କବିସୂର୍ଯ୍ୟନଗର : ଜେଏମଜେ ବ୍ୟୁରୋ : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଜନିତ ଗଞ୍ଜାମ ଜିଲ୍ଲା ର ଚାଷୀ ଙ୍କ ପାଇଁ ଆଣିଛି ଦୁଃଖ l ଦୀର୍ଘ ଚାରି ଦିନ ଧରି ଲାଗିରହିଥିବା ବର୍ଷା ଶୁକ୍ରବାର ଠାରୁ ଛାଡ଼ିଯାଇଛି ସତ। ହେଲେ ଦେଇଯାଇଛି ଅନେକ ଯନ୍ତ୍ରଣା।

ଜିଲ୍ଲାର ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ନିକଟରେ ବାଘୁଆ ନଦି ବାନ୍ଧ ଭାଙ୍ଗିବା ଯୋଗୁଁ ତିରିଶି ଫୁଟର ଘାଇ ସୃଷ୍ଟି ହେବା ସହ ବନ୍ୟା ଜଳ ଚାଷ ଜମିରେ ମାଡିଯାଇଛି l ଯାହାର ପ୍ରଭାବ ଆଖପାଖ ବହୁ ପଞ୍ଚାୟତ ରେ ଦେଖିବାକୁ ମିଳିଛି l ବନ୍ୟାଜଳ କବିସୂର୍ଯ୍ୟନଗର ବ୍ଲକ ଭେଟସିଙ୍ଗି, ସୁନାରିଝୋଳା, ପୁରୁଷୋତ୍ତମପୁର ବ୍ଲକ ଟଙ୍କାଛାଇ, ଆମ୍ବିଳାପଲ୍ଲୀ ଭଳି ଗ୍ରାମର ସହ ସହ ଏକର ଚାଷ ଜମିରେ ମାଡିଯାଇଛି l ବର୍ଷା ଛାଡିବାର ଗୋଟିଏ ଦିନ ବିତିଥିଲେ ମଧ୍ୟ ପାଣି ର ସୁଅ କମିବାର ନାଧରୁନି l ଆଜି ଭେଟସିଙ୍ଗି ଠାକୁରାଣୀ ମନ୍ଦିର ନିକଟ ମୁଖ୍ୟ ରାସ୍ତା ଉପରେ ଦୁଇ ଫୁଟ ଉଚର ବନ୍ୟଜଳ ପ୍ରଭାବିତ ହୋଇଉଛି l ବନ୍ୟଜଳ ମନ୍ଦିର ଭିତରେ ମଧ୍ୟ ପଶିଥିବା ବେଳେ ବନ୍ୟା ଜଳ ଦିନରୁ ଦୁଇଦିନ ମଧ୍ୟରେ ନକମିଲେ ଫସଲ ସମ୍ପୂର୍ଣ ନଷ୍ଟ ହେବାନେଇ କହିଛନ୍ତି ଚାଷୀ।

ସେହିଭଳି ଧନେଇ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ କବିସୂର୍ଯ୍ୟନଗର ବ୍ଲକ ର ନନ୍ଦିଆଗଡା,ହିଣ୍ଡଳ, ଡ଼େଙ୍ଗାପଦର,ବୋରସିଙ୍ଗି, ବଡ଼ଚଢିଆପଡା,ଶିଆଳିଆ ଭଳି ଅଞ୍ଚଳର ଶହ ଶହ ଏକର ଚାଷ ଜମି ରେ ବନ୍ୟଜଳ ଲହଡି ଭାଙ୍ଗୁଛି l ଚାଷ ଜମିରେ ପାଣି ଲହଡି ଦେଖି ଚାଷୀ ପୁରା ଭାଙ୍ଗି ପଡିଛି l ଅନ୍ୟପଟେ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଭେଟସିଙ୍ଗି ଗ୍ରାମରେ ପହଞ୍ଚିଛନ୍ତି ଆସିକା ବିଧାୟକ। ସମସ୍ତ ଅଧିକାରୀ ଙ୍କୁ ନେଇ ବନ୍ୟା ପଣିରେ ବୁଲିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି l ଯଥା ଶୀଘ୍ର କ୍ଷୟ କ୍ଷତି ର ଆକଳନ କରାଯାଇ କ୍ଷତି ପୂରଣ ଯୋଗାଇଦିଆଯିବ ବୋଲି କହିଛନ୍ତି ବିଧାୟକ।

ତେବେ ବର୍ଷା ପ୍ରଭାବରେ ହୋଇଥିବା କ୍ଷୟ କ୍ଷତି ର ଆକଳନ କରାଯାଇ ଚାଷୀ ଙ୍କୁ କ୍ଷାତି ପୂରଣ ଯୋଗାଇବା କୁ ସାଧାରଣରେ ଦାବି କରାଯାଇଛି।







