ଷ ୫୬ ହଜାର ଭୋଟର

    Spread the love

    Spread the loveଭୁବନେଶ୍ବର: ଜେଏମଜେ ନ୍ୟୁଜ : ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା SIR ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଓଡ଼ିଶାରେ ପ୍ରାୟ ୪ ମାସ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ଦୁଇଟି…

    Leave a Reply

    Your email address will not be published. Required fields are marked *

    You Missed

    ୨୮ରୁ ୩ ଦିନିଆ ଧର୍ମଘଟ : ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ

    • By jmjnewso
    • September 23, 2026
    • 19 views
    ୨୮ରୁ ୩ ଦିନିଆ ଧର୍ମଘଟ : ୨୭ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ

    ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା: ୧୧୫ ପୌରସଂସ୍ଥାକୁ ନୋଟିସ୍: ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ.

    • By jmjnewso
    • September 23, 2026
    • 23 views
    ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା: ୧୧୫ ପୌରସଂସ୍ଥାକୁ ନୋଟିସ୍: ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ.

    ମନ୍ଥର ଗତିରେ ମାଡ଼ି ଆସୁଛି ଗଭୀର ଅବପାତ: ଆଜି ରାତିରେ କଳିଙ୍ଗପଟ୍ଟନମ ନିକଟରେ ଛୁଇଁବ ଉପକୂଳ

    • By jmjnewso
    • September 23, 2026
    • 30 views
    ମନ୍ଥର ଗତିରେ ମାଡ଼ି ଆସୁଛି ଗଭୀର ଅବପାତ: ଆଜି ରାତିରେ କଳିଙ୍ଗପଟ୍ଟନମ ନିକଟରେ ଛୁଇଁବ ଉପକୂଳ

    ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ୩୮୧ ଅଗ୍ନିଶମ ଟିମ୍ ସଜାଗ

    • By jmjnewso
    • September 23, 2026
    • 30 views
    ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ୩୮୧ ଅଗ୍ନିଶମ ଟିମ୍ ସଜାଗ

    ତାଳସରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ।

    • By jmjnewso
    • September 23, 2026
    • 37 views
    ତାଳସରରେ ଜାତୀୟ ଆୟୁର୍ବେଦ ଦିବସ ପାଳିତ ।

    କନ୍ୟାରୀବାଡିରେ ପାନୀୟ ଜଳ ଯୋଗାଣ ଠପ୍

    • By jmjnewso
    • September 23, 2026
    • 31 views
    କନ୍ୟାରୀବାଡିରେ ପାନୀୟ ଜଳ ଯୋଗାଣ ଠପ୍