୧ ଅକ୍ଟୋବରରୁ ଲାଗୁ ହେବ ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ

Spread the love


ଜେଏମଜେ ବ୍ୟୁରୋ : ଡାକ ବିଭାଗ ପକ୍ଷରୁ ସ୍ପିଡ ପୋଷ୍ଟ ପାଇଁ ନୂଆ ଶୁଳକ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହା ୧ ଅକ୍ଟୋବରରୁ ଲାଗୁ ହେବ । ବର୍ଦ୍ଧିତ ଶୁଳ୍କ ସହ କେତେକ ନୂଆ ସୁବିଧା ମଧ୍ୟ ଘୋଷଣା କରାଯାଇଛି । ଗ୍ରାହକଙ୍କ ପରିବର୍ତ୍ତିତ ଆବଶ୍ୟକତା ସହିତ ଖାପ ଖୁଆଇବା ଏବଂ ସ୍ପିଡ୍ ପୋଷ୍ଟରେ ନିର୍ଭରଯୋଗ୍ୟତା, ସୁରକ୍ଷା ଓ ସୁବିଧାକୁ ଆହୁରି ବୃଦ୍ଧି କରିବା ଲକ୍ଷ୍ୟରେ ବିଭାଗ ଏହି ପଦକ୍ଷେପ ନେଇଛି ।
ବଢ଼ୁଥିବା ପରିଚାଳନା ଖର୍ଚ୍ଚ ଓ ସେବାର ଆଧୁନିକୀକରଣକୁ ଧ୍ୟାନରେ ରଖି, ନୂଆ ଶୁଳ୍କ ଘୋଷଣା କରାଯାଇଛି। ପ୍ରାୟତଃ  ୫୦ ଗ୍ରାମ ପର୍ଯ୍ୟନ୍ତ ଓଜନ ବା ଦୂରତା ପାଇଁ ସ୍ଥାନୀୟ ସ୍ପିଡ୍ ପୋଷ୍ଟର ଶୁଳ୍କ ୧୯ ଟଙ୍କା ହେବା ସହିତ, ଅଧିକ ୨୦୦ କି.ମି. ପାଇଁ  ୪୭ ଟଙ୍କା ଶୁଳ୍କ ରଖାଯାଇଛି।  ସେହିପରି ୫୧ ରୁ ୨୫୦ ଗ୍ରାମ ପର୍ଯ୍ୟନ୍ତ  ୨୪ ରୁ ୭୭ ଟଙ୍କା ଓ ୨୫୧ ରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ୨୮ ରୁ ୯୩ ଟଙ୍କା ଶୁଳ୍କ ଦେବାକୁ ହେବ। ୧୩ ବର୍ଷ ପରେ ଏହି ଶୁଳକ ବୃଦ୍ଧି ପାଇଛି । ଶେଷ ଥର ପାଇଁ ଅକ୍ଟୋବର ୨୦୧୨ରେ ସ୍ପିଡପୋଷ୍ଟ ଶୁଳ୍କ ବୃଦ୍ଧି କରାଯାଇଥିଲା ।

ନୂଆ ସୁବିଧା ମଧ୍ୟରେ ରହିଛି ଓଟିପି ଆଧାରିତ ସୁରକ୍ଷିତ ବିତରଣ, ଅନଲାଇନ୍ ପେମେଣ୍ଟ, ଏସଏମଏସ୍ ଆଧାରିତ ବିଜ୍ଞପ୍ତି, ସୁବିଧାଜନକ ଅନଲାଇନ୍ ବୁକିଂ, ପ୍ରକୃତ-ସମୟ ଅପଡେଟ୍ ଏବଂ ପଞ୍ଜୀକରଣ ସୁବିଧା।

  • jmjnewso

    Related Posts

    ଓଡ଼ିଶାକୁ ବାତ୍ୟା ଭୟ ! ୨୬ରୁ ବଢ଼ିବ ବର୍ଷା: ବିଭିନ୍ନ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

    Spread the love

    Spread the loveଜେଏମଜେ ନ୍ୟୁଜ : ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା । ଆସନ୍ତାକାଲି ଅବପାତ ସୃଷ୍ଟି ହେବା ପରେ ୨୫ରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ୨୬ ସକାଳ ବେଳକୁ ଏହା ବାତ୍ୟାର ରୂପ ନେଇପାରେ ।…

    ବଙ୍ଗୋପସାଗରରେ ଭୀଷଣ ବାତ୍ୟା ଆଶଙ୍କା, ଓଡ଼ିଶା ପାଇଁ ବଢ଼ିଲା ଚିନ୍ତା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଆସୁଛି ବାତ୍ୟା ! ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ପାଣିପାଗ ବିଶେଷଜ୍ଞ ମାନେ କହିଛନ୍ତି । ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ