ନିର୍ବାଚନ ଆୟୋଗ ପକ୍ଷରୁ ବିହାରରେ ଚୂଡ଼ାନ୍ତ ଭୋଟର ତାଲିକା ଜାରି

Spread the love

ଜେଏମଜେ ବ୍ୟୁରୋ :ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ (ଏସଆଇଆର) କାର୍ଯ୍ୟକାରୀ ହେବା ପରେ ନିର୍ବାଚନ ଆୟୋଗ ମଙ୍ଗଳବାର ଚୂଡ଼ାନ୍ତ ଭୋଟର ତାଲିକା ଜାରି କରିଛନ୍ତି। ଏହି ଭୋଟର ତାଲିକା ଆଧାରରେ ଆଗାମୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ(ଇସି) ନିଜର ଓ୍ବେବସାଇଟରେ ଏହି ତାଲିକା ଅପଲୋଡ କରିଛନ୍ତି। ଚୂଡ଼ାନ୍ତ ତାଲିକାରେ ୭ କୋଟି ୪୧ ଲକ୍ଷ ୯୨ ହଜାର ୩୫୭ ମତଦାତାଙ୍କ ନାମ ରହିଛି। ଚୂଡ଼ାନ୍ତ ତାଲିକାରେ ପାଟନା ଜିଲାରେ ୧ ଲକ୍ଷ ୬୩ ହଜାର ମତଦାତା ବୃଦ୍ଧି ପାଇଛନ୍ତି। ସେହିପରି ମୁଜଫରପୁର ଜିଲାରେ ୮୮ ହଜାର ୧୦୮ ଭୋଟର ବଢ଼ିଛନ୍ତି।

ରିପୋର୍ଟ ଅନୁସାରେ ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭୋଟର ତାଲିକାକୁ ଜିଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ। ଭୋଟରମାନେ ମଧ୍ୟ ନୂତନ ତାଲିକାରେ ନିଜ ନାମକୁ ଯାଞ୍ଚ କରିପାରିବେ। ସେମାନେ ଇସିଙ୍କ ଓ୍ବେବସାଇଟ୍‌କୁ ଯାଇ ନିଜ ନାଁ ରହିଛି କି ନାହିଁ ଦେଖିପାରିବେ। ନିର୍ବାଚନ ଆୟୋଗ ଅଧିକାରୀମାନେ ଆସନ୍ତା ୫ ଏବଂ ୬ ତାରିଖରେ ନିର୍ବାଚନ ହେବାକୁ ଥିବା ରାଜ୍ୟକୁ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ଏହା ପରେ ଆୟୋଗଙ୍କ ପକ୍ଷରୁ ତାରିଖ ଘୋଷଣା କରାଯିବ।

  • jmjnewso

    Related Posts

    ବିଜେପିର ‘ଡିଜିଟାଲ୍ ବ୍ୟାଙ୍କିଙ୍ଗ୍’ ନୁହେଁ, ବରଂ ଲୋକଙ୍କ ‘ପକେଟ୍ ମାର୍‌’ ଚାଲିଛି : ଭକ୍ତ

    Spread the love

    Spread the loveଜେଏମଜେ ବ୍ୟୁରୋ : ଜଟଣୀଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗ୍ରୀନଫିଲ୍ଡ ଡାଟା ସେଣ୍ଟର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଦାୟିତ୍ୱହୀନ ଓ ଭ୍ରମାତ୍ମକ ଭାଷଣକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ…

    ରବିବାର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

    Spread the love

    Spread the loveଜେଏମଜେ ବ୍ୟୁରୋ : ଆସନ୍ତା ୨୫ତାରିଖ ଅର୍ଥାତ୍ ରବିବାର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ୨ ଘଣ୍ଟା ୨୫ ମିନିଟର କାର୍ଯ୍ୟକ୍ରମ ରହିଛି । ରବିବାର ଅପରାହ୍ନ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ