MMDRକୁ ନେଇ ଗର୍ଜିଲେ ନବୀନ, “ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ଵାସ ଯାଏଁ ଲଢିବି”

Spread the love


ଭୁବନେଶ୍ୱର : ଜେଏମଜେ ନ୍ୟୁଜ : MMDRକୁ ନେଇ ଗର୍ଜିଲା ବିଜେଡି । ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ ସହ ବିଧାନସଭା ଘେରାଉ କରୁଛି BJD । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେଡି ନେତ୍ରୀ ସୁଜାତା ରାଉତ ନେତୃତ୍ଵ ନେଇଛନ୍ତି । MMDR ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ପ୍ରତି ଜିଲ୍ଲାକୁ ବ୍ୟାପିବ ବୋଲି ବିଜେଡି କହିଛି ।
ନବୀନ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ଏବଂ ସାଢେ ଚାରି କୋଟି ଓଡ଼ିଆଙ୍କ ହକ୍ ପାଇଁ ଆମେ ଆଜି ଏକାଠି ହୋଇଛେ । ଜେନ୍-ଜିଙ୍କ ଭବିଷ୍ୟତ ପାଇଁ ଆମେ ଏ ଲଢେଇ ଲଢୁଛେ । MMDR ସଂଶୋଧିତ ବିଲ୍ ଏକ ସାଧାରଣ ବିଲ୍ ନୁହେଁ । ରାଜ୍ୟର ଅଧିକାର ସହ ଏ ବିଲ୍ ଜଡିତ । ଓଡ଼ିଶାର ଖଣି, ଓଡ଼ିଶାର ଜମି ଉପରେ ଓଡ଼ିଶାବାସୀ ହେଉଛନ୍ତି ମାଲିକ । ଦୁଃଖର କଥା ବିନା ଆଲୋଚନାରେ ଏ ଭଳି ଗୁରୁତ୍ଵପୂର୍ଣ୍ଣ ବିଲ୍ ପାସ୍ ହୋଇଗଲା । କାହା ସ୍ୱାର୍ଥରେ ଆମର ୨୦ ଜଣ ବିଜେପି ଏମପି ଚୁପ ବସିଲେ ? ଓଡ଼ିଶା ସରକାର ବି ଚୁପ୍ ରହିଲେ ।

ନବୀନ ପୁଣି କହିଛନ୍ତି ଯେ, ବିଧାନସଭାରେ ସ୍ଵତନ୍ତ୍ର ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି, କିନ୍ତୁ ଉତ୍ତର ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ MMDRକୁ ବିରୋଧ କରି ରିଜୋଲ୍ୟୁସନ ପାଇଁ ପୁଣି ଚିଠି ଲେଖିଲି, କିନ୍ତୁ ଉତ୍ତର ନାହିଁ । ଏହି ବିଲ୍ ପାଇଁ ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା କ୍ଷତି ସହିବ । ଓଡ଼ିଶାର ସ୍ୱାର୍ଥ ପାଇଁ ସରକାର ନୀରବ କାହିଁକି ? ମାଟି ଠାରୁ ପାର୍ଟି କେବେ ବି ବଡ଼ ହୋଇପାରିବ ନାହିଁ । ଏ ମାଟିକୁ ଧୋକା ଦେଲେ ସବୁ ଦିନ ପାଇଁ ନିନ୍ଦା ମିଳିବ । ଜେନ୍-ଜି ଆପଣଙ୍କୁ କ୍ଷମା ଦେବେ ନାହିଁ । ଓଡିଶାବାସୀ କ୍ଷମା ଦେବେନାହିଁ । ଓଡ଼ିଶାର ଅଧିକାର ପାଇଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଲଢିବି । ସବୁ ଦଳଙ୍କୁ ମୋର ଅନୁରୋଧ, ଏ ଲଢେଇରେ ସାମିଲ ହୁଅନ୍ତୁ। ଆମେ ଲଢ଼ିବା, ଆମ ହକ ଫେରାଇ ଆଣିବା ।ସେପଟେ MMDRକୁ ନେଇ ବିଜେଡି ଆନ୍ଦୋଳନ ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ବିଜେଡି ସବୁବେଳେ ବିରୋଧ କରେ, GST ଲାଗୁ ହେବା ସମୟରେ GSTକୁ ବିରୋଧ କରୁଥିଲେ । ୧୫ ହଜାର କୋଟି ଟଙ୍କା ହେଉଛି, ଆମକୁ ଅଧିକ ଟଙ୍କା ପାଇବା ଦରକାର, ୬୧ ହଜାର କୋଟି ଟଙ୍କା ମିଳିଲା ସେମାନେ ଚୁପ୍ ହେଲେ । ଖଣିରେ ୪ ହଜାର କୋଟି ମିଳୁଥିଲା, ୫ ହଜାର କୋଟି ବି ମିଳୁ ନଥିଲା । ୨୦୧୪ ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୫ ରେ ପ୍ରଧାନମନ୍ତ୍ରୀ ପଲିସି ଆଣିବା ପରେ ଆମ ରାଜ୍ୟ କ୍ଷତି ସହିବ ବୋଲି ସେମାନେ ଅଭିଯୋଗ କରୁଥିଲେ । ଏବେ ଆମେ ୫୪ ରୁ ୫୬ ହଜାର କୋଟି ପର୍ଯ୍ୟନ୍ତ ପାଉଛନ୍ତି । ସେମାନେ ବିରୋଧ କଣ ପାଇଁ କରୁଛନ୍ତି ବୁଝି ହେଉନି । ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ହୋଇଥିଲେ ଦାୟିତ୍ୱ ସମ୍ପନ୍ନ ବ୍ୟବହାର କରିଥାନ୍ତେ । ଆଉ କଣ କରାଯାଇପାରିବ, ସେମାନେ ସରକାରଙ୍କୁ ପ୍ରସ୍ତାବ ଦିଅନ୍ତେ ।

  • jmjnewso

    Related Posts

    ବୌଦ୍ଧ ବିଧାୟକଙ୍କ ବିରୋଧରେ ଗିରଫ ପରୱାନା !

    Spread the love

    Spread the loveବୌଦ୍ଧ : ଜେଏମଜେ ନ୍ୟୁଜ : ୨୦୨୪ ବିଧାନସଭା ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ (ଆଫିଡେଭିଟ୍) ଦାଖଲ କରିଥିବା ଅଭିଯୋଗ ସମ୍ପର୍କିତ ଏକ ମାମଲାରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କ ବିରୋଧରେ ସ୍ଥାନୀୟ କୋର୍ଟ ଗିରଫ ପରୱାନା…

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତାରା ବାହିନୀପତି: ଚାଷୀଙ୍କ ଋଣ ଛାଡ଼, ପେପର ମିଲ୍ ପୁନରୁଦ୍ଧାର ପାଇଁ କଲେ ଦାବି

    Spread the love

    Spread the loveକୋରାପୁଟ : ଜେଏମଜେ ନ୍ୟୁଜ : କୋରାପୁଟ ଜିଲ୍ଲାର ବର୍ଷା ଓ ବନ୍ୟା ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିବା ପାଇଁ ଆଜି (ରବିବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୟପୁର ଗସ୍ତରେ ଆସିଥିଲେ। ଏହି ଅବସରରେ ସ୍ଥାନୀୟ ବିଧାୟକ…

    Leave a Reply

    Your email address will not be published. Required fields are marked *

    You Missed

    MMDRକୁ ନେଇ ଗର୍ଜିଲେ ନବୀନ, “ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ଵାସ ଯାଏଁ ଲଢିବି”

    • By jmjnewso
    • September 28, 2026
    • 22 views
    MMDRକୁ ନେଇ ଗର୍ଜିଲେ ନବୀନ, “ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ଵାସ ଯାଏଁ ଲଢିବି”

    ଆଜି ବି ଗୃହ ଅଚଳ : ଅପରାହ୍ନ ୪ଟା ଯାଏଁ ମୁଲତବୀ

    • By jmjnewso
    • September 28, 2026
    • 16 views
    ଆଜି ବି ଗୃହ ଅଚଳ : ଅପରାହ୍ନ ୪ଟା ଯାଏଁ ମୁଲତବୀ

    ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

    • By jmjnewso
    • September 27, 2026
    • 42 views
    ଆକାଶମାର୍ଗରୁ ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

    ବୌଦ୍ଧ ବିଧାୟକଙ୍କ ବିରୋଧରେ ଗିରଫ ପରୱାନା !

    • By jmjnewso
    • September 27, 2026
    • 54 views
    ବୌଦ୍ଧ ବିଧାୟକଙ୍କ ବିରୋଧରେ ଗିରଫ ପରୱାନା !

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତାରା ବାହିନୀପତି: ଚାଷୀଙ୍କ ଋଣ ଛାଡ଼, ପେପର ମିଲ୍ ପୁନରୁଦ୍ଧାର ପାଇଁ କଲେ ଦାବି

    • By jmjnewso
    • September 27, 2026
    • 53 views
    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତାରା ବାହିନୀପତି: ଚାଷୀଙ୍କ ଋଣ ଛାଡ଼, ପେପର ମିଲ୍ ପୁନରୁଦ୍ଧାର ପାଇଁ କଲେ ଦାବି

    ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହରତାଳ: ଚାଲିବନି UPI , ATM?

    • By jmjnewso
    • September 27, 2026
    • 37 views
    ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହରତାଳ: ଚାଲିବନି UPI , ATM?