ରାଜ୍ୟର ୧୨ଟି ଜିଲ୍ଳାରେ ନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

Spread the love

ଜେଏମଜେ ବ୍ୟୁରୋ : ରାଜ୍ୟର ୧୨ଟି ଜିଲ୍ଳାରେ ନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) । ଫଳରେ ସିଡିଏମ୍‌ଓ କରୁଥିବା କାର୍ଯ୍ୟ ଯଥା-ପ୍ରଶାସନିକ କାର୍ଯ୍ୟ, ସ୍ୱାସ୍ଥ୍ୟସେବା, ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା, ରୋଗୀଙ୍କ ଅଭିଯୋଗ ଶୁଣି ସମାଧାନ କରିବା, ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡିକୁ ତଦାରଖ କରିବା ଆଦି କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହୋଇଛି । ସିଡିଏମ୍‌ଓ ନ ଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମୁରବିଶୂନ୍ୟ ହୋଇପଡିଛି ।

୪ ମାସରୁ ଅଧିକ ସମୟ ହେଲାଣି ନବରଙ୍ଗପୁର, ସୋନପୁର, ଭଦ୍ରକ, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ସିଡିଏମ୍‌ଓ ନାହାନ୍ତି । ଏହି ସବୁ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ସିଡିଏମ୍‌ଓ ପଦବି ଖାଲିହୋଇଛି । ସ୍ୱାସ୍ଥ୍ୟ ସଂକ୍ରାନ୍ତ ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ହେଉ ଅବା ଜିଲ୍ଲାସ୍ତରୀୟ ବୈଠକ ସବୁ ସିଡିଏମ୍‌ଓଙ୍କ ତତ୍ତ୍ୱାବଧାନରେ ହୋଇଥାଏ । ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାକୁ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ କରିବାରେ ସିଡିଏମ୍‌ଓ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ହେଲେ ଏହି ସବୁ ଜିଲ୍ଲାରେ ସିଡିଏମ୍‌ଓ ନଥିବାରୁ ଏହି କାମ ଠିକ୍‌ ଭାବେ ହୋଇପାରୁନି । ସେହିପରି ଡାକ୍ତରଙ୍କ ପଦୋନ୍ନତି, ବଦଳି ଓ କାର୍ଯ୍ୟ ବଣ୍ଟନ ଏବଂ ନର୍ସଙ୍କ ପୋଷ୍ଟିଂ, ଗ୍ରେଡେସନ୍‌ ଓ ବଦଳି ଆଦି ପ୍ରକ୍ରିୟା ବାଧ୍ୟାପ୍ରାପ୍ତ ହେଉଛି । ସ୍ୱାସ୍ଥ୍ୟ ବିଭାଗ ଘନ ଘନ ସେମାନଙ୍କ ସମ୍ପର୍କରେ ରିପୋର୍ଟ ମାଗୁଛି । ହେଲେ ସିଡିଏମ୍‌ଓ ନ ଥିବାରୁ ଜିଲ୍ଲାରୁ ରିପୋର୍ଟ ଆସୁପାରୁନାହିଁ । ନର୍ସିଂ ନିର୍ଦ୍ଦେଶାଳୟ ନର୍ସଙ୍କ ରିପୋର୍ଟ ଧରି ବସିଛି । ପୂର୍ଣ୍ଣାଙ୍ଗ ରିପୋର୍ଟ ଜିଲ୍ଲାରୁ ପହଞ୍ଚି ପାରୁନଥିବାରୁ ପ୍ରଶାସନିକ କାର୍ଯ୍ୟ ଆଗକୁ ବଢ଼ୁନି । ତେବେ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହୋଇଛି, ଏହାର ଉତ୍ତର କାହା ପାଖରେ ନାହିଁ । ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ କହୁଛନ୍ତି ଏହା ଆମ ଅଧୀନରେ ନାହିଁ । ଆମେ ସ୍ୱାସ୍ଥ୍ୟ ବିଭାଗକୁ ଏହା ଜଣାଇ ଦେଇଛୁ । ସ୍ୱାସ୍ଥ୍ୟ ବିଭାଗ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପଚାରିବାରୁ ସେମାନେ ଚୁପ୍‌ ରହୁଛନ୍ତି ।
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ

  • Related Posts

    ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅକାଳ ମୃତ୍ୟୁ ସହ କୋଭିଡ୍ ଟୀକାର ସମ୍ପର୍କ ନାହିଁ!

    Spread the love

    Spread the love ଜେଏମଜେ ବ୍ୟୁରୋ : ଭାରତରେ ଯୁବପିଢିଙ୍କ ମଧ୍ୟରେ ଅଚାନକ ହେଉଥିବା ମୃତ୍ୟୁକୁ ନେଇ ଚିନ୍ତା ପ୍ରକାଶ ପାଉଥିବାବେଳେ ଏହା ପଛରେ କୋଭିଡ୍ ଟୀକା ଥିବା କେତେକ ମହଲରେ ସଂଦେହ କରାଯାଉଛି। କିନ୍ତୁ ଏମ୍ସ-ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ…

    ସରକାରୀ ଡାକ୍ତରଖାନାରେ ବଢିଲା ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ

    Spread the love

    Spread the loveଜେଏମଜେ ବ୍ୟୁରୋ : ସରକାରୀ ଡାକ୍ତରଖାନାରେ ବଢିଲା ରୋଗୀଙ୍କ ଖର୍ଚ୍ଚ । ଇନଡୋର ରୋଗୀଙ୍କ ଖାଦ୍ୟ ଖର୍ଚ୍ଚ ବଢିଲା । ସାଧାରଣ ଖାଦ୍ୟ ଖର୍ଚ୍ଚ 127 ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଶିଶୁଙ୍କ ଖାଦ୍ୟ ଖର୍ଚ୍ଚ 110 ଟଙ୍କା…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 37 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 47 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 30 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 70 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 43 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 61 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ