ବେଶ୍ୟା ନା ମଣିଷ?

Spread the love

ଶୀତୁଆ ସକାଳ,
ଚାହା କେଟିଲିର ଗରମ ବାଷ୍ପରେ ଜାଲି ଜାଲିଆ ଦିଶୁଥିବା ସହର |
ଅନେକଦିନର କାଶ ସହ ବନ୍ଧୁ ବାନ୍ଧିଥିବା ବୁଢା କେଇଟା ବିସ୍କୁଟ ଖଣ୍ଡ ଓ ଅଧାଖିଆ ଆଳୁଚପ ପାଈଁ ଲାଞ୍ଜ ହଲେଇ ମୁଣ୍ଡ ଯାକୁଥିବା ଦୁଇଟା ବୁଲା କୁକୁର
ଥିଲେ ସହଯାତ୍ରୀ ମୋ ହୃଦୟ ଭାଙ୍ଗିବା ବେଳର ||

ଧରା ପଡିଛନ୍ତି ଦେହଜିବୀ ଲକ୍ଷ୍ମୀସାଗରରେ,
କାଲିର ଘଟଣାଟି ଆଜି ପରଶା ଯାଇଛି ଖବରକାଗଜର ନରମ ଦେହରେ
ଚାରିଟା ଝିଅ, ଦୁଇଟା କିନ୍ନର, ପାଞ୍ଚଜଣ ଗରାଖଙ୍କ ସହ ଧରା ପଡିଛନ୍ତି ଆପତ୍ତିଜନକ ଅବସ୍ଥାରେ

ଲୋକେ କୁହାକୁହି ହେଲେ
ଏ କଥା ନୂଆ କଣ ଯେ ରାଜଧାନୀରେ |
ଭାରି ସହଜ ଏଠି,
ଦେହ ସହ ଦେହ ଜଡେଇ ଦେବା
ବିନା ସ୍ନେହ ଓ ପ୍ରେମରେ,
କିଛି ଟଙ୍କା ବିନିମୟରେ ||

ମତେ ଭଲ ଲାଗିଲାନି ସେମାନଙ୍କ କଥା
ମୁଁ ଚାଲି ଆସିଲି ସେଠାରୁ
ସେମାନେ କଣ ବୁଝିଛନ୍ତି ରୁବିନାକୁ ମୋଠାରୁ ଅଧିକା
ତା ଅସହାୟ ମନ ଓ ହୃଦୟର ତରଳ ଆବେଗ
ତା ଜୀବନ ରାସ୍ତାର ସବୁତକ ଢିପ ଆଉ ଖାଲ

ମନେ ପଡୁଛି ରୁବିନା ସହ ପ୍ରଥମ ଭେଟର ଦୃଶ୍ୟଗୁଡ଼ା,
ରୁବିନାର ବୟସ ଅପେକ୍ଷା ଛାତିର ଚଉଡ଼ା ଅଧିକା ବୋଲି କହୁଥିଲା ଦଲାଲ |
ତା ଖେଁ ଖେଁ ହସରେ ସେ କହୁଥିଲା ନାରୀ ଏକ ସଜ ମାଂସର ପାହାଡ଼
ତା ଅସ୍ତିତ୍ୱ ଖାଲି ଅନ୍ୟ ବିପରୀତଲିଙ୍ଗୀ ମଣିଷଙ୍କ ଦାନବୀୟ କାମନାର ଏକାକାର ରୂପ ||

ମୁଁ ଟଙ୍କା ଦେଲି ଅଧିକା ଅଧିକା,
ରହିଲି ସର୍ବାଗ୍ରେ
ବାଜି ମାରିଲି ରୁବିନାକୁ ରାତିଟିଏ ପାଈଁ
ମତେ ଆଦର ସହକାରେ ନିଆଗଲା ରଙ୍ଗୀନ କୋଠରୀ ଭିତରକୁ
ଯେଉଁଠି ରୁବିନା ସଜ ହେଇ ବସିଛି କେବଳ ମୋ ପାଈଁ

ସେ ଉଠି ଆସିଲା ପାଖକୁ
ମୋ ଇସାରାରେ ବାରଣ
ଏ ଗରାଖ ବୋଧେ ସମୟ ଚାହେଁ
ସେ ଫେରିଗଲା ନିଜ ପୂରୁଣା ମୁଦ୍ରାକୁ

ମୋର ପ୍ରଥମ ପ୍ରଶ୍ନ,
ତୁମ ବୟସ କେତେ ?
ରୁବିନା ଦେଖିଲା ତନ୍ନ ତନ୍ନ ନିଜକୁ
ଦୁଇ ଦିନ ତଳେ ହିଁ ସେ କଳା କରିଛି କେଶ |
ପ୍ରତି ମାସରେ ବ୍ଲାଉଜ ଫିଟିଂ କରିବାରେ ଖିଲାପ୍ କରିନି,
ଓଠରେ ବୋଳିଛି ନାଲି,
ଆଖିରେ କଜ୍ଜଳ ର ଧାର,
ତେବେ ଗରାଖର ଏପରି ପ୍ରଶ୍ନ କାହିଁକି ?

ଦ୍ଵିତୀୟ ପ୍ରଶ୍ନ
ତୁମେ କାହିଁକି ଏ ରାସ୍ତାରେ ଆସିଲ ?
ଏଥର ରୁବିନାର ଆଖିରେ ଅସମ୍ଭାଳ ଲୁହଙ୍କର ଭିଡ଼
ଓଠରେ ଓଠେ କଥା ସବୁ କିନ୍ତୁ ଅଟକି ରହିଛି ତୋଟିର ସେପାଖେ

ସେ କିନ୍ତୁ ଯାହା କହିଲା ତାର ଶାବ୍ଦିକ ରୂପ ଏହିପରି
ବାବୁ ତୁମେ ପୋଲିସ ନା ସାମ୍ବାଦିକ
ନାଏକ୍ କୁ କହି ତୁମ ପଇସା ଫେରେଇ ଦିଆଯିବ
ତୁମ ଇଚ୍ଛାରେ ତୁମେ ଯେତେବେଳେ ଚାହିଁବ ଆସିବ ଓ ଯିବ
ଆଉ କିଛି ପ୍ରଶ୍ନ ପଚାରନି ମତେ
ରୁବିନା ଜନ୍ମ ହେଇଛି କେବଳ ଶାଢ଼ୀ ଖୋଲିବ ଓ ପିନ୍ଧିବ

ନା ମୁଁ ସେମାନଙ୍କ ମଧ୍ୟରୁ କେହି ନୁହେଁ
ସାଧାରଣ ମଣିଷଟେ ମାତ୍ର
.
.
ତୁମେ ସାଧାରଣ ମଣିଷ ଯଦି,
ସେମାନେ ଯାହା କରନ୍ତି କର |
ମୋ ଚିବୁକ ଛୁଅଁ
ମୁକୁଳା ଛାତିରେ ନିଜ ବଳର ପରାକାଷ୍ଠା ଦିଅ
ନିଜ ପୌରୁଷତ୍ବର ଅଖଣ୍ଡ ଗର୍ବରେ ମୋ ଶରୀରର ଅଣୁ ଅଣୁକୁ ଖର୍ବ କରିଦିଅ
ଯଦି ପସନ୍ଦ ଆସୁନି ଚାପୁଡ଼ା ମାର,
କ୍ଷତାକ୍ତ କର,ମଜା ନିଅ ||

ନା ମୁଁ ସେପରି ଚାହେଁନି,
ନିଜ କଲମ କାଳିରେ ତୁମକୁ ନୂଆ ରୂପଟିଏ ଦେବାକୁ ଚାହେଁ
ତୁମକୁ ମୁକ୍ତାକାଶଟିଏ ବଢ଼େଇ ଦେବାକୁ ଚାହେଁ
ତୁମେ ହେବ ସ୍ୱାଧୀନ,
ବୁଲିବ ଡେଣା ଛାଟି
ଅସରନ୍ତି ହେବ ତୁମ ଆକାଶ
ତୁମ ଇଚ୍ଛାରେ ତୁମେ ଭୁଞ୍ଜିବ, ମଜ୍ଜିବ
ତୁମ ଇଚ୍ଛାରେ ହିଁ ତୁମ ପାଈଁ ରାତିଟେ ଆସିବ ||

ଏଥର ହସିଲା ରୁବିନା,
ସେ ହସ କ୍ରମଶଃ ବଢ଼ି ବଢ଼ି ଗଲା |
ଯେତିକି ବଢିଲା ମୋ ହୃଦୟ ସେତିକି ଚୁରମାର ହେଲା ||

ଥାଉ ଅମନ୍ ତମେ ଚାଲିଯାଅ
….
ମୁଁ ଅମନ ନୁହେଁ

ମୁଁ ଅବିନାଶ, ଅବିନାଶ ରାୟ
ନା ତୁମେ ଅମନ, ଅମନ ଗୋଛାୟତ୍
ଆରେ ମୁଁ ଅଲଗା ମଣିଷ
ମୋ ପାଈଁ କିନ୍ତୁ ସବୁ ମଣିଷ ସମାନ |

ସମୟ ସମାପ୍ତ ,
ଶେଯରୁ ରୁବିନା ଉଠିଲା
କେଇ ଘଣ୍ଟାରେ ବେଶ୍ୟା ଓ ମଣିଷ ସମାନ କରିଦେଲା….

( କାଲି ରେଡ୍ ରେ ରୁବିନା ଧରାପଡ଼ିଛି,
ଏ କଥା କଣ ନୂଆ ଯେ ରାଜଧାନୀରେ
ଏଠି ରୁବିନା ମାନେ ଧରା ପଡନ୍ତି ଆଉ ଖସିଯାଆନ୍ତି ଅମନ୍ ମାନେ ..

ମୁନି ଶତପଥୀ, କବିସୂର୍ଯ୍ୟନଗର

  • jmjnewso

    Related Posts

    ଲୋକାର୍ପଣ ହେଲା ଏଲ୍. ଆର୍. ଆଇ ଯାତ୍ରା ୨୦୨୫

    Spread the love

    Spread the loveଢେଙ୍କାନାଳ (ଜେଏମଜେ ନ୍ୟୁଜ ): ଲୋକାର୍ପଣ ହେଲା ଏଲ୍. ଆର୍. ଆଇ ଯାତ୍ରା ୨୦୨୫ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ ପରିସରରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗ ତରଫରୁ ପ୍ରକଳ୍ପ ନିର୍ଦ୍ଦେଶକ…

    ଦେବ ଦୀପାବଳି ପ୍ରଥମ ଦିବସ – ଅଦିତି ଓ କଶ୍ୟପଙ୍କୁ ମହାପ୍ରଭୁଙ୍କ ଶ୍ରାଦ୍ଧ

    Spread the love

    Spread the loveଜେଏମଜେ ବ୍ୟୁରୋ (ମୁନି ଶତପଥି ଙ୍କ ରିପୋର୍ଟ ): ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀରେ ମହାପ୍ରଭୁ ଜଗନ୍ନାଥ ନିଜ ପିତା–ମାତା** ଅଦିତି ଓ କଶ୍ୟପଙ୍କୁ ଶ୍ରାଦ୍ଧ ଦେଇଥାନ୍ତି **।ବାମନ ଅବତାରରେ ବିଷ୍ଣୁ ଅଦିତିଙ୍କ ଗର୍ଭରୁ ଜନ୍ମନେଇଥିବାରୁଏମାନେ ଭଗବାନଙ୍କ ମାତା–ପିତା ଭାବେ…

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ଇଣ୍ଡି ମେଣ୍ଟ ମୁହାଁ ବିଜେଡି!

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ରାଜ୍ୟ ଯୋଜନା ବୋର୍ଡ ଗଭର୍ଣ୍ଣିଂ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ଏସ୍‌ଓପି ।

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର