ଜେଏମଜେ ବ୍ୟରୋ : ବିଜେଡିର ରଣହୁଙ୍କାର। ମାଷ୍ଟରକ୍ୟାଣ୍ଟିନରୁ ପିଏମଜି ଛକ ଲୋକାରଣ୍ୟ। ଶକ୍ତି ପ୍ରଦର୍ଶନ କଲା ବିଜୁ ଜନତା ଦଳ। ବିଧାନସଭା ଘେରାଉ ବେଳେ ହଜାର ହଜାର କର୍ମୀ ଏକାଠି। ସଂଶୋଧିତ ଏମ୍ଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ବିଜେଡିର ବିଶାଳ ଗଣବିକ୍ଷୋଭ। ସମସ୍ତ ସାଂସଦ, ବିଧାୟକ, ନେତା ଓ କର୍ମୀ ଏକାଠି ହୋଇ ବିଜେପି ସରକାର ବିରୋଧରେ କରିଛନ୍ତି ଗର୍ଜନ।ଖଣି ଆଇନ ସଂଶୋଧନ ଦ୍ୱାରା ରାଜ୍ୟର ସ୍ୱାର୍ଥ ସହ କରାଯାଇଛି ସାଲିସ। ରାଜ୍ୟର କ୍ଷମତାକୁ ସଙ୍କୁଚିତ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖଣି କମ୍ପାନୀ ଠାରୁ ଲକ୍ଷେ କୋଟି ଆଦାୟ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଆଇନ ସଂଶୋଧନ ଯୋଗୁଁ ଖଣି କମ୍ପାନୀ ଉପରେ ନିଜସ୍ୱ ଟିକସ ଲଗାଇବାର କ୍ଷମତା ହରାଇଛି ରାଜ୍ୟ। ଏହାଦ୍ୱାରା ରାଜ୍ୟ ବର୍ଷକୁ ପ୍ରାୟ ୧୨ ହଜାର କୋଟି ଟଙ୍କା ହରାଇବ। ତେଣୁ ଏହି କଳା ଆଇନକୁ ପ୍ରତ୍ୟାହାର ଦାବିରେ ବିଶାଳ ବିକ୍ଷୋଭ କରିଛି ବିଜେଡି। ଆରମ୍ଭରୁ ବିଜେଡି ସଂଶୋଧିତ ଏମ୍ଏମ୍ଡିଆର୍ ଆଇନର ବିରୋଧ କରୁଥିବା ବେଳେ, ଆଜି ଲୋୟର ପିଏମଜିରେ ଶକ୍ତି ପ୍ରଦର୍ଶନ କରିଛି। ଏମ୍ଏମ୍ଡିଆର ସଂଶୋଧନ ବିଲ୍ ସଂସଦରେ ପାରିତ ହେଲା ବେଳେ ଚୁପ ରହିଲେ ବିଜେପି ସାଂସଦ। ରାଜ୍ୟର ସ୍ୱାର୍ଥ ସହ ବିଜେପି ସାଲିସ କରିଛି ବୋଲି ଅଭିଯୋଗ କରିଛି ବିଜେଡି।






