ଦେଶର ସମସ୍ତ ସରକାରୀ ବିଦ୍ୟାଳୟରେ ଲାଗିବ ଇଣ୍ଟରନେଟ

Spread the love


ଜେଏମଜେ ବ୍ୟୁରୋ : ଦେଶର ସମସ୍ତ ସରକାରୀ ସ୍କୁଲରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ହେବ । ଏନେଇ କେନ୍ଦ୍ର ସରକାର ବ୍ୟୟ ବରାଦ କରିଛନ୍ତି । ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷାରେ ଟେକ୍ନୋଲୋଜିର ବଢୁଥିବା ଆବଶ୍ୟକତାକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
ସମସ୍ତ ସ୍କୁଲରେ କିପରି ଇଣ୍ଟରନେଟ ସୁବିଧା ମିଳିବ ସେନେଇ ପ୍ରାଥମିକତା ଭିତରେ କାମ ଆରମ୍ଭ ହୋଇଛି । ଦେଶର ସରକାରୀ ବିଦ୍ୟାଳୟରେ ଅଟଳ ଟିଙ୍କରିଂ ଲ୍ୟାବ ଜରିଆରେ ନବସୃଜନ ଓ ପ୍ରାକ୍ଟିକାଲ ଶିକ୍ଷାକୁ ସୁଦୃଢ କରିବା ପାଇଁ ଉଦ୍ୟମ କରାଯାଉଛି ।

ଆଗାମୀ ୫ବର୍ଷରେ ଦେଶର ସରକାରୀ ବିଦ୍ୟାଳୟ ଗୁଡିକରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ ଖୋଲାଯିବ । ବର୍ତ୍ତମାନ ଦେଶର ବିଭିନ୍ନ ସ୍କୁଲରେ ୧୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ କାମ କରୁଥିବା ରାଜ୍ୟସଭାରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏଥିସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ୍ ଶ୍ରେଣୀଗୃହ, ଦକ୍ଷତା-ଭିତ୍ତିକ ଶିକ୍ଷା ଏବଂ ଶିକ୍ଷକଙ୍କ ଦକ୍ଷତା ନିର୍ମାଣ ହେଉଛି ସ୍କୁଲ ଶିକ୍ଷା ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଅଂଶ । ଶିକ୍ଷାରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମସ୍ତ କ୍ଷେତ୍ରରେ ହେବା ଆବଶ୍ୟକ । ଭାରତନେଟ୍ ପ୍ରକଳ୍ପ ଅଧୀନରେ, ଗ୍ରାମାଞ୍ଚଳର ସ୍କୁଲଗୁଡ଼ିକରେ ବ୍ରଡବ୍ୟାଣ୍ଡ ସଂଯୋଗୀକରଣକୁ ବିସ୍ତାର କରାଯାଉଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଶିକ୍ଷକ ତାଲିମ ବିଷୟରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଜିଲ୍ଲା ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନକୁ ଶିକ୍ଷକଙ୍କ ବୃତ୍ତିଗତ କ୍ଷମତାକୁ ବୃଦ୍ଧି କରିବା ପାଇଁ ସୁଦୃଢ଼ କରାଯାଉଛି ।

  • jmjnewso

    Related Posts

    ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା

    Spread the love

    Spread the loveଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ…

    ନେତ୍ରୋତ୍ସବ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ

    Spread the love

    Spread the loveପୁରୁଷୋତ୍ତମପୁର :ଜେଏମଜେ ନ୍ୟୁଜ : ବିଶ୍ବର ପ୍ରାଚୀନତମ ଭାଷା ସଂସ୍କୃତ ଭାଷା। ବେଦଠାରୂ ଆରମ୍ଭ କରି ପୁରାଣ ଓ ଉପନିଷଦ ଆଦି ସଂସ୍କୃତ ଭାଷାରେ ରଚିତ। ଯୁଗେ ଯୁଗେ ସଂସ୍କୃତ ଭାଷାର ମହତ୍ତ୍ଵ ରହିଆସିଛି।ପାଠ୍ୟ ବିଷୟ ବସ୍ତୁ ଭାବେ…

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 42 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    • By jmjnewso
    • September 12, 2026
    • 34 views
    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    • By jmjnewso
    • September 12, 2026
    • 31 views
    ଶାନ୍ତିଶୃଙ୍ଖଳାରେ ଗଣେଶ ପୂଜା ପାଇଁ ବୁଗୁଡ଼ା ଥାନାରେ ବୈଠକ

    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    • By jmjnewso
    • September 12, 2026
    • 54 views
    ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ

    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    • By jmjnewso
    • September 12, 2026
    • 38 views
    ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେପି ସାଂସଦ ଦିନେଶ ଶର୍ମା

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    • By jmjnewso
    • September 12, 2026
    • 26 views
    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି