ଆସିକା ଯୁବ ଶକ୍ତି ସମାବେଶ ରେ ମୁଖ୍ୟମନ୍ତ୍ରୀ

Spread the love

ଜେଏମଜେ ବ୍ୟୁରୋ : ଓଡ଼ିଶାର ଯୁବ ସମାଜ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସୁଛି ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଇଛି। ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବ। ଓଡ଼ିଶାର ଏହି ଲକ୍ଷ୍ୟ ହାସଲରେ ଯୁବ ଶକ୍ତି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଆସ୍କାଠାରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶରେ କହିଛନ୍ତି।
ଗଞ୍ଜାମ ବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି କଳା, ସଙ୍ଗୀତ, ନୃତ୍ୟ ଓ ଗୀତର ସମ୍ଭାର। କେବଳ କଳା ନୈପୁଣ୍ୟ ନୁହେଁ ରାଜନୀତିରେ ମଧ୍ୟ ପାରଙ୍ଗମ ଗଞ୍ଜାମ ବାସୀ। ଗଞ୍ଜାମରେ ଗଞ୍ଜାମ ବାସୀ ଡବଲ ନୁହେଁ ଟ୍ରିପଲ୍ ଇଞ୍ଜିନ ସରକାର ଗଠନ କରିଛନ୍ତି। ସେ କହିଥିଲେ ଜୁନ ୧୨ ତାରିଖ ଆମ ପାଇଁ ବର୍ଷ ପୂର୍ତ୍ତିର ମହତ୍ତ୍ୱପୂର୍ଣ୍ଣ ଦିବସ ଥିଲା କିନ୍ତୁ ଆମେ ଆମ ସଫଳତାରେ ଆତ୍ମ ବିଭୋର ନହୋଇ ଜୁନ ୧୩ ତାରିଖରୁ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛୁ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜିଲ୍ଲାରେ ୫୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ, ଏଥିରେ ୫ଟି ଜଳସେଚନ ପ୍ରକଳ୍ପ, ଗୋଟିଏ ସଡ଼କ ପ୍ରଶସ୍ତୀ କରଣ ପ୍ରକଳ୍ପ, ଗୋଟିଏ ହାଇ ଲେଭେଲ୍ ପ୍ରକଳ୍ପ ଓ ଅନ୍ୟାନ୍ୟ ପ୍ରକଳ୍ପ ରହିଛି। ମା ତାରତାରେଣୀ ମନ୍ଦିର ଉନ୍ନତିକରଣ ପାଇଁ ରିଭାଇଜ୍ ଡି ପି ଆର ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପୋଲସରାରେ ଏକ ବିଶ୍ବସ୍ତରୀୟ ଶିଳ୍ପ ତାଲିମ ପ୍ରତିଷ୍ଠାନ ପାଇଁ ଜାଗା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ.କାର୍ଯ୍ୟକ୍ରମରେ ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଭଞ୍ଜନଗର, କବିସୂର୍ଯ୍ୟନଗର, ବ୍ରହ୍ମପୁର, ଛତ୍ରପୁର, ଖଲିକୋଟ, ଦିଗପହଣ୍ଡି, ଚିକିଟି ଓ ସୋରଡ଼ାର ବିଧାୟକ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିଲେ ଓ ବିଧାୟକ ଆସ୍କା ସରୋଜ କୁମାର ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ.

  • jmjnewso

    Related Posts

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    Spread the love

    Spread the love କଟକ :  ଜେଏମଜେ ନ୍ୟୁଜ : ବାତ୍ୟା ଅର୍ଣ୍ଣବ ସତ୍ତ୍ୱେ ଚାଲିବ ମାଧ୍ୟମିକ ଶିକ୍ଷା ପରିଷଦର ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା। କିନ୍ତୁ ୫ ଟି ଜିଲ୍ଲାରେ ବୋର୍ଡ ପକ୍ଷରୁ ଖାତା ଦେଖା ସ୍ଥଗିତ…

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ବ୍ୟୁରୋ : ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଏ ନେଇ ସମୀକ୍ଷା ମଧ୍ୟ କରିଛନ୍ତି । ଏସ୍ଆର୍ସି କହିଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ