ସମୟ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

Spread the love

ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସମୟ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବାର ଥିଲା। ୪ କାର୍ଯ୍ୟଦିବସ ଥାଇ ଗୃହ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟରେ ବନ୍ୟା ସ୍ଥିତିକୁ ଦେଖି ମୁଲତବୀ ପ୍ରସ୍ତାବ ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିଲେ ।ହଟ୍ଟଗୋଳରେ ମାତ୍ର ୫ ଦିନ ଚାଲିଲା ଗୃହ।

ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ଏହା ଅକ୍ଟୋବର ୩ ତାରିଖରେ ଶେଷ ହୋଇଥାନ୍ତା। ଅଧିବେଶନର ପ୍ରଥମ ଦିନରୁ ହିଁ ଏମ୍ଏମଡିଆର୍ ସଂଶୋଧନ ଆଇନକୁ ନେଇ ବିରୋଧୀ ଦଳଗୁଡ଼ିକର ହଟ୍ଟଗୋଳ ଆରମ୍ଭ କରିଥିଲେ । ଫଳରେ ବାରମ୍ବାର ଗୃହ ମୁଲତବୀ ରହିଥିଲା । ଏପରିକି ପୋଷ୍ଟର ଓ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ବିରୋଧୀ ହଟ୍ଟଗୋଳ କରିଥିଲେ। ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଅଧିବେଶନର ପଞ୍ଚମ କାର୍ଯ୍ୟଦିବସରେ ମଧ୍ୟ ଏମଏମଡିଆର ଆଇନକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଥିଲା । ଗୃହ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ । ରାଜ୍ୟରେ ଜାରି ଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ ଦଳର ମୁଖ୍ୟ ସଚେତକଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଆଣାଯାଇଥିଲା। ୯ ଦିନିଆ ମୌସୁମୀ ଅଧିବେଶନରେ ମାତ୍ର ୫ଟି କାର୍ଯ୍ୟଦିବସରେ ବିଧାନସଭା ବସିପାରିଥିଲା ।

  • jmjnewso

    Related Posts

    ଦେଢ଼ ଲକ୍ଷ କୋଟି ଛୁଇଁବ ଓଡ଼ିଶାର ଋଣଭାର, ମୁଣ୍ଡପିଛା ଋଣ ୩୧ ହଜାରରୁ ଅଧିକ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦେଢ଼ ଲକ୍ଷ କୋଟି ଛୁଇଁଲାଣି ଋଣଭାର । ମୁଣ୍ଡପିଛା ଋଣ ଭାର ଟପିବ ୩୧ ହଜାର । ରାଜ୍ୟର ବଜେଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ଟପିଲାଣି। ଡବଲ ଇଞ୍ଜିନ ସରକାର…

    ବନ୍ୟା ବେଳେ ଗ୍ରାଉଣ୍ଡକୁ ଯାଆନ୍ତୁ ନବୀନ: ସୁରେଶ ପୂଜାରୀ

    Spread the love

    Spread the loveଜେଏମଜେ ବ୍ୟୁରୋ : ବନ୍ୟା ପରିସ୍ଥିତି ମଧ୍ୟରେ ବିରୋଧୀ ଦଳର ଭୂମିକାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବନ୍ୟା ସମୟରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଗ୍ରାଉଣ୍ଡକୁ ଯାଇ ବନ୍ୟା ବିପନ୍ନଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର

    • By jmjnewso
    • September 28, 2026
    • 17 views
    MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର

    ବିଜେପି ନେତା ଙ୍କୁ ମରଣାନ୍ତକ ଆକ୍ରମଣ

    • By jmjnewso
    • September 28, 2026
    • 25 views
    ବିଜେପି ନେତା ଙ୍କୁ ମରଣାନ୍ତକ ଆକ୍ରମଣ

    ସମୟ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

    • By jmjnewso
    • September 28, 2026
    • 10 views
    ସମୟ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ

    ଦେଢ଼ ଲକ୍ଷ କୋଟି ଛୁଇଁବ ଓଡ଼ିଶାର ଋଣଭାର, ମୁଣ୍ଡପିଛା ଋଣ ୩୧ ହଜାରରୁ ଅଧିକ

    • By jmjnewso
    • September 28, 2026
    • 18 views
    ଦେଢ଼ ଲକ୍ଷ କୋଟି ଛୁଇଁବ ଓଡ଼ିଶାର ଋଣଭାର, ମୁଣ୍ଡପିଛା ଋଣ ୩୧ ହଜାରରୁ ଅଧିକ

    ବିଜେଡିକୁ ମନମୋହନଙ୍କ ଟାର୍ଗେଟ; ‘ଦାୟିତ୍ୱସମ୍ପନ୍ନ ବିରୋଧୀ ହୋଇଥିଲେ ପ୍ରସ୍ତାବ ଦେଇଥାନ୍ତେ’

    • By jmjnewso
    • September 28, 2026
    • 14 views
    ବିଜେଡିକୁ ମନମୋହନଙ୍କ ଟାର୍ଗେଟ; ‘ଦାୟିତ୍ୱସମ୍ପନ୍ନ ବିରୋଧୀ ହୋଇଥିଲେ ପ୍ରସ୍ତାବ ଦେଇଥାନ୍ତେ’

    ବନ୍ୟା ବେଳେ ଗ୍ରାଉଣ୍ଡକୁ ଯାଆନ୍ତୁ ନବୀନ: ସୁରେଶ ପୂଜାରୀ

    • By jmjnewso
    • September 28, 2026
    • 24 views
    ବନ୍ୟା ବେଳେ ଗ୍ରାଉଣ୍ଡକୁ ଯାଆନ୍ତୁ ନବୀନ: ସୁରେଶ ପୂଜାରୀ