ଆଜି ଜନ୍ମାଷ୍ଟମୀ..ପୁର ଠୁ ପଲ୍ଲୀ ସବୁଠି କୃଷ୍ଣ ମୟ…

Spread the love

ଭୁବନେଶ୍ଵର: ଆଜି ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ ହୁଏ ଜନ୍ମାଷ୍ଟମୀ । ଏହି ଅବସରରେ ରାଜ୍ୟର ସମସ୍ତ କୃଷ୍ଣ ମନ୍ଦିର ଉତ୍ସବମୁଖର ହୋଇଉଠିଛି । ଭୁବନେଶ୍ୱର ଶ୍ରୀରାମ ମନ୍ଦିରରେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଭକ୍ତମାନଙ୍କ ଭିଡ଼ ଜମିଛି । ସେପଟେ ଜନ୍ମାଷ୍ଟମୀ ପାଇଁ ରାମ ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।ଭୁବନେଶ୍ଵର: ଆଜି ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ ହୁଏ ଜନ୍ମାଷ୍ଟମୀ । ଏହି ଅବସରରେ ରାଜ୍ୟର ସମସ୍ତ କୃଷ୍ଣ ମନ୍ଦିର ଉତ୍ସବମୁଖର ହୋଇଉଠିଛି । ଭୁବନେଶ୍ୱର ଶ୍ରୀରାମ ମନ୍ଦିରରେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଭକ୍ତମାନଙ୍କ ଭିଡ଼ ଜମିଛି । ସେପଟେ ଜନ୍ମାଷ୍ଟମୀ ପାଇଁ ରାମ ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।

ଆଜି ମଧ୍ୟରାତ୍ରି ୧୨ଟାରେ ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ, ଯାହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଅନେକ ଶ୍ରଦ୍ଧାଳୁ ସପରିବାରେ ଶ୍ରୀରାମ ମନ୍ଦିରରେ ପହଞ୍ଚି ଶ୍ରୀକୃଷ୍ଣଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରୁଛନ୍ତି । ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରି ଶ୍ରୀରାମ ମନ୍ଦିରରେ ଖେଳୁଛନ୍ତି କୁନି ଶ୍ରୀକୃଷ୍ଣ । ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି କୁନି ଶ୍ରୀକୃଷ୍ଣ । କୃଷ୍ଣ ପ୍ରେମରେ ଲୀନ ହୋଇଛନ୍ତି ଭକ୍ତ । ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଛନ୍ତି ଶ୍ରଦ୍ଧାଳୁ । ଅନେକ ଭକ୍ତ ନିଷ୍ଠାର ସହ ଜନ୍ମାଷ୍ଟମୀ ଅବସରରେ ଉପବାସ କରିଛନ୍ତି । କିଛି ଭକ୍ତ ବିଶ୍ଵର କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି ।ଅନ୍ୟପଟେ ରାଜଧାନୀର ଇସ୍କନ ମନ୍ଦିରରେ ମଧ୍ୟ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଜୟଦେବ ବିହାର ସ୍ଥିତ ଶ୍ରୀକୃଷ୍ଣ ମନ୍ଦିରରେ ମଧ୍ୟ ଧୁମଧାମରେ ଜନ୍ମାଷ୍ଟମୀ ପାଳିତ ହେଉଛି । ରାଧାକୃଷ୍ଣଙ୍କର ଭବ୍ୟ ପ୍ରତିମାକୁ ସୁଗନ୍ଧିତ ପୁଷ୍ପଗୁଚ୍ଛରେ ସୁସଜ୍ଜିତ କରାଯାଇଛି । ଏଠାରେ ମଧ୍ୟ ସକାଳୁ ମଙ୍ଗଳ ଆଳତି ପରେ ସାଧାରଣ ଦର୍ଶନ ଚାଲିଛି । ମଧ୍ୟରାତିରେ କୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହେବ ।

  • jmjnewso

    Related Posts

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    Spread the love

    Spread the love କଟକ :  ଜେଏମଜେ ନ୍ୟୁଜ : ବାତ୍ୟା ଅର୍ଣ୍ଣବ ସତ୍ତ୍ୱେ ଚାଲିବ ମାଧ୍ୟମିକ ଶିକ୍ଷା ପରିଷଦର ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା। କିନ୍ତୁ ୫ ଟି ଜିଲ୍ଲାରେ ବୋର୍ଡ ପକ୍ଷରୁ ଖାତା ଦେଖା ସ୍ଥଗିତ…

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ବ୍ୟୁରୋ : ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଏ ନେଇ ସମୀକ୍ଷା ମଧ୍ୟ କରିଛନ୍ତି । ଏସ୍ଆର୍ସି କହିଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ