ଭୁବନେଶ୍ଵର: ଆଜି ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ ହୁଏ ଜନ୍ମାଷ୍ଟମୀ । ଏହି ଅବସରରେ ରାଜ୍ୟର ସମସ୍ତ କୃଷ୍ଣ ମନ୍ଦିର ଉତ୍ସବମୁଖର ହୋଇଉଠିଛି । ଭୁବନେଶ୍ୱର ଶ୍ରୀରାମ ମନ୍ଦିରରେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଭକ୍ତମାନଙ୍କ ଭିଡ଼ ଜମିଛି । ସେପଟେ ଜନ୍ମାଷ୍ଟମୀ ପାଇଁ ରାମ ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।ଭୁବନେଶ୍ଵର: ଆଜି ପବିତ୍ର ଜନ୍ମାଷ୍ଟମୀ । ପ୍ରଭୁ ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ ହୁଏ ଜନ୍ମାଷ୍ଟମୀ । ଏହି ଅବସରରେ ରାଜ୍ୟର ସମସ୍ତ କୃଷ୍ଣ ମନ୍ଦିର ଉତ୍ସବମୁଖର ହୋଇଉଠିଛି । ଭୁବନେଶ୍ୱର ଶ୍ରୀରାମ ମନ୍ଦିରରେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଭକ୍ତମାନଙ୍କ ଭିଡ଼ ଜମିଛି । ସେପଟେ ଜନ୍ମାଷ୍ଟମୀ ପାଇଁ ରାମ ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।

ଆଜି ମଧ୍ୟରାତ୍ରି ୧୨ଟାରେ ଧରାବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ, ଯାହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଅନେକ ଶ୍ରଦ୍ଧାଳୁ ସପରିବାରେ ଶ୍ରୀରାମ ମନ୍ଦିରରେ ପହଞ୍ଚି ଶ୍ରୀକୃଷ୍ଣଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରୁଛନ୍ତି । ଶ୍ରୀକୃଷ୍ଣଙ୍କ ବେଶ ଧାରଣ କରି ଶ୍ରୀରାମ ମନ୍ଦିରରେ ଖେଳୁଛନ୍ତି କୁନି ଶ୍ରୀକୃଷ୍ଣ । ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି କୁନି ଶ୍ରୀକୃଷ୍ଣ । କୃଷ୍ଣ ପ୍ରେମରେ ଲୀନ ହୋଇଛନ୍ତି ଭକ୍ତ । ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଛନ୍ତି ଶ୍ରଦ୍ଧାଳୁ । ଅନେକ ଭକ୍ତ ନିଷ୍ଠାର ସହ ଜନ୍ମାଷ୍ଟମୀ ଅବସରରେ ଉପବାସ କରିଛନ୍ତି । କିଛି ଭକ୍ତ ବିଶ୍ଵର କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି ।ଅନ୍ୟପଟେ ରାଜଧାନୀର ଇସ୍କନ ମନ୍ଦିରରେ ମଧ୍ୟ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଜୟଦେବ ବିହାର ସ୍ଥିତ ଶ୍ରୀକୃଷ୍ଣ ମନ୍ଦିରରେ ମଧ୍ୟ ଧୁମଧାମରେ ଜନ୍ମାଷ୍ଟମୀ ପାଳିତ ହେଉଛି । ରାଧାକୃଷ୍ଣଙ୍କର ଭବ୍ୟ ପ୍ରତିମାକୁ ସୁଗନ୍ଧିତ ପୁଷ୍ପଗୁଚ୍ଛରେ ସୁସଜ୍ଜିତ କରାଯାଇଛି । ଏଠାରେ ମଧ୍ୟ ସକାଳୁ ମଙ୍ଗଳ ଆଳତି ପରେ ସାଧାରଣ ଦର୍ଶନ ଚାଲିଛି । ମଧ୍ୟରାତିରେ କୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହେବ ।








