ସିଜେପି ଆନ୍ଦୋଳନକୁ ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ

Spread the love

ଜେଏମଜେ ବ୍ୟୁରୋ : ଦିଲ୍ଲୀରେ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରଦର୍ଶନକୁ ମିଳିଛି ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ।ଫଳରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଜାରି ଆନ୍ଦୋଳନ ଆହୁରି ତୀବ୍ର ହୋଇଛି। ଶନିବାର ଓକିଲମାନେ ସୁପ୍ରିମକୋର୍ଟରୁ ଜନ୍ତର ମନ୍ତରର ଅଭିମୁଖେ ରାଲି ବାହାରଛନ୍ତି। ହେଲେ ଦିଲ୍ଲୀ ପୋଲିସ ରାସ୍ତାରୁ ହିଁ ସେମାନଙ୍କୁ ଉଠାଇ ନେଇଛି।

ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ସୁପ୍ରିମକୋର୍ଟ ବାର ଆସୋସିଏସନ।

ବାର ଆସୋସିଏସନ ଭାତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ବଳ ଦ୍ଵାରା ଓକିଲଙ୍କୁ ଅଟକ ରଖିବା ମାମଲାରେ ହସ୍ତକ୍ଷେପ କରିବାକୁ ଅପିଲ୍ କରିଛି। ସୁପ୍ରିମକୋର୍ଟ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରୁଥିବା ବରିଷ୍ଠ ଓ ଯୁବ ଓକିଲ ବିଶେଷ କରି ମହିଳା ଓକିଲଙ୍କ ବିରୋଧରେ ପୋଲିସର ଆବଶ୍ୟକତାଠୁ ଅଧିକ ବଳ ପ୍ରୟୋଗ ଏବଂ ସେମାନଙ୍କୁ ଅଟକ ରଖିବାକୁ ନେଇ କଡ଼ା ଶବ୍ଦରେ ନିନ୍ଦା କରିଛି ସୁପ୍ରିମକୋର୍ଟ ବାର ଆସୋସିଏସନ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି ଓ ବିଭିନ୍ନ ଛାତ୍ର ସଂଗଠନ ଅକ୍ଟୋବର ୧୦ରେ ଜନ୍ତର ମନ୍ତରରେ ଆନ୍ଦୋଳନର ଆହ୍ଵାନ ଦେଇଥିଲେ। ହେଲେ ଦିଲ୍ଲୀ ପୋଲିସ ଏହି ପ୍ରଦର୍ଶନ ପାଇଁ ଅନୁମତି ଦେବାକୁ ମନା କରି ଦେଇଥିଲା। ଆନ୍ଦୋଳନ ପାଇଁ ବିଳମ୍ବରେ ଆବେଦନ କରିବା ଏବଂ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା କହିଛି ପୋଲିସ।

ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ୩୦ ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ରାଜଧାନୀର ଅନେକ ଅଞ୍ଚଳରେ ବ୍ୟାରିକେଡିଂ କରାଯାଇଛି ଏବଂ ଯାତାୟତ ଉପରେ କଟକଣା ଲଗାଯାଇଛି। ମେଟ୍ରୋ ଷ୍ଟେସନ ଓ ରେଳ ସେବା ଉପରେ ମଧ୍ୟ କଟକଣା ଲଗାଯାଇଥିଲା।ଏହା ପୂର୍ବରୁ କକରୋଚ ଜନତା ପାର୍ଟି(ସିଜେପି)ର ପ୍ରମୁଖ ତଥା ରାଷ୍ଟ୍ରୀୟ ସଂଯୋଜକ ଅଭିଜିତ ଦୀପକେଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୋଲିସ। ଦୀପକେଙ୍କ ସହ ସିଜେପିର ସହସଂଯୋଜକ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ମଧ୍ୟ ନିଜ ହେପାଜତକୁ ନେବାରେ ସଫଳ ହୋଇଛି ପୋଲିସ। ତିନି ଜଣ ମୁମ୍ବାଇରୁ ବିମାନ ଯୋଗେ ଦିଲ୍ଲୀ ବନ୍ଦରରେ ପହଞ୍ଚିବା ମାତ୍ରେ ଦିଲ୍ଲୀ ପୋଲିସ ବିମାନ ଭିତରେ ପଶି ସମସ୍ତଙ୍କୁ ନିଜ ହେପାଜତକୁ ନେଇ ଯାଇଛି। ଏହି ସମୟରେ ଅଭିଜିତ ଦୀପକେ କହିଛନ୍ତି ଯେ, ସେ ଗିରଫ ହେବା ପାଇଁ ହିଁ ଆସିଛନ୍ତି।

  • jmjnewso

    Related Posts

    ରାତି ପାହିଲେ ନାମାଙ୍କନ, ସରଗରମ କ୍ୟାମ୍ପସ ରାଜନୀତି

    Spread the love

    Spread the loveଜେଏମଜେ ବ୍ୟୁରୋ : ରାତି ପାହିଲେ ନାମାଙ୍କନ । ସରଗରମ କ୍ୟାମ୍ପସ ରାଜନୀତି । ଛାତ୍ର ସଂସଦ ନିର୍ବାଚନ ନେଇ ବିଜ୍ଞପ୍ତି ପରେ ଉଠୁଛି ପଡ଼ୁଛି କଲେଜ କ୍ୟାମ୍ପସ। ଆସନ୍ତାକାଲି ନାମାଙ୍କନ ଦାଖଲ ଥିବାରୁ କଲେଜ ପରିସରର ଉତ୍ସାହ…

    ରଙ୍ଗେଈଲୁଣ୍ଡା ବ୍ଲକ କଂଗ୍ରେସ କମିଟି ତରଫରୁ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ ପାଳନ।

    Spread the love

    Spread the loveରଙ୍ଗେଈଲୁଣ୍ଡା : ଜେଏମଜେ ନ୍ୟୁଜ : ବିଭୁତି ଶତପଥି : ରଙ୍ଗେଈଲୁଣ୍ଡା ବ୍ଲକ କଂଗ୍ରେସ କମିଟିର ସଭାପତି ଗକୁଳ ଚନ୍ଦ୍ର କରଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଭାବେ ଓଡିଶା ବନ୍ଦ ପାଳନ ହୋଇଯାଇଛି। ଇଣ୍ଡି ମେଣ୍ଟର ଆହ୍ୱାନ କ୍ରମେ ୧୦ଟି…

    Leave a Reply

    Your email address will not be published. Required fields are marked *

    You Missed

    ସିଜେପି ଆନ୍ଦୋଳନକୁ ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ

    ସିଜେପି ଆନ୍ଦୋଳନକୁ ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ

    ବ୍ୟାସନଗର କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସା, କଲେଜରେ ବୋମାମାଡ଼

    ବ୍ୟାସନଗର କଲେଜରେ ପ୍ରାକ୍‌ ନିର୍ବାଚନୀ ହିଂସା, କଲେଜରେ ବୋମାମାଡ଼

    ରାତି ପାହିଲେ ନାମାଙ୍କନ, ସରଗରମ କ୍ୟାମ୍ପସ ରାଜନୀତି

    ରାତି ପାହିଲେ ନାମାଙ୍କନ, ସରଗରମ କ୍ୟାମ୍ପସ ରାଜନୀତି

    ରଙ୍ଗେଈଲୁଣ୍ଡା ବ୍ଲକ କଂଗ୍ରେସ କମିଟି ତରଫରୁ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ ପାଳନ।

    ରଙ୍ଗେଈଲୁଣ୍ଡା ବ୍ଲକ କଂଗ୍ରେସ କମିଟି ତରଫରୁ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ ପାଳନ।

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ବନ୍ଦ ପାଳନ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।

    ଓଡିଶା ବନ୍ଦକୁ ସମର୍ଥନ ଜଣାଇ ରାଜଧାନୀରେ ବନ୍ଦ ରହିବ ଅଟୋ।