କବିସୂର୍ଯ୍ୟନଗର : ଜେଏମଜେ ନ୍ୟୁଜ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଘର ପଛ ପଟୁ ଜଣେ ମହିଳା ଙ୍କ ଝୁଲନ୍ତା ମୃତଦେହ ଉଧାର ହୋଇଛି l ମୃତ ମହିଳା ସେହି ଗ୍ରାମର ନିରଞ୍ଜନ ସାବତ ଙ୍କ ପତ୍ନୀ ଭାନୁମତି ସାବତ ବୋଲି ଜଣାପଡିଛି l ସୂଚନା ଅନୁଯାୟୀ ସକାଳୁ ନିରଞ୍ଜନ ଚାଷ ଜମିକୁ ଯାଇଥିବା ସମୟରେ ଗ୍ରାମର କିଛି ଲୋକ ତାଙ୍କ ପତ୍ନୀଙ୍କୁ ଝୁଲନ୍ତା ଅବସ୍ଥାରେ ଘର ପଛପଟେ ଦେଖି ସୂଚନା ଦେଇଥିଲେ ଲ

ନିରଞ୍ଜନ ଘରକୁ ଆସି ସ୍ଥାନୀୟ ଲୋକଙ୍କ ସହାୟତା ରେ ପତ୍ନୀ ଙ୍କୁ ଉଧାରକରି ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ତେବେ ଭାନୁମତି ଙ୍କ ମୃତ୍ୟୁ ର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ କିଛି ମାସ ହେବ ପରିବାରେ ଅସାନ୍ତି ଲାଗି ରହିଥିଲା l ସ୍ୱାମି ସ୍ତ୍ରୀ ଦୁଃଖେ କଷ୍ଟେ ଚଳୁଥିବା ବେଳେ ଅତ୍ୟଧିକ ମାନସିକ ଚାପଗ୍ରସ୍ତ ହୋଇ ଶେଷରେ ଜୀବନ ହାରିଥିବା ଅନୁମାନ କରାଯାଉଛି l ଘଟଣା ନେଇ କବିସୂର୍ଯ୍ୟନଗର ପୋଲିସ ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛି.
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ






