ଡିଜିଟାଲ୍‌ ଠିକଣା ବାଟବଣା: ୪୧ରୁ ୧୭ ବିଭାଗ ଚିଠି ଦେଉନାହାନ୍ତି

Spread the love

ଭୁବନେଶ୍ୱର : ଜେଏମଜେ ବ୍ୟୁରୋ : ରାଜ୍ୟ ସରକାର ସରକାରୀ ବ୍ୟବସ୍ଥାରେ ସ୍ବଚ୍ଛତା ଓ ବୈଷୟିକ ଜ୍ଞାନକୁ ଗୁରୁତ୍ବ ଦେଉଛନ୍ତି। ସବୁ ବିଭାଗରେ ଚିଠି ଅପ୍‌ଲୋଡ୍‌  କରିବାକୁ ୨ରୁ ୩ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ହେଲେ ପୁରୁଣା ଚିଠି ଯେପରି କେହି ଦେଖି ନ ପାରିବେ ସେଥିପାଇଁ କେବଳ ମାସକର ଚିଠି ଦେଖିବାର ବ୍ୟବସ୍ଥା କରାଯାଇଛି। ଯେଉଁ ୧୭ଟି ବିଭାଗ ଚିଠି ଅପ୍‌ଲୋଡ୍ କରୁନାହାନ୍ତି ସେଥିରୁ ୧୦ରୁ ଅଧିକ ବିଭାଗ ୨୦୧୮, ୨୦୧୯ ମସିହାରେ ଶେଷ ଚିଠି ଅପ୍‌ଲୋଡ୍ କରିଥିଲେ। କୌତୂହଳ ବିଷୟ ହେଉଛି, ଅଧିକାଂଶ ବିଭାଗ କେବଳ କେଉଁ କର୍ମଚାରୀ ପୂଜା ପାଇଁ, ଗାଡ଼ି କିଣିବାକୁ ଅଗ୍ରିମ ନେଲେ, ଆର୍‌ଟିଆଇ ଆବେଦନ ଆସିଲା, କେଉଁ ଅଧିକାରୀ କେଉଁଆଡ଼େ ଟୁର୍‌ରେ ଗଲେ, କିଏ ଛୁଟିରେ ଥିଲେ ସେହିଭଳି ଚିଠି ଅପ୍‌ଲୋଡ୍ କରୁଛନ୍ତି। କିନ୍ତୁ ବିଭାଗରେ କ’ଣ ବୈଠକ ହେଲା, କେଉଁ ପ୍ରକଳ୍ପ ପାଇଁ କ’ଣ ଯୋଜନା ଅଛି, ସେ ସଂପର୍କରେ ସୂଚନା ଦେଉନାହାନ୍ତି।
ରାଜ୍ୟ ସରକାର ସରକାରୀ ବ୍ୟବସ୍ଥାରେ ସ୍ବଚ୍ଛତା ଓ ବୈଷୟିକ ଜ୍ଞାନକୁ ଗୁରୁତ୍ବ ଦେଉଛନ୍ତି। ସବୁ ବିଭାଗରେ ଚିଠି ଅପ୍‌ଲୋଡ୍‌  କରିବାକୁ ୨ରୁ ୩ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ହେଲେ ପୁରୁଣା ଚିଠି ଯେପରି କେହି ଦେଖି ନ ପାରିବେ ସେଥିପାଇଁ କେବଳ ମାସକର ଚିଠି ଦେଖିବାର ବ୍ୟବସ୍ଥା କରାଯାଇଛି। ଯେଉଁ ୧୭ଟି ବିଭାଗ ଚିଠି ଅପ୍‌ଲୋଡ୍ କରୁନାହାନ୍ତି ସେଥିରୁ ୧୦ରୁ ଅଧିକ ବିଭାଗ ୨୦୧୮, ୨୦୧୯ ମସିହାରେ ଶେଷ ଚିଠି ଅପ୍‌ଲୋଡ୍ କରିଥିଲେ। କୌତୂହଳ ବିଷୟ ହେଉଛି, ଅଧିକାଂଶ ବିଭାଗ କେବଳ କେଉଁ କର୍ମଚାରୀ ପୂଜା ପାଇଁ, ଗାଡ଼ି କିଣିବାକୁ ଅଗ୍ରିମ ନେଲେ, ଆର୍‌ଟିଆଇ ଆବେଦନ ଆସିଲା, କେଉଁ ଅଧିକାରୀ କେଉଁଆଡ଼େ ଟୁର୍‌ରେ ଗଲେ, କିଏ ଛୁଟିରେ ଥିଲେ ସେହିଭଳି ଚିଠି ଅପ୍‌ଲୋଡ୍ କରୁଛନ୍ତି। କିନ୍ତୁ ବିଭାଗରେ କ’ଣ ବୈଠକ ହେଲା, କେଉଁ ପ୍ରକଳ୍ପ ପାଇଁ କ’ଣ ଯୋଜନା ଅଛି, ସେ ସଂପର୍କରେ ସୂଚନା ଦେଉନାହାନ୍ତି।

ଉଦାହରଣ ସ୍ବରୂପ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅକ୍ଟୋବର ୧୭,୨୦୨୪ରେ ଶେଷ ଚିଠି ଭାବେ ନିଜ ବିଭାଗର ଏକ ଅଭିଯୋଗ ପିଟିସନ୍ ଅପ୍‌ଲୋଡ୍ କରିଥିଲା। ଏହା ପୂର୍ବରୁ ଡିସେମ୍ବର ୨୬, ୨୦୧୮ରେ ଚିଠି ଅପ୍‌ଲୋଡ୍ ହୋଇଥିଲା। କୃଷି ବିଭାଗ କ’ଣ ୭ ବର୍ଷ ହେଲା କୌଣସି ବିଭାଗକୁ ଚିଠି ଦେଉନି? ସମବାୟ ବିଭାଗ ଫେବ୍ରୁଆରି ୬, ୨୦୨୪ରେ ଶେଷ ଚିଠି ଅପଲୋଡ୍ କରିଥିଲା। ବାଣିଜ୍ୟ ଓ ପରିବହନ ବିଭାଗରୁ ପରିବହନ ବିଭାଗ ନିୟମିତ ଚିଠି ଅପ୍‌ଲୋଡ୍ କରୁଥିବାବେଳେ ବାଣିଜ୍ୟ ବିଭାଗ ମେ’ ୬, ୨୦୨୫ରେ ଶେଷ ଚିଠି ଅପଲୋଡ୍ କରିଥିଲା। ଏହା ପୂର୍ବ ଚିଠି ଥିଲା ଜାନୁଆରି ୩୦, ୨୦୨୪। 
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଡିସେମ୍ବର ୩୧, ୨୦୧୮, ସଂସଦୀୟ ବ୍ୟାପାର ବିଭାଗ ଡିସେମ୍ବର ୨୭, ୨୦୧୮, ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ସେପ୍ଟେମ୍ବର ୬, ୨୦୨୪, ଶକ୍ତି ବିଭାଗ ଅଗଷ୍ଟ ୨୯, ୨୦୨୪, ଅବକାରୀ ବିଭାଗ ଡିସେମ୍ବର ୨୮, ୨୦୧୮, ଇସ୍ପାତ ଓ ଖଣି ବିଭାଗ ନଭେମ୍ବର ୮, ୨୦୨୪ରେ ଶେଷ ଚିଠି ଅପ୍‌ଲୋଡ୍ କରିଥିଲେ। ଅପରପକ୍ଷେ ଶିଳ୍ପ, ମିସନ୍‌ଶକ୍ତି, ଏମ୍‌ଏସ୍‌ଏମ୍‌ଇ ଭଳି ବିଭାଗ କେବେ ଶେଷ ଚିଠି ଅପ୍‌ଲୋଡ୍ କରିଥିଲେ ତାହା ଦେଖାଉନାହାନ୍ତି। 
ଗୃହ ବିଭାଗରେ ନିୟମିତ ଚିଠି ଅପ୍‌ଲୋଡ୍ ହେଉଛି। ହେଲେ ବିଭାଗର ମୁଖ୍ୟ କାର୍ଯ୍ୟ ସମ୍ପର୍କିତ ଚିଠି କାଁଭାଁ ଅଛି। କେବଳ କେଉଁଦିନ କାହା ପାଇଁ କେଉଁଠି ଓଡ଼ିଶା ନିବାସ, ଓଡ଼ିଶା ଭବନ ବୁକିଂ ହେଲା ସେ ସମ୍ପର୍କିତ ମାଳମାଳ ଚିଠି ଏଥିରେ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିୟମିତ ଚିଠି ଅପ୍‌ଲୋଡ୍ କରୁଥିଲେ ବି ଅଧିକାରୀଙ୍କ ବଦଳି ନିର୍ଦ୍ଦେଶନାମା, ବଜାର ଦର ଆଦି ତଥ୍ୟ ଅପ୍‌ଲୋଡ୍ ହେଉନି। ରାଜଭବନ ସଚିବାଳୟ, ବିଧାନସଭା, ସୂଚନା କମିସନଙ୍କୁ ଏହି ପୋର୍ଟାଲରେ ଯୋଡ଼ା ହୋଇଥିଲେ ମଧ୍ୟ ଏଠାରୁ ନିୟମିତ ବ୍ୟବଧାନରେ ଚିଠି ଅପ୍‌ଲୋଡ୍ ହେଉନି। ବିଧାନସଭାରୁ କେବେ ଶେଷ ଚିଠି କେଉଁ ବିଭାଗକୁ ଆସିଥିଲା ତାହା ବି ନାହିଁ। ଆଶ୍ଚର୍ଯ୍ୟର ବିଷୟ ଇ-ଡେସ୍‌ପାଚ୍ ବ୍ୟବସ୍ଥାର ତଦାରଖ, ପରିଚାଳନା ଦାୟିତ୍ବ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ଓକାକ୍‌ର। ହେଲେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ବର୍ତ୍ତମାନ ସୁଦ୍ଧା ୪୭,୨୫୦ଟି ଚିଠି ଡେସ୍‌ପାଚ୍ କରିଛି ବୋଲି ସଂଖ୍ୟା କହୁଥିଲେ ହେଁ ଏହା ଉପରେ କ୍ଲିକ୍ କଲେ ‘ନୋ ରେକର୍ଡ ଫାଉଣ୍ଡ’ ଦେଖାଉଛି। ଓକାକ୍ ଦେଢ଼ ବର୍ଷରେ ମାତ୍ର ୨ଟି ଚିଠି ଅପ୍‌ଲୋଡ୍ କରିଛି। ଏହି ବିଭାଗ ଅନ୍ୟମାନଙ୍କୁ କିଭଳି ତାଗିଦ୍ କରୁଥିବେ ଏଥି‌ରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ନଗର ଉନ୍ନୟନ, ପରିବହନ, ପୂର୍ତ୍ତ, ଜଳ ସମ୍ପଦ, ମହିଳା ଓ ଶିଶୁ ବିକାଶ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଆଦି ବିଭାଗଗୁଡ଼ିକ ନିୟମିତ ଚିଠି ଅପ୍‌ଲୋଡ୍ କରୁଛନ୍ତି।

  • jmjnewso

    Related Posts

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    Spread the love

    Spread the loveପୁରୀ : ଜେଏମଜେ ନ୍ୟୁଜ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ଦୀର୍ଘ ସାଢ଼େ ୩ ଘଣ୍ଟା ଶବ ଅପେକ୍ଷା କରିବା ପରେ ଆସିଲା କାଠ । ଶବ ପୋଡ଼ା ଆରମ୍ଭ ହେଲା । ରାତି ୧୦ଟା ବେଳକୁ…

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    Spread the love

    Spread the love ଜେଏମଜେ ବ୍ୟୁରୋ : ତାମିଲନାଡୁର ତେନକାସୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୮ ଜଣ ଆହତ ହୋଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    • By jmjnewso
    • September 15, 2026
    • 43 views
    ବିକାଶ ପ୍ରକଳ୍ପରେ ଅବ୍ୟବସ୍ଥା ଅଭିଯୋଗ ଆଣି ୩ ସାଂସଦଙ୍କ ସରକାରଙ୍କୁ ଚିଠି

    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    • By jmjnewso
    • September 15, 2026
    • 41 views
    ମଣିପୁରରେ ପୁଣି ହିଂସା ; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା। ଜାଳିଦେଲେ ଫାର୍ମହାଉସ୍

    UPI କାରବାର ନେଇ ଆସିଲା ନୂଆ ନିୟମ

    • By jmjnewso
    • September 15, 2026
    • 44 views
    UPI କାରବାର ନେଇ ଆସିଲା ନୂଆ ନିୟମ

    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    • By jmjnewso
    • September 15, 2026
    • 75 views
    ପିଙ୍କୁ ଦାଶ ଙ୍କ ସମେତ 4 ଗିରଫ

    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    • By jmjnewso
    • September 15, 2026
    • 52 views
    ଗୋପାଳପୁର ଆହାର କେନ୍ଦ୍ର ବନ୍ଦ,ଖାଇବାକୁ ନପାଇ ଫେରିଗଲେ ଲୋକେ

    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ

    • By jmjnewso
    • September 15, 2026
    • 49 views
    ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ