ଦେଶର ସମସ୍ତ ସରକାରୀ ବିଦ୍ୟାଳୟରେ ଲାଗିବ ଇଣ୍ଟରନେଟ

Spread the love


ଜେଏମଜେ ବ୍ୟୁରୋ : ଦେଶର ସମସ୍ତ ସରକାରୀ ସ୍କୁଲରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ହେବ । ଏନେଇ କେନ୍ଦ୍ର ସରକାର ବ୍ୟୟ ବରାଦ କରିଛନ୍ତି । ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷାରେ ଟେକ୍ନୋଲୋଜିର ବଢୁଥିବା ଆବଶ୍ୟକତାକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
ସମସ୍ତ ସ୍କୁଲରେ କିପରି ଇଣ୍ଟରନେଟ ସୁବିଧା ମିଳିବ ସେନେଇ ପ୍ରାଥମିକତା ଭିତରେ କାମ ଆରମ୍ଭ ହୋଇଛି । ଦେଶର ସରକାରୀ ବିଦ୍ୟାଳୟରେ ଅଟଳ ଟିଙ୍କରିଂ ଲ୍ୟାବ ଜରିଆରେ ନବସୃଜନ ଓ ପ୍ରାକ୍ଟିକାଲ ଶିକ୍ଷାକୁ ସୁଦୃଢ କରିବା ପାଇଁ ଉଦ୍ୟମ କରାଯାଉଛି ।

ଆଗାମୀ ୫ବର୍ଷରେ ଦେଶର ସରକାରୀ ବିଦ୍ୟାଳୟ ଗୁଡିକରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ ଖୋଲାଯିବ । ବର୍ତ୍ତମାନ ଦେଶର ବିଭିନ୍ନ ସ୍କୁଲରେ ୧୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ କାମ କରୁଥିବା ରାଜ୍ୟସଭାରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏଥିସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ୍ ଶ୍ରେଣୀଗୃହ, ଦକ୍ଷତା-ଭିତ୍ତିକ ଶିକ୍ଷା ଏବଂ ଶିକ୍ଷକଙ୍କ ଦକ୍ଷତା ନିର୍ମାଣ ହେଉଛି ସ୍କୁଲ ଶିକ୍ଷା ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଅଂଶ । ଶିକ୍ଷାରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମସ୍ତ କ୍ଷେତ୍ରରେ ହେବା ଆବଶ୍ୟକ । ଭାରତନେଟ୍ ପ୍ରକଳ୍ପ ଅଧୀନରେ, ଗ୍ରାମାଞ୍ଚଳର ସ୍କୁଲଗୁଡ଼ିକରେ ବ୍ରଡବ୍ୟାଣ୍ଡ ସଂଯୋଗୀକରଣକୁ ବିସ୍ତାର କରାଯାଉଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଶିକ୍ଷକ ତାଲିମ ବିଷୟରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଜିଲ୍ଲା ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନକୁ ଶିକ୍ଷକଙ୍କ ବୃତ୍ତିଗତ କ୍ଷମତାକୁ ବୃଦ୍ଧି କରିବା ପାଇଁ ସୁଦୃଢ଼ କରାଯାଉଛି ।

  • jmjnewso

    Related Posts

    ପିଏମ୍‌ଶ୍ରୀ ସ୍କୁଲ୍‌ରେ କୃଷି ଧନ୍ଦାମୂଳକ ଶିକ୍ଷା: ଓସେପା ଓ ଓୟୁଏଟି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ…

    ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା

    Spread the love

    Spread the loveଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ