ନେଇ ବିଜେଡିର ଆନ୍ଦୋଳନ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବିରୋଧୀ ଦଳ ଭାବେ ବିଜେଡି ଦାୟିତ୍ୱସମ୍ପନ୍ନ ଆଚରଣ କରିବା ସହ ସରକାରଙ୍କୁ ପ୍ରସ୍ତାବ ଦେବା ଉଚିତ୍ ବୋଲି ସେ କହିଛନ୍ତି ।ମନମୋହନ କହିଛନ୍ତି, ବିଜେଡି ସବୁବେଳେ ବିରୋଧ କରିଆସିଛି । GST ଲାଗୁ ହେବା ସମୟରେ ମଧ୍ୟ ଦଳ ବିରୋଧ କରୁଥିଲା ବୋଲି ସେ ଦାବି କରିଛନ୍ତି ।
ଖଣି ଓ ରାଜସ୍ୱ ପ୍ରସଙ୍ଗରେ ମଧ୍ୟ ପୂର୍ବରୁ ବିଜେଡି ପକ୍ଷରୁ ଆପତ୍ତି ଉଠାଯାଇଥିବା ସେ କହିଛନ୍ତି । ମନମୋହନଙ୍କ କହିବା ଅନୁସାରେ, ୨୦୧୪ ପରେ କେନ୍ଦ୍ର ସରକାରଙ୍କ ଖଣି ନୀତିକୁ ନେଇ ଓଡ଼ିଶା କ୍ଷତି ସହିବ ବୋଲି ବିରୋଧୀ ଆଶଙ୍କା ପ୍ରକାଶ କରିଥିଲେ। ଏବେ ରାଜ୍ୟକୁ ଖଣି କ୍ଷେତ୍ରରୁ ଅଧିକ ରାଜସ୍ୱ ମିଳୁଛି ବୋଲି ସେ ଦାବି କରିଛନ୍ତି। ତେବେ ଏହି ଦାବିଗୁଡ଼ିକ ନେଇ ନିର୍ଦ୍ଦିଷ୍ଟ ହିସାବ ଓ ତଥ୍ୟ ଦେବା ଆବଶ୍ୟକ ବୋଲି ମନମୋହନ କହିଛନ୍ତି ।
MMDR Amendment Actକୁ ନେଇ ବିଜେଡି ଆନ୍ଦୋଳନ କରିବା ପରିବର୍ତ୍ତେ ସରକାରଙ୍କୁ ପ୍ରସ୍ତାବ ଦେବା ଉଚିତ୍ ଥିଲା ବୋଲି ସେ କହିଛନ୍ତି। “ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ହୋଇଥିଲେ ଦାୟିତ୍ୱସମ୍ପନ୍ନ ବ୍ୟବହାର କରିଥାନ୍ତେ। ସରକାରଙ୍କୁ ପ୍ରସ୍ତାବ ଦେଇଥାନ୍ତେ, ଆଉ କଣ କରାଯାଇପାରିବ” ବୋଲି ମନମୋହନ କହିଛନ୍ତି ।
ସୂଚନାଯୋଗ୍ୟ, MMDR Amendment Act, 2026କୁ ନେଇ ବିଜେଡି ଲଗାତାର ବିରୋଧ କରୁଛି। ରାଜ୍ୟର ଖଣିଜ ସମ୍ପଦ ଓ ଖଣିଜ ଜମି ଉପରେ ରାଜ୍ୟର ଅଧିକାର ଏବଂ ରାଜସ୍ୱ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି BJDର ଦାବି। ଅଗଷ୍ଟରେ ଦଳ ସଂସଦରେ ମଧ୍ୟ ବିଲ୍କୁ ବିରୋଧ କରିଥିଲା।
ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ବିଧାନସଭାରେ ମଧ୍ୟ ଗତ କିଛି ଦିନ ଧରି ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରତିବାଦ କରୁଛନ୍ତି। ଫଳରେ ଗୃହ କାର୍ଯ୍ୟ ଏକାଧିକ ଥର ବାଧାପ୍ରାପ୍ତ ହୋଇଛି ।






