ଜେଏମଜେ ବ୍ୟୁରୋ : ଆସନ୍ତା ୨୫ତାରିଖ ଅର୍ଥାତ୍ ରବିବାର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ୨ ଘଣ୍ଟା ୨୫ ମିନିଟର କାର୍ଯ୍ୟକ୍ରମ ରହିଛି । ରବିବାର ଅପରାହ୍ନ ୪ଟା ୧୦ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି । ସେଠାରେ ତାଙ୍କୁ ହଜାର ହଜାର କାର୍ଯ୍ୟକର୍ତ୍ତା ସ୍ୱାଗତ କରିବେ ।ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଖୋର୍ଦ୍ଧା ହେଲିପ୍ୟାଡ଼ ଯିବେ । ସେଠାରେ ୪ଟା ୩୫ମିନିଟରେ ପହଞ୍ଚିବେ । ଆରବିଆଇର ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ୪ ଟା ୪୫ମିନିଟରେ ପହଞ୍ଚି ସେଠାରେ ପ୍ରାୟ ୧ ଘଣ୍ଟା ରହିବେ । ଗ୍ରୀନ ଫିଲ୍ଡ ଡାଟା ସେଣ୍ଟର ଉଦଘାଟନ ସହ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ୫ ଟା ୪୫ମିନିଟରେ ସେଠାରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସନ୍ଧ୍ୟା ୬ଟା ୩୫ ମିନିଟରେ ଭୁବନେଶ୍ୱରରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।








