ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା

Spread the love

ଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ ମଧ୍ୟ ଚାଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ମିଳିମିଶି ଏହି ଦିବସର ମହତ୍ତ୍ୱ ଉପଲବ୍ଧି କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବେ। ତେବେ ଉତ୍ସବ ସମାପ୍ତ ହେବା ପରେ ପ୍ରତିଦିନ ପରି ସ୍ୱାଭାବିକ ଭାବେ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ। ଏହି ଦିନଗୁଡ଼ିକରେ କୌଣସି ଅତିରିକ୍ତ ବିଶ୍ରାମ ସମୟ କିମ୍ବା ଅଧା ଦିନ ଛୁଟି ମିଳିବ ନାହିଁ । ପୂର୍ବରୁ ଅନେକ ସ୍କୁଲରେ କେବଳ ଉତ୍ସବ ପାଳନ ପରେ ଛାତ୍ରଛାତ୍ରୀଙ୍କୁ ଛୁଟି ଦିଆଯାଉଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଥିଲା। ତେଣୁ ଶିକ୍ଷାଦାନ ଦିବସର ସଦୁପଯୋଗ ତଥା ସମୟ ମଧ୍ୟରେ ପାଠ୍ୟକ୍ରମ ଶେଷ କରିବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ ହେବ

  • jmjnewso

    Related Posts

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    Spread the love

    Spread the love କଟକ :  ଜେଏମଜେ ନ୍ୟୁଜ : ବାତ୍ୟା ଅର୍ଣ୍ଣବ ସତ୍ତ୍ୱେ ଚାଲିବ ମାଧ୍ୟମିକ ଶିକ୍ଷା ପରିଷଦର ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା। କିନ୍ତୁ ୫ ଟି ଜିଲ୍ଲାରେ ବୋର୍ଡ ପକ୍ଷରୁ ଖାତା ଦେଖା ସ୍ଥଗିତ…

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ବ୍ୟୁରୋ : ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଏ ନେଇ ସମୀକ୍ଷା ମଧ୍ୟ କରିଛନ୍ତି । ଏସ୍ଆର୍ସି କହିଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ