23 ବର୍ଷ ର ଏମ୍ବୁଲେନ୍ସ ରେ ବୁହାହେଉଛି ରୋଗୀ.. କିନ୍ତୁ ନୂଆ ଏମ୍ବୁଲେନ୍ସ ମେଡିକାଲ ରେ ଖତ ଖାଉଛି..

Spread the love

ଜେଏମଜେ ବ୍ୟୁରୋ : ସ୍ୱାସ୍ଥ୍ୟ କେନ୍ଦ୍ର ଥାଇ ଭଗବାନ ଭରସା ରେ କବିସୂର୍ଯ୍ୟନଗର ବାସୀ.. ମିଳୁନି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା.. କିମ୍ବା ମୌଳିକ ସୁବିଧା.. 24 ବର୍ଷ ର ନବୀନ ସରକାର ରେ ଠିକାଦାରରୀ ଶାସନ ରେ ସୀମିତ ରହିଯାଇଛି ସ୍ୱାସ୍ଥ୍ୟ ସେବା..
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ର ବହୁପୁରାତନ ସରକାରୀ ଡାକ୍ତରଖାନା ର ଅବ୍ୟବସ୍ଥା କୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ, CDMO, ନିର୍ବାଚିତ ଲୋକ ପ୍ରତିନିଧି ଜାଣି ଅଜଣା ଅଭିନୟ କରୁଛନ୍ତି.. ଯାହା ଅଭିଯୋଗ ହେଉଛି ଏଠି 23 ବର୍ଷ ର ଏମ୍ବୁଲେନ୍ସ ରେ ବୁହାହେଉଛି ରୋଗୀ.. କିନ୍ତୁ ନୂଆ ଏମ୍ବୁଲେନ୍ସ ମେଡିକାଲ ରେ ଖତ ଖାଉଛି.. ଗତ 3 ବର୍ଷ ପୂର୍ବରୁ ବିଧାୟକ ପାଣ୍ଠିରୁ ନୂଆ ଏମ୍ବୁଲେନ୍ସ ଅଣାଯାଇଥିଲେ ମଧ୍ୟ ବ୍ୟବହାର ନହୋଇ ପଡ଼ିରହିଛି.. ଯାହା ସୂଚନା ମିଳିଛି ଶବ ବୋହିବା ପାଇଁ ବିଧାୟକ ହାତ ପାଣ୍ଠି ରୁ କିଣାଯାଇଥିବା ଏମ୍ବୁଲେନ୍ସ ଟି ମହିଳା ଗୋଷ୍ଠୀ ପରିଚାଳନା କରିବା ପାଇଁ କୁଆଡେ ନିର୍ଦେଶ ଅଛି. କିନ୍ତୁ କିଏ ଓ କେଉଁ ମହିଳାଗୋଷ୍ଠୀ ତାର ଦାୟିତ୍ୱ ନେବ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାହାକୁ ସୂଚନା ଦିଆଯାଇନଥିବା ବେଳେ ତତ୍କାଳୀନ ମେଡିକାଲ ଇନଚାର୍ଜ ସବୁ କାମ କୁ ଲୁଚାଇ ରଖିବା ଏବଂ ରୋଗୀ କଲ୍ୟାଣ ସମିତି ବୈଠକ କରିନଥିବା ଜଣାଯାଇଛି.. ସେହିପରି ମେଡିକାଲ ପରିସରରେ ଡାକ୍ତର କ୍ୱାଟର ରେ ପାଲ ପକାଇ ରହିବା, ଅନ୍ୟ କ୍ୱାଟର କୁ ଡ଼ମ୍ପିଙ୍ଗୟାର୍ଡ଼ କରିଵା ଭଳି ଘଟଣା ଏବେ ପଦାରେ ପଡିଛି..ସରକାର ଓ ଲୋକଙ୍କ ଜାଣିବା ପାଇଁ ଆମେ ଦେଖାଉଛୁ ଏ ହେଉଛି ମେଡିକାଲ ପରିସରର ବିକଳ ଚିତ୍ର.. କିଭଳି ଅବ୍ୟବସ୍ଥା, ଅପରିଷ୍କାର ପରିବେଶ ରେ ଆସୁଛନ୍ତି ରୋଗୀ.. ଏତେ ଅବ୍ୟବସ୍ଥା ଥିବା ବେଳେ ମେଡିକାଲ ଇନଚାର୍ଜ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ..
ପୂର୍ବରୁ ବିରୋଧୀ ଦଳ ରେ ଥାଇ ମେଡିକାଲ ଅବ୍ୟବସ୍ଥା କୁ ନେଇ ଦାବୀ କରୁଥିବା ବିଜେପି ନେତା ଏବେ ନୂଆ ସରକାର ଆସିବା ପରେ କବିସୂର୍ଯ୍ୟନଗର ବିଧାୟକ ଅଛନ୍ତି
କଣ ହେବ ମେଡିକାଲ ସ୍ଥିତି, ଲୋକଙ୍କୁ ମିଳିବ କି ମୌଳିକ ସେବା, କାର୍ଯ୍ୟକାରୀ ହେବ କି ନୂଆ ଆମ୍ବୁଲାନ୍ସ ବୋଲି ଲୋକେ ପ୍ରଶ୍ନ କଲେଣି…
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • Related Posts

    ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅକାଳ ମୃତ୍ୟୁ ସହ କୋଭିଡ୍ ଟୀକାର ସମ୍ପର୍କ ନାହିଁ!

    Spread the love

    Spread the love ଜେଏମଜେ ବ୍ୟୁରୋ : ଭାରତରେ ଯୁବପିଢିଙ୍କ ମଧ୍ୟରେ ଅଚାନକ ହେଉଥିବା ମୃତ୍ୟୁକୁ ନେଇ ଚିନ୍ତା ପ୍ରକାଶ ପାଉଥିବାବେଳେ ଏହା ପଛରେ କୋଭିଡ୍ ଟୀକା ଥିବା କେତେକ ମହଲରେ ସଂଦେହ କରାଯାଉଛି। କିନ୍ତୁ ଏମ୍ସ-ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ…

    ସରକାରୀ ଡାକ୍ତରଖାନାରେ ବଢିଲା ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ ଡାକ୍ତରଖାନାରେ ବଢିଲା ରୋଗୀଙ୍କ ଖର୍ଚ୍ଚ । ଇନଡୋର ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ ବଢିଲା । ସାଧାରଣ ଖାଦ୍ୟ ଖର୍ଚ୍ଚ 127 ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଶିଶୁଙ୍କ ଖାଦ୍ୟ ଖର୍ଚ୍ଚ 110 ଟଙ୍କା…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଛାଡିଲେ ହେବ କ୍ଷୟକ୍ଷତି ଆକଳନ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ

    ଏସଆଇ ଆର କୁ ନେଇ ଏବେ ବି ଅଜ୍ଞ କୋରାପୁଟିଆ ଆଦିବାସୀ