ରଣଜିତ୍ ସିଂହ କିଏ?

Spread the love

ଜେଏମଜେ ବ୍ୟୁରୋ :(ମୁନି ଶତପଥୀଙ୍କ ରିପୋର୍ଟ): ୧୭୮୦ ମସିହା ନଭେମ୍ବର ମାସ ୧୩ ତାରିଖରେ ପଞ୍ଜାବ ମାଟି ରଣଜିତ୍ ସିଂହ ରୂପରେ ଜଣେ ବୀର ପୁତ୍ରଙ୍କୁ ଜନ୍ମ ଦେଇଥିଲା, ଯେଉଁ ବୀର ପୁତ୍ର ଦିନେ ଶିଖ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ଓ ଶିଖ ସାମ୍ରାଜ୍ୟର ପ୍ରଥମ ମହାରାଜା ଭାବେ ଉନ୍ନତ ଶାସନ ପ୍ରଦାନ କରିଥିଲେ । ରଣଜିତ୍ ସିଂହଙ୍କ ଗୋଟେ ଆଖି ନଥିଲା, କିନ୍ତୁ ସେ ଥିଲେ ଅଦ୍ୱିତୀୟ ଯୋଦ୍ଧା । ତାଙ୍କ ସଂକ୍ଷିପ୍ତ ଜୀବନ କାଳ ମଧ୍ୟରେ ସେ ଦୁରାନୀ ସାମ୍ରାଜ୍ୟକୁ ପରାଜୟର ସ୍ବାଦ ଚଖାଇ ଥିଲେ, ସେ ମୁଲତାନ୍, କାଶ୍ମୀର ସହ ପେଶାୱାର ଉପତ୍ୟକାକୁ ଦଖଲ କରି ନିଜ ସାମ୍ରାଜ୍ୟରେ ମିଶାଇଥିଲେ । ସେ ଗୁର୍ଜନୱାଲା ( ବର୍ତ୍ତମାନ ପାକିସ୍ତାନରେ) ଜନ୍ମଗ୍ରହଣ କରିଥିବା ବେଳେ ସେ ଲାହୋର( ବର୍ତ୍ତମାନ ପାକିସ୍ତାନରେ)ର ମଧ୍ୟ ମହାରାଜା ଥିଲେ ଓ ଲାହୋରରେ ମୃତ୍ୟୁବରଣ କରିଥିଲେ । ଶିଖ ସାମ୍ରାଜ୍ୟର ପ୍ରତିଷ୍ଠାତା ରଣଜିତ୍ ସିଂହଙ୍କ ଜନ୍ମ ଓ ମୃତ୍ୟୁ ସ୍ଥଳ ବର୍ତ୍ତମାନ ପାକିସ୍ତାନରେ ଥିବା ବେଳେ ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକଙ୍କ ଜନ୍ମସ୍ଥାନ ନାନକାନା ସାହିବ ଓ ମୃତ୍ୟୁ ସ୍ଥାନ କର୍ତ୍ତାରପୁର ଉଭୟ ପାକିସ୍ତାନରେ । ତେବେ ବର୍ତ୍ତମାନ ନିଜକୁ ଶିଖ କହି କିଛି ପାରାସାଇଟ ଭାରତ ଭିତରେ ଶିଖ ହୋମଲ୍ୟାଣ୍ଡ ବା ଖଲିସ୍ତାନ ସ୍ବପ୍ନ ଦେଖୁଥିବା ବେଳେ ଶିଖ ଧର୍ମର ପବିତ୍ର ସ୍ଥାନ ନାନକାନା ସାହିବ ଓ କର୍ତ୍ତାରପୁର ସହ ଶିଖ ସାମ୍ରାଜ୍ୟର ଗୌରବାବହ ଇତିହାସ ସହ ଜଡ଼ିତ ଗୁର୍ଜନୱାଲା ଓ ଲାହୋରରେ ଶିଖ ଐତିହ୍ୟର ପୁନରୁଦ୍ଧାର ପାଇଁ ଉଦ୍ୟମ ନକରି ଭାରତ ବିରୋଧୀ କାର୍ଯ୍ୟକଳାପରେ ସାମିଲ ହେବା ପଛର ମନ୍ଦ ଉଦ୍ଦେଶ୍ୟ ଓ ଏହା ପଛରେ କେଉଁ ଶକ୍ତି ଅଛି, ତାହା ସ୍ପଷ୍ଟ ହେଇଯାଉଛି ।

  • jmjnewso

    Related Posts

    ଲୋକାର୍ପଣ ହେଲା ଏଲ୍. ଆର୍. ଆଇ ଯାତ୍ରା ୨୦୨୫

    Spread the love

    Spread the loveଢେଙ୍କାନାଳ (ଜେଏମଜେ ନ୍ୟୁଜ ): ଲୋକାର୍ପଣ ହେଲା ଏଲ୍. ଆର୍. ଆଇ ଯାତ୍ରା ୨୦୨୫ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ ପରିସରରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗ ତରଫରୁ ପ୍ରକଳ୍ପ ନିର୍ଦ୍ଦେଶକ…

    ଦେବ ଦୀପାବଳି ପ୍ରଥମ ଦିବସ – ଅଦିତି ଓ କଶ୍ୟପଙ୍କୁ ମହାପ୍ରଭୁଙ୍କ ଶ୍ରାଦ୍ଧ

    Spread the love

    Spread the loveଜେଏମଜେ ବ୍ୟୁରୋ (ମୁନି ଶତପଥି ଙ୍କ ରିପୋର୍ଟ ): ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀରେ ମହାପ୍ରଭୁ ଜଗନ୍ନାଥ ନିଜ ପିତା–ମାତା** ଅଦିତି ଓ କଶ୍ୟପଙ୍କୁ ଶ୍ରାଦ୍ଧ ଦେଇଥାନ୍ତି **।ବାମନ ଅବତାରରେ ବିଷ୍ଣୁ ଅଦିତିଙ୍କ ଗର୍ଭରୁ ଜନ୍ମନେଇଥିବାରୁଏମାନେ ଭଗବାନଙ୍କ ମାତା–ପିତା ଭାବେ…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତରୁ ପୁରୀ: ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’

    • By jmjnewso
    • September 20, 2026
    • 27 views
    ପଞ୍ଚାୟତରୁ ପୁରୀ:   ଆରମ୍ଭ ହେଲା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’

    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    • By jmjnewso
    • September 20, 2026
    • 28 views
    ଗଞ୍ଜାମ ଜିଲ୍ଲା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    • By jmjnewso
    • September 20, 2026
    • 17 views
    ଓଡିଶା ମୁହାଁ ହେଉଛି ସମ୍ଭାବ୍ୟ ବାତ୍ୟା।

    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    • By jmjnewso
    • September 20, 2026
    • 24 views
    ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    • By jmjnewso
    • September 20, 2026
    • 21 views
    ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ମୁକାବିଲା ପାଇଁ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।

    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।

    • By jmjnewso
    • September 20, 2026
    • 52 views
    ଶିକ୍ଷକ ପଦୋନ୍ନତି ଘଟଣା…ନିଯୁକ୍ତି ତାଲିକାରେ ଅନିୟମିତତା ନେଇ ଚର୍ଚ୍ଚାରେ ଡିଇଓ।