ନେତ୍ରୋତ୍ସବ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ

Spread the love

ପୁରୁଷୋତ୍ତମପୁର :ଜେଏମଜେ ନ୍ୟୁଜ : ବିଶ୍ବର ପ୍ରାଚୀନତମ ଭାଷା ସଂସ୍କୃତ ଭାଷା। ବେଦଠାରୂ ଆରମ୍ଭ କରି ପୁରାଣ ଓ ଉପନିଷଦ ଆଦି ସଂସ୍କୃତ ଭାଷାରେ ରଚିତ। ଯୁଗେ ଯୁଗେ ସଂସ୍କୃତ ଭାଷାର ମହତ୍ତ୍ଵ ରହିଆସିଛି।ପାଠ୍ୟ ବିଷୟ ବସ୍ତୁ ଭାବେ ଏହାର ସ୍ଵତନ୍ତ୍ର ସ୍ଥାନ ରହିଛି।ସଂସ୍କୃତ ଭାଷା ହେଉଛି ସବୁ ଭାଷାମାନଙ୍କର ଜନନୀ l ତେଣୁ ପ୍ରତିବର୍ଷ ସଂସ୍କୃତ ଭାଷାର ଗୁରୁତ୍ୱ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବାକୁ ସଂସ୍କୃତ ଦିବସ ପାଳନ କରାଯାଉଛି।

ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ବିଶ୍ଵ ସଂସ୍କୃତ ଦିବସ ପାଳନ ଅବସରରେ ଆଜି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ୍ ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ସ୍ଥିତ ନେତ୍ରୋତ୍ସବ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ସଭାପତିତ୍ଵରେ ସଂସ୍କୃତ ଦିବସ ପାଳନ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ସଂସ୍କୃତ ଶିକ୍ଷକ ବିନୋଦ ବିହାରୀ ଦାସ ଏବଂ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଲମ୍ବୋଦର ଶତପଥୀ ଯୋଗ ଦେଇ ସଂସ୍କୃତ ଭାଷା ଓ ଶିକ୍ଷା ଉପରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ l ଆଜିର ଦିବସରେ ପିଲାମାନେ ସଂସ୍କୃତ ଶ୍ଳୋକ ଆବୃତ୍ତି କରିଥିଲେ।

ଏବେ ସଂସ୍କୃତ ଭାଷାର ବ୍ୟବହାର ଧୀରେ ଧୀରେ କମିଯାଉଛି ବୋଲି ଏହି ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଥିଲେ l ଆଲୋଚିତ କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ଶ୍ଳୋକ ଓ ତର୍କ ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଚନ୍ଦ୍ରଦାସ ସାମଲ, ମନୋଜ କୁମାର ସାହୁ, ପି. ଲୋକେଶ୍ଵର ରାଓ ,ଅମିତ୍ରୀ ବେହେରା , ସାଗର ପ୍ରଧାନ , ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ ଲକ୍ଷ୍ମୀଧର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

  • jmjnewso

    Related Posts

    ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ ଏଵଂ ଶିଶୁ ଦିବସରେ ହେବ ପାଠପଢା

    Spread the love

    Spread the loveଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଏବଂ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ବିଶେଷ ଦିନଗୁଡ଼ିକରେ ସ୍କୁଲରେ ଉତ୍ସବ ପାଳନ ହେବା ସହିତ ନିୟମିତ ଭାବେ ଶିକ୍ଷାଦାନ…

    ପ୍ରକାଶ ପାଇଲା ଓଟିଇଟି-୨୦୨୬ ରେଜଲ୍ଟ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା ଓଟିଇଟି-୨୦୨୬ ରେଜଲ୍ଟ । ମୋଟ ପାସ ହାର ୬୪.୪୮ ପ୍ରତିଶତ ରହିଛି । ପରୀକ୍ଷା ପାଇଁ ୯୭ ହଜାର ୧୫୧ ଜଣ ଆବେଦନ…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 16 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 38 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 26 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 45 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 32 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 52 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା