ରାତି ପାହିଲେ ନାମାଙ୍କନ, ସରଗରମ କ୍ୟାମ୍ପସ ରାଜନୀତି

Spread the love

ଜେଏମଜେ ବ୍ୟୁରୋ : ରାତି ପାହିଲେ ନାମାଙ୍କନ । ସରଗରମ କ୍ୟାମ୍ପସ ରାଜନୀତି । ଛାତ୍ର ସଂସଦ ନିର୍ବାଚନ ନେଇ ବିଜ୍ଞପ୍ତି ପରେ ଉଠୁଛି ପଡ଼ୁଛି କଲେଜ କ୍ୟାମ୍ପସ। ଆସନ୍ତାକାଲି ନାମାଙ୍କନ ଦାଖଲ ଥିବାରୁ କଲେଜ ପରିସରର ଉତ୍ସାହ ଦେଖିବାକୁ ମିଳିଛି। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସ୍‌କୁ ରାଜନୀତି ଫେରିଥିବାରୁ କ୍ଲାସ୍‌ରୁମ୍‌ରୁ ହଷ୍ଟେଲ ସବୁଠି କୋଳାହଳ।ଏବେଠୁ ପ୍ରଚାରରେ ଲାଗିପଡ଼ିଲେଣି ଆଶାୟୀ ପ୍ରାର୍ଥୀ। ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁସାରେ ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟ ଓ ୩୨୮ଟି ମହାବିଦ୍ୟାଳୟରେ ହେବ ନିର୍ବାଚନ। ସେହିଭଳି ୩ଟି ବିଶ୍ୱବିଦ୍ୟାଳୟ ଓ ୨୦୨ଟି ମହାବିଦ୍ୟାଳୟରେ ଚୟନ ପଦ୍ଧତିରେ ବାଛିବେ ଛାତ୍ରନେତା ।

ସେପଟେ ନାମାଙ୍କନ ହୋଇନଥିଲେ ମଧ୍ୟ ନିଜ ସପକ୍ଷରେ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ମାତିଲେଣି ଛାତ୍ର ନେତା। କ୍ୟାମ୍ପସ୍‌ରେ ଚକ୍‌ଲେଟ୍‌, ବିରିୟାନୀ, ପୁସିଂକାର୍ଡ ବାଣ୍ଟି, ମିଠା ଖୁଆଇ, କେକ କାଟି ଛାତ୍ରଛାତ୍ରୀଙ୍କ ସମର୍ଥନ ଲୋଡ଼ିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ମୌଳିକ ସୁବିଧା, ଭିତ୍ତିଭୂମୀ, କ୍ୟାମ୍ପସରେ ସୁରକ୍ଷା, ହଷ୍ଟେଲ ସମସ୍ୟାର ସମାଧାନ, ଜେନଜି ପ୍ରମୁଖ ପ୍ରସଙ୍ଗ ପାଲଟିବ । ବ୍ୟାସନଗର କଲେଜରେ ନିର୍ବାଚନ ବାତିଲ । ବୋମା ମାଡ଼ ପରେ କଲେଜ ଅଧ୍ୟକ୍ଷଙ୍କ ନିଷ୍ପତ୍ତି ।

ଛାତ୍ର ସଂସଦ ନିର୍ବାଚନକୁ ନେଇ ସରଗରମ ହୋଇଛି ରାଜନୀତି । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରେସମିଟ୍ କରି ଅଭିଯୋଗ ଆଣିଛି କଲେଜ ଅଧ୍ୟକ୍ଷଙ୍କୁ ହାତ କରି ନିର୍ବାଚନ ପରିଚାଳନା ପାଇଁ ସରକାର ଉଦ୍ୟମ କରୁଛନ୍ତି। ଏହାର ଜବାବ ଦେଇ ଏବିଭିପି କହିଛି ଛାତ୍ର ସଂସଦ ହାରିବା ଭୟରେ ବିସିଜେଡି ସରକାର ଓ ଏବିଭିପିକୁ ଦୋଷ ଦେଉଛି । ରାତି ପାହିଲେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଭରିବେ ଆଶାୟୀ ପ୍ରାର୍ଥୀ । ଆସନ୍ତା ୧୫ ତାରିଖରେ ହେବ ଭୋଟ । ହେଲେ ଏବେଠୁ ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଲେଣି ଛାତ୍ର ନେତା ।

  • jmjnewso

    Related Posts

    ରଙ୍ଗେଈଲୁଣ୍ଡା ବ୍ଲକ କଂଗ୍ରେସ କମିଟି ତରଫରୁ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ ପାଳନ।

    Spread the love

    Spread the loveରଙ୍ଗେଈଲୁଣ୍ଡା : ଜେଏମଜେ ନ୍ୟୁଜ : ବିଭୁତି ଶତପଥି : ରଙ୍ଗେଈଲୁଣ୍ଡା ବ୍ଲକ କଂଗ୍ରେସ କମିଟିର ସଭାପତି ଗକୁଳ ଚନ୍ଦ୍ର କରଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଭାବେ ଓଡିଶା ବନ୍ଦ ପାଳନ ହୋଇଯାଇଛି। ଇଣ୍ଡି ମେଣ୍ଟର ଆହ୍ୱାନ କ୍ରମେ ୧୦ଟି…

    ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦକୁ ସମର୍ଥନ କଲା ବିଜେଡି

    Spread the love

    Spread the loveଜେଏମଜେ ବ୍ୟୁରୋ : ଆସନ୍ତାକାଲି ଇଣ୍ଡିଆ ବ୍ଲକ୍‌ର ଆହ୍ୱାନ କ୍ରମେ ଅନୁଷ୍ଠିତ ହେବାକୁଥିବା ଓଡ଼ିଶା ବନ୍ଦକୁ ବିଜୁ ଜନତା ଦଳ ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଘୋଷଣା କରାଯାଇଛି। ନବୀନ ନିବାସରେ ଅନୁଷ୍ଠିତ ଏକ ବୈଠକରୁ ଫେରିବା…

    Leave a Reply

    Your email address will not be published. Required fields are marked *

    You Missed

    ବ୍ୟାସନଗର କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସା, କଲେଜରେ ବୋମାମାଡ଼

    ବ୍ୟାସନଗର କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସା, କଲେଜରେ ବୋମାମାଡ଼

    ରାତି ପାହିଲେ ନାମାଙ୍କନ, ସରଗରମ କ୍ୟାମ୍ପସ ରାଜନୀତି

    ରାତି ପାହିଲେ ନାମାଙ୍କନ, ସରଗରମ କ୍ୟାମ୍ପସ ରାଜନୀତି

    ରଙ୍ଗେଈଲୁଣ୍ଡା ବ୍ଲକ କଂଗ୍ରେସ କମିଟି ତରଫରୁ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ ପାଳନ।

    ରଙ୍ଗେଈଲୁଣ୍ଡା ବ୍ଲକ କଂଗ୍ରେସ କମିଟି ତରଫରୁ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ ପାଳନ।

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    କାଲି ଓଡିଶା ବନ୍ଦ: ହେଲେ ଚାଲିବ ଘରୋଇ ବସ।

    କାଲି ଓଡିଶା ବନ୍ଦ:  ହେଲେ ଚାଲିବ ଘରୋଇ ବସ।