ରାୟଗଡ : ଜେଏମଜେ ନ୍ୟୁଜ (ସୁପ୍ରିୟା ଷଡ଼ଙ୍ଗୀ ): – ରାୟଗଡ଼ ଜିଲ୍ଲାର କଂଗ୍ରେସ ଦଳ ପକ୍ଷରୁ
ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ଅଭିଯୋଗକୁ ନେଇ ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ପଦଯାତ୍ରା କରଯାଇଛି। ଭାରତର ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀକୁ ନେଇ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ସମୟରେ ଗୁରୁତର ପ୍ରଶ୍ନ ଉଠାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କ କାର୍ଯ୍ୟ ପ୍ରଣାଳୀ ଏବଂ ନିର୍ବାଚନ ସମ୍ପର୍କିତ କେତେକ ଘଟଣାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଅନିୟମିତତାର ଅଭିଯୋଗ ଉଠାଯାଇଛି। ଏନେଇ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ସମୟରେ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରାଯାଇଥିବା ଦାବି କରାଯାଇଛି। ବର୍ତ୍ତମାନ ଦୁଇ ସହଯୋଗୀ କମିଶନ ୧୪ଥର ଲିଖିତ ଅଭିଯୋଗ କରିବା ନେଇ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି ।ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜ୍ଞାନେଶ କୁମାରଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ପଦଯାତ୍ରାରେ ବାହାରିଥିଲେ କଂଗ୍ରେସ କର୍ମୀ।୧୧.୦୦ ଘଣ୍ଟିକା ସମୟରେ ଘେରାଉ, ଧାରଣା,ପ୍ରତିବାଦ ଏବଂ କୁଶପୁତ୍ତଳିକା ଦାହ କରାଯିବା ସହିତ ଜିଲ୍ଲାପାଳଙ୍କୁ ନିର୍ବାଚନ ଅଧିକାରି ଗ୍ୟାନେଶ କୁମାର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମହାମହିମ ରାଷ୍ଟ୍ରପତି ଦ୍ରପଦି ମୁର୍ମୁ ଏବଂ ରାଜ୍ୟ ପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l






