ଶରଧାବାଲିରେ ନନ୍ଦିଘୋଷ, ତାଳଧ୍ୱଜଓ ଦର୍ପଦଳନ ରଥ।

Spread the love

ଜେଏମଜେ ବ୍ୟୁରୋ : ସରିଲା ରଥଟଣା। ଶରଧାବାଲିରେ ପହଞ୍ଚିଛନ୍ତି ମହାପ୍ରଭୁଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ସୁଭଦ୍ରାଙ୍କ ଦର୍ପଦଳନ ରଥ। ପ୍ରଥମେ ତାଳଧ୍ୱଜ ଏବଂ ଦର୍ପଦଳନ ଶରଧାବାଲିରେ ପହଞ୍ଚିବା ପରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା। ଦର୍ଶନ ପାଇଁ ଶରଧାବାଲିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଏବେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପରୂପ ଦୃଶ୍ୟ ଦେଖି ବିମୋହିତ ହୋଇପଡୁଛନ୍ତି।

ଶୁକ୍ରବାର ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଅଟକି ରହିଥିବାବେଳେ ଶନିବାର ସକାଳେ ଗଡ଼ିଥିଲା ମହାବାହୁଙ୍କ ରଥ। ଘଣ୍ଟ, ହୁଳହୁଳିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇପଡ଼ିଥିଲା। ଶ୍ରୀଗୁଣ୍ଡିଚାରେ ମହାବାହୁଙ୍କ ରଥ ଅଳ୍ପ ଗଡ଼ି ଅଟକି ରହିଥିଲା। ରାତି ହୋଇଯାଇଥିବାରୁ ରଥଟଣା ବନ୍ଦ କରାଯାଇଥିଲା।

ଅନ୍ୟପଟେ ମହାବାହୁଙ୍କ ରଥ ବିଳମ୍ବରେ ଗଡ଼ିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଭକ୍ତଙ୍କ ସମାଗମ ହୋଇଛି। ଯେଉଁ କାରଣରୁ କର୍ଡନ ଭିତରକୁ ଭକ୍ତମାନେ ପଶିଆସିଥିଳେ। ସେମାନଙ୍କୁ ବାହାର କରାଯିବା ପରେ ରଥ ଟଣାଗଲା।

ଶୁକ୍ରବାର ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଅଘଟଣଶୂନ୍ୟ ଭାବେ ଅନୁଷ୍ଠିତ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପର୍କିତ ସମସ୍ତ ନୀତିକାନ୍ତି ଠିକଣା ସମୟରେ ସମାପନ ପାଇଁ ସମସ୍ତ ସେବକ ନିଯୋଗ, ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନର ସମସ୍ତ କର୍ମଚାରୀ, ସରକାରଙ୍କ ବିଭିନ୍ନ ଅନୁଷ୍ଠାନ, ଗଣମାଧ୍ୟମ ଅନୁଷ୍ଠାନ ଏବଂ ଲକ୍ଷାଧିକ ଭକ୍ତଙ୍କୁ ମୁଖ୍ୟ ପ୍ରଶାସକ କୃତଜ୍ଞତା ତଥା ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଅନ୍ୟପକ୍ଷରେ ଚଳିତବର୍ଷ ରଥଟଣାରେ ବିଳମ୍ବ ହୋଇଥିବାରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣାରେ ଅତ୍ୟଧିକ ବିଳମ୍ବ ହେବାରୁ ନବୀନ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମେ ବିଳମ୍ବ ପାଇଁ ପ୍ରଶାସନକୁ ଆଙ୍ଗୁଳି ଦେଖାଉନୁ, ଆମ ରାଜ୍ୟର ସବୁଠାରୁ ପବିତ୍ର ପର୍ବ ସମୟରେ ଏପରି ଘଟଣାକୁ ନେଇ ଚିନ୍ତିତ ଅଛୁ।

ଗତ ବର୍ଷର ଘଟଣା ମଧ୍ୟ ମନେ ପକାଇଛନ୍ତି ନବୀନ। କହିଛନ୍ତି, ଗତବର୍ଷ ଆଡ଼ପ ବିଜେ ପହଣ୍ଡି ସମୟର ଅଘଟଣ ଭୁଲିଯିବା ଆମ ପାଇଁ ବି କଷ୍ଟକର। କାଲି ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ସିଂହଦ୍ୱାରରେ ନନ୍ଦିଘୋଷ ଠିଆ ହୋଇଥିବାର ଦେଖିବାକୁ ପାଇଥିଲୁ। ଦିନ ଶେଷ ହେବା ପୂର୍ବରୁ କେବଳ କିଛି ମିଟର ଆଗକୁ ଗଡ଼ିଥିଲା ରଥ। ବିଶ୍ୱରୁ ଆସିଥିବା ଲକ୍ଷାଧିକ ଭକ୍ତଙ୍କୁ ସମ୍ପୂର୍ଣ୍ଣ ଭାବରେ ହତାଶ ତଥା ଭ୍ରମିତ କରିଛି ବୋଲି ନବୀନ କହିଛନ୍ତି। ସେ କହିଛନ୍ତି, ଭିଡ଼ ପରିଚାଳନାରେ ଅବହେଳା ଯୋଗୁ ଶହଶହ ଭକ୍ତ ଆହତ ମଧ୍ୟ ହୋଇଛନ୍ତି।

  • jmjnewso

    Related Posts

    IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବଡ଼ ଦାୟିତ୍ବ

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରାର ବଡ଼ ଦାୟିତ୍ବ । ରଥଯାତ୍ରାରେ ପୋଲିସ ପରିଚାଳନା ଦାୟିତ୍ବ ବୁଝିବେ ସୌମେନ୍ଦ୍ର ପ୍ରିୟଦର୍ଶୀ । ନୀତିକାନ୍ତି ଓ ଉତ୍ସବ ପାଳନ ବେଳେ ପୋଲିସ୍‌ ବ୍ୟବସ୍ଥା ଦେଖିବେ । ରବିବାର…

    ଶରଧାବାଲି ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ, ବଦଳିଲେ ପୁରୀ ଜିଲ୍ଲାପାଳ, ଏସ୍‌ପି ଏବଂ ଦୁଇ ଅଧିକାରୀ ନିଲମ୍ବିତ

    Spread the love

    Spread the loveଅଘଟଣ ପରେ ଆକ୍ସନ । ପୁରୀ ଶରଧାବାଲି ଦଳଚକଟା ଘଟଣାରେ ରାଜ୍ୟସରକାରଙ୍କ କଠୋର ଆକ୍ସନ । ଅଘଟଣ ପାଇଁ ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍ପି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶେଖର ସ୍ୱାଇଁଙ୍କ ବଦଳରେ ଚଞ୍ଚଳ ରଣାକୁ…

    Leave a Reply

    Your email address will not be published. Required fields are marked *

    You Missed

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ମନଇଚ୍ଛା ବଦଳି ନେଇପାରିବେନି ସରକାରୀ ଅଧିକାରୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ଆଜି ଅପରାହ୍ନ ୪ଟାରେ ମମତାଙ୍କ ସାମ୍ବାଦିକ ସମ୍ମିଳନୀ

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ୨୦୨୬: ଟିଏମସିକୁ ପଛରେ ପକାଇ ଆଗରେ ବିଜେପି

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାହାଘର ପ୍ରୋଶେସନ ବେଳେ ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ: ପ୍ରବଳ ଉତ୍ତେଜନା. ପୋଲିସ ମୁତୟନ।

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ବାଚସ୍ପତି କମିଟି ସମ୍ମିଳନୀ: ଦଳ ବଦଳ ଆଇନ ଉପରେ ତର୍ଜମା

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!