ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପି ଉପରେ ନବୀନଙ୍କ କଡ଼ା ପ୍ରହାର

Spread the love

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ଅବସରରେ ରାଜ୍ୟର ବିଜେପି ସରକାର ଉପରେ କଡ଼ା ପ୍ରହାର କରିଛନ୍ତି ବିରୋଧୀ ଦଳ ନେତା ତଥା ଦଳର ସଭାପତି ନବୀନ ପଟ୍ଟନାୟକ । ବୁଧବାର, ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ଉଦ୍‌ବୋଧନ ଦେଇ ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନର ରାଜ୍ୟ ସରକାର ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । କେବଳ ମିଥ୍ୟା ପ୍ରଚାର କରିବା ଏବଂ ଲୋକଙ୍କ ଟଙ୍କାର ଅପବ୍ୟବହାର କରିବା ଛଡ଼ା ଏହି ‘ଡବଲ୍ ଇଞ୍ଜିନ୍’ ସରକାରଙ୍କର ଅନ୍ୟ କୌଣସି ଆଖିଦୃଶିଆ ଉପଲବ୍ଧି ନାହିଁ ବୋଲି ସେ ସିଧାସଳଖ ଆକ୍ରମଣ କରିଛନ୍ତି ।

ନିଜର ଅଭିଭାଷଣରେ ବିଶେଷ କରି ଖଣି ନୀତିକୁ ନେଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଆଣିଥିବା ସଂଶୋଧିତ ଖଣି ଆଇନ ଫଳରେ ଓଡ଼ିଶା ଭଳି ଖଣିଜ ସମୃଦ୍ଧ ରାଜ୍ୟର ଅଧିକାର ଓ ଆର୍ଥିକ ସ୍ୱାର୍ଥ ବହୁଳ ଭାବରେ କ୍ଷୁର୍ଣ୍ଣ ହେଉଛି । ରାଜ୍ୟ ସରକାର ଓ ଓଡ଼ିଶାରୁ ନିର୍ବାଚିତ ୨୦ ଜଣ ଲୋକସଭା ସାଂସଦ ନିଜ ମାଟିର ସ୍ବାର୍ଥ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ ନକରି ସମ୍ପୂର୍ଣ୍ଣ ନୀରବ ରହୁଥିବା ବେଳେ, କେବଳ ଖଣି ମାଲିକମାନଙ୍କ ସପକ୍ଷରେ କଥା କହୁଛନ୍ତି ।
ବର୍ତ୍ତମାନର ସରକାରଙ୍କ ଆର୍ଥିକ ପରିଚାଳନା ଉପରେ ପ୍ରଶ୍ନ ଉଠାଇ ବିଜେଡି ସୁପ୍ରିମୋ କହିଛନ୍ତି ଯେ, ରାଜ୍ୟର ରାଜସ୍ୱ ଆଦାୟ ହ୍ରାସ ପାଉଥିବା ବେଳେ ବଜେଟ୍ ଅର୍ଥର ସଠିକ୍ ବିନିଯୋଗ ହୋଇପାରୁନାହିଁ । ଏହାର ଓଲଟା ପ୍ରଭାବ ସ୍ୱରୂପ ଓଡ଼ିଶା ଉପରେ ଋଣ ଭାର ବଢ଼ିବାରେ ଲାଗିଛି । ଲୋକେ ଏବେ ଅନୁଭବ କଲେଣି ଯେ, ବର୍ତ୍ତମାନର ଶାସନ ବ୍ୟବସ୍ଥା କେବଳ “ବିଶୃଙ୍ଖଳିତ ପରିଚାଳନା” କ୍ଷେତ୍ରରେ ବିଶେଷଜ୍ଞ ହୋଇଯାଇଛି ।

ଏଥିସହ ଦରଦାମ୍ ବୃଦ୍ଧି ଓ ସାଧାରଣ ଖାଉଟିଙ୍କ ସମସ୍ୟା ପ୍ରସଙ୍ଗକୁ ଉଠାଇ ନବୀନ କହିଛନ୍ତି, ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ହେତୁ ସାଧାରଣ ଲୋକଙ୍କ ଘର ଚଳାଇବା କଷ୍ଟକର ହୋଇପଡ଼ିଲାଣି । ୟୁପିଆଇ ପେମେଣ୍ଟ ଉପରେ ଲାଗୁ ହେବାକୁ ଥିବା ଅତିରିକ୍ତ ଦେୟ ଯୋଗୁଁ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ ଏବଂ ଶେଷରେ ଏହି ଅତିରିକ୍ତ ଭାର ଗ୍ରାହକମାନଙ୍କୁ ହିଁ ଶୋଷଣ କରିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି । ଏହାଛଡ଼ା, ଡବଲ୍ ଇଞ୍ଜିନ୍ ସରକାରର ଦାବି ସତ୍ତ୍ୱେ କେନ୍ଦ୍ରୀୟ ସଂସ୍ଥା ଏଫ୍‌ସିଆଇ ଓଡ଼ିଶାରୁ ଆବଶ୍ୟକୀୟ ଚାଉଳ ଉଠାଉନଥିବାରୁ ଏହାକୁ ନେଇ ସେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ଅକ୍ଟୋବର ୨ ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ସାରା ରାଜ୍ୟର ଗାଁଠୁ ସହର ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଜେଡିର ଏହି ବହୁଚର୍ଚ୍ଚିତ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନବୀନ ପଟ୍ଟନାୟକ ବିଜେଡିର ସମସ୍ତ ବିଧାୟକ, ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

  • jmjnewso

    Related Posts

    ପୁନର୍ଗଠିତ ହେଲା ବିଜେଡି ମିଡିଆ ସେଲ୍

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପୁନର୍ଗଠିତ ହୋଇଛି ବିଜେଡି ମିଡିଆ ସେଲ୍ । ଏହାକୁ ପୁନର୍ଗଠନ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ବୈଦ୍ୟୁତିକ ଗଣମାଧ୍ୟମ ମୁଖ୍ୟ ସଂଯୋଜକ ଭାବେ ବିଧାୟକ ଅରୁଣ ସାହୁଙ୍କୁ…

    SIR ବିବାଦକୁ ନେଇ ଦେଶବ୍ୟାପୀ ପ୍ରତିବାଦ, ଦିଲ୍ଲୀରେ ୭୦୦ରୁ ଅଧିକ ଅଟକ

    Spread the love

    Spread the loveଜେଏମଜେ ବ୍ୟୁରୋ : SIRକୁ ନେଇ ବିବାଦ ଥମିବାର ନାଁ ନେଉନି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଦିଲ୍ଲୀର ଯନ୍ତରମନ୍ତରରେ ବିଭିନ୍ନ ବିରୋଧୀ ଦଳ, ଛାତ୍ର ଓ ଯୁବ ସଂଗଠନ ପ୍ରତିବାଦ…

    Leave a Reply

    Your email address will not be published. Required fields are marked *

    You Missed

    ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ

    ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ

    ପାର୍ବଣରେ ଚଳ ଚଞ୍ଚଳ ହେଲାଣି ବିଭିନ୍ନ ଶକ୍ତିପୀଠ

    ପାର୍ବଣରେ ଚଳ ଚଞ୍ଚଳ ହେଲାଣି ବିଭିନ୍ନ ଶକ୍ତିପୀଠ

    ପୁନର୍ଗଠିତ ହେଲା ବିଜେଡି ମିଡିଆ ସେଲ୍

    ପୁନର୍ଗଠିତ ହେଲା ବିଜେଡି ମିଡିଆ ସେଲ୍

    ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା, ଆସନ୍ତା ୬ରୁ ଅନଲାଇନ୍ ଆବେଦନ

    ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା, ଆସନ୍ତା ୬ରୁ ଅନଲାଇନ୍ ଆବେଦନ

    ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପି ଉପରେ ନବୀନଙ୍କ କଡ଼ା ପ୍ରହାର

    ସବୁ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପି ଉପରେ ନବୀନଙ୍କ କଡ଼ା ପ୍ରହାର

    ଆସନ୍ତା ୪ରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମଫେଡ୍

    ଆସନ୍ତା ୪ରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମଫେଡ୍