ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦକୁ ସମର୍ଥନ କଲା ବିଜେଡି

Spread the love


ଜେଏମଜେ ବ୍ୟୁରୋ : ଆସନ୍ତାକାଲି ଇଣ୍ଡିଆ ବ୍ଲକ୍‌ର ଆହ୍ୱାନ କ୍ରମେ ଅନୁଷ୍ଠିତ ହେବାକୁଥିବା ଓଡ଼ିଶା ବନ୍ଦକୁ ବିଜୁ ଜନତା ଦଳ ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଘୋଷଣା କରାଯାଇଛି। ନବୀନ ନିବାସରେ ଅନୁଷ୍ଠିତ ଏକ ବୈଠକରୁ ଫେରିବା ପରେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି।ମୁଖ୍ୟ ଦାବିଗୁଡ଼ିକ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମଏମଡିଆର ବିଲ୍ ପ୍ରତ୍ୟାହାର ଏବଂ ପାଠ୍ୟପୁସ୍ତକରେ ହୋଇଥିବା ଭୁଲ୍ ତ୍ରୁଟିକୁ ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ଏହି ବନ୍ଦ ଡାକରା ଦେଇଛନ୍ତି।ସିପିଆଇ (CPI), ସିପିଆଇ(ଏମ୍), ଏନ୍‌ସିପି (NCP), ସମାଜବାଦୀ ପାର୍ଟି, ଆରଜେଡି ଏବଂ ଜେଏମଏମ (JMM) ଭଳି ଅନେକ ଦଳ ଏହି ବନ୍ଦକୁ ସମର୍ଥନ କରିଛନ୍ତି।

ଜନଜୀବନ ଏବଂ ଜରୁରୀକାଳୀନ ସେବା: ବନ୍ଦ ସମୟରେ ଟ୍ରକ୍, ବସ, ଅଟୋ ରିକ୍ସା ଏବଂ ରେଳ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେବେ ସାଧାରଣ ଜନସାଧାରଣଙ୍କ ସୁବିଧା ପାଇଁ ମେଡିକାଲ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଏବଂ ଔଷଧ ଦୋକାନ ଆଦି ଜରୁରୀକାଳୀନ ସେବାକୁ ବନ୍ଦର କ୍ଷେତ୍ରରୁ ବାହାରେ ରଖାଯାଇଛି।

  • jmjnewso

    Related Posts

    ସିଇଓଙ୍କ ଅଫିସ ଘେରିଲା କଂଗ୍ରେସ

    Spread the love

    Spread the loveଭୁବନେଶ୍ୱର: ଜେଏମଜେ ବ୍ୟୁରୋ : ଭୋଟର ତାଲିକାର ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନକୁ ନେଇ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଘେରିଲା ଯୁବ କଂଗ୍ରେସ । ଯୁବ କଂଗ୍ରେସ…

    ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଇସ୍ତଫା ଦାବିରେ ବିରୋଧୀ ମେଣ୍ଟର ସଂସଦ ମାର୍ଚ୍ଚ, ଯୋଗଦେଲେ ୧୯ ଟି ଦଳର ପ୍ରତିନିଧି।

    Spread the love

    Spread the loveଜେଏମଜେ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ୧୯ଟି ବିରୋଧୀ ଦଳର ସାଂସଦ ‘ସେଭ୍ ଡେମୋକ୍ରାସି ମାର୍ଚ୍ଚ’ ବାହାର କରିଛନ୍ତି। ପୁଲିସ ବିରୋଧୀ ସାଂସଦମାନଙ୍କୁ ଆଗକୁ ବଢ଼ିବାକୁ ଅଟକାଇଛି। ଏହାପରେ ସାଂସଦମାନେ ରାସ୍ତାରେ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

    ରାଜ୍ୟରେ IAS ସ୍ତରରେ ବଡ଼ ଅଦଳବଦଳ: ୭ IASଙ୍କୁ ନୂଆ ଦାୟିତ୍ୱ, ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ

    ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦକୁ ସମର୍ଥନ କଲା ବିଜେଡି

    ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦକୁ ସମର୍ଥନ କଲା ବିଜେଡି

    କବିସୂର୍ଯ୍ୟନଗର ରୁ ଆରମ୍ଭ ହେଲା ସେବା ଜ୍ୟୋତି ଯାତ୍ରା ରଥ.

    କବିସୂର୍ଯ୍ୟନଗର ରୁ ଆରମ୍ଭ ହେଲା ସେବା ଜ୍ୟୋତି ଯାତ୍ରା ରଥ.

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    ଛାତ୍ର ସଂସଦ ନିର୍ବାଚନ ନେଇ ଡିଜିପିଙ୍କ ସମୀକ୍ଷା, କ୍ୟାମ୍ପସକୁ ଅଣଛାତ୍ର ପ୍ରବେଶ ଉପରେ କଡ଼ା ନଜର

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।

    ଦିନିକିଆ ସୁନାବେଡା ଗସ୍ତ ରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ।