ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼: ଜନ ଶୁଣାଣି ଚାଲିଥିବା ବେଳେ ଅଫିସରେ ପଶି ଘୋଷାଡ଼ିବା ସହ ପିଟିଲେ ୫ ଦୁର୍ବୃତ୍ତ

Spread the love

ଭୁବନେଶ୍ୱର (ଜେଏମଜେ ନ୍ୟୁଜ): ବିଏମସି କାର୍ଯ୍ୟାଳୟରେ ଗୁଣ୍ଡାଗିରି । ଅଫିସ ଭିତରେ ପଶି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ । ସୋମବାର ଅଭିଯୋଗ ଶୁଣାଣି ଚାଲିଥିବାବେଳେ ୫ ଜଣ ଦୁର୍ବୃତ୍ତ ଜୋର ଜବରଦସ୍ତ ଧଶେଇ ପଶି ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଯାହାକୁ ନେଇ ସାରା ରାଜ୍ୟର ଚର୍ଚ୍ଚା । ମେୟରଙ୍କ ଅଭିଯୋଗ, ରାଜ୍ୟରେ ଭୁଶୁଡ଼ିଗଲାଣି ଆଇନଶୃଙ୍ଖଳା ।

ମାଡ଼ ମାରିଥିବା ଯୁବକଙ୍କ ଗିରଫ ଦାବିରେ ଧାରଣା ଦେଲେ ବିଏମସି କର୍ମଚାରୀ ।

ମାଡ଼ ଓ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁ । ବିଏମସି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଏପରି ଆକ୍ରମଣର ଶିକାର ହେଲେ ଅତିରିକ୍ତ କମିଶନର । ଯାହାକୁ କର୍ମଚାରୀ ମହଲରେ ଭୟର ବାତାବରଣ । ଏପରି କାଣ୍ଡକୁ ବିରୋଧ କରିବା ସହ ଅଭିଯୁକ୍ତଙ୍କ ଗିରଫଦାରି ଦାବିରେ ଧାରଣା ଦେଲେ ସମସ୍ତ କର୍ମଚାରୀ । ଏପରି କାଣ୍ଡ ଜନୈକ ବିଜେପି ନେତାଙ୍କ ଲୋକ କରିଥିବା ଅଭିଯୋଗ ହୋଇଛି ।

କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ୫ ଜଣ ଯୁବକ ଚାମ୍ବରକୁ ଧଶେଇ ପଶି ବିଜେପି ନେତାଙ୍କୁ କ’ଣ କହିଲେ ବୋଲି ପ୍ରଶ୍ନ କରିଥିଲେ । ଗୋଟିଏ ୱାର୍ଡର ସ୍ବଚ୍ଛ ସାଥୀ ଓ ସୁପରଭାଇଜରଙ୍କ ଅଭିଯୋଗକୁ ନେଇ ତଦନ୍ତ କରୁଥିଲେ ଅତିରିକ୍ତ କମିଶନର । ବିଜେପି ନେତାଙ୍କୁ କାହିଁକି ଦୁର୍ବ୍ୟହାର କଲ ବୋଲି କହି ମାଡ଼ ମାରିବା ସହିତ ଜବରଦସ୍ତ ଟେକି ନେଇଥିଲେ ।

କାର୍ଯ୍ୟାଳୟରେ ପଶି ଏପରି ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବିଏମସି ମେୟର ସୁଲଷାଚନା ଦାସ । ସେ କହିଛନ୍ତି, ସିସିଟିଭି କ୍ୟାମେରା ଥାଇ ଦୁର୍ବୃତ୍ତ ଏପରି ସାହସ କରିପାରିଲେ । ବିଏମସି କାର୍ଯ୍ୟାଳୟର କୌଣସି କର୍ମଚାରୀ ସୁରକ୍ଷିତ ନୁହଁନ୍ତି । ଏ ନେଇ ଥାନାରେ ଅଭିଯୋଗ କରାଯାଇଛି । ସିସିଟିଭି ଫୁଟେଜରେ ଆକ୍ରମଣକାରୀଙ୍କ ଦୃଶ୍ୟ ରେକର୍ଡ ହୋଇଛି । ଲୋକଙ୍କ ସେବା ପାଇଁ ବିଏମସିର ଅଧିକାରୀଠାରୁ ଆରମ୍ଭ କରି ଜନ ପ୍ରତିନିଧି ଓ ଝାଡୁଦାର ପର୍ଯ୍ୟନ୍ତ କାମ କରୁଛନ୍ତି । ଯଦି ସେବା ଯୋଗାଉଥିବା ଅଫିସରେ କର୍ମଚାରୀ ସୁରକ୍ଷିତ ନୁହଁନ୍ତି ତା’ହେଲେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି କେଉଁ ସ୍ତରକୁ ଗଲାଣି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ମେୟର । ସେପଟେ ଏହି ଘଟଣାକୁ ନେଇ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେଡି ।

ଅଭିଯୋଗ ପରେ ଖାରବେଳନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ପ୍ରଶ୍ନ ଉଠୁଛି, କାର୍ଯ୍ୟରତ ଅଧିକାରୀଙ୍କୁ ଅଫିସ ଭିତରେ ମାଡ଼ ମାରିବାକୁ ସାହସ କଲେ କିପରି ଦୁର୍ବୃତ୍ତ ? କାହା ପ୍ରରୋଚନାରେ ଘଟିଲା ଏପରି କାଣ୍ଡ ? ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 73 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ