ପ୍ରଭୁପୀତ ଭବନ ଠାରେ ବାର୍ଷିକ ଉତ୍ସବ ସମାରୋହ

Spread the love

ଜେଏମଜେ ବ୍ୟୁରୋ : କବିସୂର୍ଯ୍ୟନଗର ଆଇ ବି ଛକ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ଵ ବିଦ୍ୟାଳୟ, ପ୍ରଭୁ ପ୍ରୀତ ଭବନ ଠାରେ 30ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି |ଏହି ଅଂଚଳର ମୁଖ୍ୟ ସେବା କେନ୍ଦ୍ର ଆସ୍କା ଶାନ୍ତି ଶକ୍ତି ଭବନ ର ସଂଚାଳିକା ରାଜ ଯୋଗିନୀ ପ୍ରଭାତୀ ଭଉଣୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା |ଏହି କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ର ପୂର୍ବତନ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ଆଇ ଆଇ ସି ଶ୍ରୀଯୁକ୍ତ ନିରଞ୍ଜନ ଦାସ, ଆସିକା ବାଳିକା ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ପଣ୍ଡା, ସମାଜ ସେବି, ଶ୍ରୀଯୁକ୍ତ ଶମ୍ଭୁ ଲିଙ୍ଗମ ଆଚାରୀ ଏବଂ ଯୁବ ବିଜେଡି ସଭାପତି ତଥା କାଉନସିଲର ଭଗବାନ ସ୍ୱାଇଁ ଏବଂ ଶତାଧିକ ଭାଇ ଭଉଣୀ ଯୋଗ ଦେଇଥିଲେ | ରାଜ ଯୋଗିନୀ ପ୍ରଭାତୀ ସଂସ୍ଥା ର ଇତିହାସ ତଥା ଉତ୍ତମ ସମାଜ ଗଠନ ଦିଗରେ ସଂସ୍ଥାର ଭୂମିକା ସମ୍ପର୍କ ରେ ବର୍ଣ୍ଣନା କରିଥିଲେ | ମୁଖ୍ୟ ଅତିଥି ଲତିକା ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ ଯେ ଏହି ଆଧ୍ୟାତ୍ମିକ ଶିକ୍ଷା ପ୍ରେତ୍ୟକେ ନିଜ ଘରର ପୁଅ ମାନଙ୍କୁ ଦେବା ନିହାତି ଆବଶ୍ୟକ, ଯଦ୍ୱାରା ଝିଅ ମାନଙ୍କ ପ୍ରତି ସେମାନଙ୍କ ଦୃଷ୍ଟିକୋଣ ବଦଳି ଯିବ ଏବଂ ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ହିଁ ସମାଜରୁ ବଳାତ୍କାର ଓ ଗଣଧର୍ଷଣ ଭଳି ଅପରାଧକୁ ମଧ୍ୟ ରୋକା ଯାଇ ପାରିବ | ଆଇ ଆଇ ସି ସାର ଏହି ସଂସ୍ଥା ସମାଜ ରେ ଶାନ୍ତି ର ବାର୍ତ୍ତା ପ୍ରଦାନ କରେ ବୋଲି ମତବ୍ୟକ୍ତ କରିଥିଲେ | ଅନ୍ୟାନ୍ୟ ଅତିଥି ଅନୁଷ୍ଠାନ ର ଭୁୟସୀ ପ୍ରଶଂସା କରିଥିଲେ, ସୁଜ୍ଞାନୀ ଭଉଣୀ ରାଜଯୋଗ ର ଅଭ୍ୟାସ କରାଇ ଥିଲେ, ନିରୁପ୍ରଭା ଭଉଣୀ ଧନ୍ୟବାଦ ଅର୍ପଣ ଓ ସତ୍ୟପ୍ରିୟ ସଭା କାର୍ଯ୍ୟ ପରିଚାଳନା କରିବା ସହିତ ଅନ୍ୟାନ୍ୟ ଭାଇ ଭଉଣୀ ଯେପରି ଅନୁରାଧା, ଧରଣୀ, ଆଶା, ଭାଗ୍ୟବାନି ଓ ବଳରାମ, ବିଶ୍ୱନାଥ, ପ୍ରଦୀପ, ଚରଣ, ନାଗେଶ୍ୱର, କାଳୁ ଇତ୍ୟାଦି ସହଯୋଗ କରିଥିଲେ |

  • jmjnewso

    Related Posts

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    Spread the love

    Spread the loveଜେଏମଜେ ବ୍ୟୁରୋ : ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହାକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ଘରଦ୍ୱାର ସଫାସୁତରାଠାରୁ ଆରମ୍ଭ କରି ନୂଆ ବସ୍ତ୍ର, ପୂଜା ସାମଗ୍ରୀ ଓ ବିଭିନ୍ନ ଖାଦ୍ୟପଦାର୍ଥ କିଣାକିଣିରେ…

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    Leave a Reply

    Your email address will not be published. Required fields are marked *

    You Missed

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    • By jmjnewso
    • September 14, 2026
    • 7 views
    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 74 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ