ଦେଢ଼ ଲକ୍ଷ କୋଟି ଛୁଇଁବ ଓଡ଼ିଶାର ଋଣଭାର, ମୁଣ୍ଡପିଛା ଋଣ ୩୧ ହଜାରରୁ ଅଧିକ

Spread the love

ଜେଏମଜେ ବ୍ୟୁରୋ : ଦେଢ଼ ଲକ୍ଷ କୋଟି ଛୁଇଁଲାଣି ଋଣଭାର । ମୁଣ୍ଡପିଛା ଋଣ ଭାର ଟପିବ ୩୧ ହଜାର । ରାଜ୍ୟର ବଜେଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ଟପିଲାଣି। ଡବଲ ଇଞ୍ଜିନ ସରକାର ଜନକଲ୍ୟାଣକାରୀ ଯୋଜନା ରାଜ୍ୟରେ ବିଛାଇଛନ୍ତି । ସବୁ ବର୍ଗଙ୍କୁ ଖୁସ କରିବା ପାଇଁ ଚେଷ୍ଟା କରାଯାଉଛି । ଯେମିତି କି ଚାଷୀଙ୍କ ପାଇଁ ୮୦୦ ଟଙ୍କାର ଇନପୁଟ ସବସିଡି, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ବର୍ଷକୁ ୧୦ ହଜାର ଭଳି ଅନେକ ଯୋଜନାରେ ଟଙ୍କା ବଣ୍ଟାଯାଉଛି।

ଏହାର ପରୋକ୍ଷ ପ୍ରଭାବ ରାଜ୍ୟ ଅର୍ଥନୀତିକୁ ଚାପଗ୍ରସ୍ତ କରୁଛି। ଅର୍ଥାତ ଋଣ କରି ଘିଅ ଖାଇବା ଭଳି ସ୍ଥିତି ରାଜ୍ୟରେ ଦେଖାଦେଇଛି । ବିଧାନସଭାରେ ସରକାର ରଖିଥିବା ତଥ୍ୟ ଅନୁସାରେ –

ଦେଢ଼ ଲକ୍ଷ କୋଟିକୁ ଛୁଇଁବାକୁ ବସିଲାଣି ରାଜ୍ୟର ଋଣଭାର
ମାର୍ଚ୍ଚ ୨୦୨୭ ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୪୮ ହଜାର କୋଟିରେ ପହଞ୍ଚିବ
ମୁଣ୍ଡ ପିଛା ଋଣଭାର ୩୧,୩୪୪ ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରିଛନ୍ତି ସରକାର
ବର୍ତ୍ତମାନର ଜନସଂଖ୍ୟା ଅନୁସାରେ ରାଜ୍ୟରେ ମୁଣ୍ଡ ପିଛା ଋଣଭାର ୨୬,୦୩୭ ଟଙ୍କା ରହିଛି

ବିଧାନସଭାରେ ଅର୍ଥ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର ରଖି ରାଜ୍ୟର ଋଣଭାର ସଂପର୍କରେ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଡବଲ ଇଞ୍ଜିନ ସରକାରକୁ ଅଢ଼େଇ ବର୍ଷ ହେବାକୁ ଯାଉଛି । ପୂର୍ବ ସରକାର ସମୟରେ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟରେ ଋଣଭାର ଥିଲା ୯୬,୩୧୦ କୋଟି ଟଙ୍କା ୨୦୨୪-୨୫ ବେଳକୁ ଏହା ବଢ଼ି ୧ଲକ୍ଷ ୨୦ ହଜାର କୋଟିକୁ ଛୁଇଁଥିଲା । ଏବେ ରାଜ୍ୟର ଋଣଭାର ଦେଢ଼ ଲକ୍ଷ କୋଟି ଛୁଇଁବାକୁ ଯାଉଛି । ଏହାକୁ ନେଇ ବୟାନବାଜି ତେଜିଛି । ଗୋଟିଏ ପଟେ ଆଶାନୁରୂପକ ଭାବେ ବଜେଟ ଖର୍ଚ୍ଚ ହୋଇପାରୁନି। ଅନ୍ୟପଟେ ଋଣଭାର ଦ୍ରୁତଗତିରେ ବଢ଼ି ଚାଲିଛି। ଯାହା ସରକାରଙ୍କ ପାଇଁ ଆଗକୁ ଅର୍ଥନୀତି ସୁପରିଚାଳନା ବଡ଼ ଆହ୍ୱାନ ପାଲଟିବ ।

  • jmjnewso

    Related Posts

    ସମୟ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସମୟ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବାର…

    ବନ୍ୟା ବେଳେ ଗ୍ରାଉଣ୍ଡକୁ ଯାଆନ୍ତୁ ନବୀନ: ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ବନ୍ୟା ପରିସ୍ଥିତି ମଧ୍ୟରେ ବିରୋଧୀ ଦଳର ଭୂମିକାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ସମୟରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଗ୍ରାଉଣ୍ଡକୁ ଯାଇ ବନ୍ୟା ବିପନ୍ନଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର

    • By jmjnewso
    • September 28, 2026
    • 17 views
    MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର

    ବିଜେପି ନେତା ଙ୍କୁ ମରଣାନ୍ତକ ଆକ୍ରମଣ

    • By jmjnewso
    • September 28, 2026
    • 25 views
    ବିଜେପି ନେତା ଙ୍କୁ ମରଣାନ୍ତକ ଆକ୍ରମଣ

    ସମୟ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

    • By jmjnewso
    • September 28, 2026
    • 9 views
    ସମୟ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

    ଦେଢ଼ ଲକ୍ଷ କୋଟି ଛୁଇଁବ ଓଡ଼ିଶାର ଋଣଭାର, ମୁଣ୍ଡପିଛା ଋଣ ୩୧ ହଜାରରୁ ଅଧିକ

    • By jmjnewso
    • September 28, 2026
    • 18 views
    ଦେଢ଼ ଲକ୍ଷ କୋଟି ଛୁଇଁବ ଓଡ଼ିଶାର ଋଣଭାର, ମୁଣ୍ଡପିଛା ଋଣ ୩୧ ହଜାରରୁ ଅଧିକ

    ବିଜେଡିକୁ ମନମୋହନଙ୍କ ଟାର୍ଗେଟ; ‘ଦାୟିତ୍ୱସମ୍ପନ୍ନ ବିରୋଧୀ ହୋଇଥିଲେ ପ୍ରସ୍ତାବ ଦେଇଥାନ୍ତେ’

    • By jmjnewso
    • September 28, 2026
    • 14 views
    ବିଜେଡିକୁ ମନମୋହନଙ୍କ ଟାର୍ଗେଟ; ‘ଦାୟିତ୍ୱସମ୍ପନ୍ନ ବିରୋଧୀ ହୋଇଥିଲେ ପ୍ରସ୍ତାବ ଦେଇଥାନ୍ତେ’

    ବନ୍ୟା ବେଳେ ଗ୍ରାଉଣ୍ଡକୁ ଯାଆନ୍ତୁ ନବୀନ: ସୁରେଶ ପୂଜାରୀ

    • By jmjnewso
    • September 28, 2026
    • 24 views
    ବନ୍ୟା ବେଳେ ଗ୍ରାଉଣ୍ଡକୁ ଯାଆନ୍ତୁ ନବୀନ: ସୁରେଶ ପୂଜାରୀ