ରଙ୍ଗେଈଲୁଣ୍ଡା : ଜେଏମଜେ ନ୍ୟୁଜ : ବିଭୁତି ଶତପଥି : ରଙ୍ଗେଈଲୁଣ୍ଡା ବ୍ଲକ କଂଗ୍ରେସ କମିଟିର ସଭାପତି ଗକୁଳ ଚନ୍ଦ୍ର କରଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଭାବେ ଓଡିଶା ବନ୍ଦ ପାଳନ ହୋଇଯାଇଛି। ଇଣ୍ଡି ମେଣ୍ଟର ଆହ୍ୱାନ କ୍ରମେ ୧୦ଟି ବାମପନ୍ଥୀ ଦଳର ସହଯୋଗ କ୍ରମେ ଓଡିଶା ବନ୍ଦ ପାଳନ ପାଇଁ ନିଷ୍ପତି ହୋଇଥିଲା। ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେନ୍ଦ୍ର କୁମାରଙ୍କ ଇସ୍ତଫା ଦାବୀ କିମ୍ବା ପଦବୀରୁ ବହିଷ୍କାର, ଏମ ଡି ଡି ଆର ଆଇନ ପ୍ରତ୍ୟାହାର, ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବାତ୍ୟାରେ କ୍ଷୟକ୍ଷତି ଚାଷୀ ଙ୍କୁ ତୁରନ୍ତ ସହାୟତା ପ୍ରଦାନ ଆଦିକୁ ନେଇ ଆଜି ଓଡିଶା ବନ୍ଦ ଡାକରା ପାଳନ ହୋଇଯାଇଛି।ରଙ୍ଗେଈଲୁଣ୍ଡା ବ୍ଲକ ରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ତହସିଲ, ବ୍ଲକ ଅଫିସ ପ୍ରମୁଖ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବ୍ଲକ କଂଗ୍ରେସ କମିଟିର ଉପସଭାପତି ଶିବ ସାମନ୍ତ, ସମ୍ପାଦକ ପ୍ରବୀର ସାବତ, ଧୀର ପାତ୍ର, ରମେଶ ଦଳାଇ, ରାମା ରାଓ, ଶିବାନୀ ରଣା, ବାଲ୍ୟ ଦଳାଇ, ଭାସ୍କର ନାୟକ, ବାବୁଲା ନାୟକ ଏବଂ ଲକ୍ଷ୍ମୀକାନ୍ତ ସାହୁ ସମେତ କଂଗ୍ରେସ ର ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ।







