ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର OAS, ORS ଅଫିସର

Spread the love

ଭୁବନେଶ୍ୱର :(ଜେଏମଜେ ନ୍ୟୁଜ ): ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର OAS, ORS ଅଫିସର । କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡ଼ା, ଦେବଗଡ଼ ଜିଲ୍ଲା, ସୁବର୍ଣ୍ଣପୁର, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ ବି ସମୂହ ଛୁଟିରେ ଗଲେ ।
BMC ଅଫିସରଙ୍କୁ ଆଟାକ୍‌ ଘଟଣା ପ୍ରତିବାଦରେ ଛୁଟିରେ ଗଲେ । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ଛୁଟିରେ ରହିବେ ।
ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରୁ ଘୋଷାଡି ଆଣି ମାଡ ମାରିବା ଘଟଣାରେ ମଙ୍ଗଳବାର ବିଜେପିରୁ ୫ ଜଣଙ୍କୁ ନିଲମ୍ବନ କରାଯାଇଛି। ଗତକାଲି ଜୁନ ୩୦ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ କର୍ପୋରେଟର ଅପରୂପ ନାରାୟଣ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ,ସଚିକାନ୍ତ ସ୍ୱାଇଁ ଓ ସଞ୍ଜୀବ ମିଶ୍ରଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନିଲମ୍ବନ କରିଛନ୍ତି।

ସୂଚନାନୁଯାୟୀ, ସୋମବାର ବିଏମସି ଅତିରିକ୍ତ କମିଶନରଙ୍କୁ କିଛି ଦୁର୍ବୃତ୍ତ ମାଡ ମାରିବା ସହ ଆକ୍ରମଣ କରିଥିଲେ । ଏହି ଅଭିଯୁକ୍ତମାନେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ବୋଲି ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ଜଗନ୍ନାଥ କହିଛନ୍ତି ଯେ ମୁଁ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇ ଜଣଙ୍କୁ ଜାଣିଛି।

ମାଡ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଗଣମାଧ୍ୟମରେ ସବୁ ସତ କହିଛନ୍ତି ଜଗନ୍ନାଥ । ମୋତେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ଖରାପ ବ୍ୟବହାର କରିଥିଲେ । ଜଣେ ସ୍ୱଚ୍ଛ ସାଥୀ ଭଉଣୀଙ୍କୁ ଦୁର୍ବ୍ୟବହାର ନେଇ ଫୋନ୍‍ କରିଥିଲି । ୩୪ନମ୍ବର ୱାର୍ଡର ସ୍ୱଚ୍ଛ ସାଥୀ ଭଉଣୀଙ୍କୁ ଜାତି ନେଇ ଆକ୍ଷେପ କରିବା ସହ ଚାକିରିରୁ ବାହାର କରିବାକୁ ଧମକାଇଥିଲେ । ମୁଁ ପଚାରିବାରୁ ମୋତେ ତମେ କିଏ, କାହିଁକି ପଚାରୁଛ କହି ଖରାପ ବ୍ୟବହାର କରିଥିଲେ।

  • jmjnewso

    Related Posts

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ବାଲେଶ୍ୱରରେ ଗସ୍ତରେ ଅଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର। ପୂର୍ବାଞ୍ଚଳ ରେଞ୍ଜରେ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଏବଂ ଆଗାମୀ ପାର୍ବଣକୁ ନେଇ ପୂର୍ବାଞ୍ଚଳ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ…

    Leave a Reply

    Your email address will not be published. Required fields are marked *

    You Missed

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 14 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 38 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    ନିଟ ସଫଳତା ପରେ ଅକ୍ଷୀପ୍ତାରାଣୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା.

    • By jmjnewso
    • September 13, 2026
    • 76 views
    ନିଟ ସଫଳତା ପରେ ଅକ୍ଷୀପ୍ତାରାଣୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା.

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    • By jmjnewso
    • September 13, 2026
    • 19 views
    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    • By jmjnewso
    • September 13, 2026
    • 43 views
    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 43 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ