ସିଏମ୍ କିଷାନ ଯୋଜନା: ବରଗଡ଼ ଜିଲ୍ଲାର ୧.୭୫ ଲକ୍ଷ ଚାଷୀ ପାଇଲେ ସହାୟତା

Spread the love

ବରଗଡ଼: ଜେଏମଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ): ସିଏମ କିଷାନ ଯୋଜନା ଅଧୀନରେ ବରଗଡ଼ ଜିଲ୍ଲାର ମୋଟ ୧,୭୪,୭୯୮ ଜଣ ହିତାଧିକାରୀ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି

ଏହି ଉପଲକ୍ଷେ ବରଗଡ଼ରେ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀଙ୍କ ସମୃଦ୍ଧି ଓ ରବି ଚାଷକୁ ଅଧିକ ଗତିଶୀଳ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମମତା ରାଣୀ ତ୍ରିପାଠୀ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ନରସିଂହ ଚରଣ ମାଝୀ ଏବଂ ପଦ୍ମପୁର ମୁଖ୍ୟ କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲା କୃଷି ବିଭାଗର ସରକାରୀ ତଥ୍ୟାନୁସାରେ, ମୋଟ ୧,୭୪,୭୯୮ ହିତାଧିକାରୀଙ୍କ ମଧ୍ୟରୁ ୧,୭୪,୪୪୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ (SMF) ଥିବାବେଳେ ୩୫୫ ଜଣ ଭୂମିହୀନ କୃଷି ପରିବାର (LAH) ବର୍ଗର ଅଟନ୍ତି। ଏହି ସହାୟତା ରାଶି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଇଛି। ଯାହା ସୂଚନା ମିଳିଛି ବ୍ଲକ୍‌ରେ ସର୍ବାଧିକ ୨୧,୨୭୪ ଜଣ ହିତାଧିକାରୀ ରହିଥିବା ବେଳେ ଗାଇସିଲେଟରେ ୧୮,୮୫୫, ବିଜେପୁରରେ ୧୬,୧୮୩, ପାଇକମାଳରେ ୧୫,୮୬୮, ପଦ୍ମପୁରରେ ୧୫,୫୦୫, ବରପାଲିରେ ୧୫,୩୦୬, ଭେଡେନରେ ୧୪,୧୫୮, ଭଟଲିରେ ୧୨,୯୬୨, ବରଗଡ଼ ବ୍ଲକ୍‌ରେ ୧୨,୮୦୨, ଝାରବନ୍ଧରେ ୧୨,୧୩୯, ଅତାବିରାରେ ୧୧,୨୨୫ ଏବଂ ଅମ୍ବାଭୋନାରେ ୭,୩୧୪ ଜଣ ଚାଷୀ ଏହି ଯୋଜନାରେ ସାମିଲ ଅଛନ୍ତି। ସେହିପରି ପୌରାଞ୍ଚଳଗୁଡ଼ିକ ମଧ୍ୟରେ ବିଜେପୁର NAC ରେ ୪୯୩, ଅତାବିରା NAC ରେ ୩୭୭, ବରପାଲି NAC ରେ ୧୪୭, ବରଗଡ଼ ମ୍ୟୁନିସିପାଲିଟିରେ ୯୬ ଏବଂ ପଦ୍ମପୁର NAC ରେ ୯୪ ଜଣ ହିତାଧିକାରୀ ରହିଛନ୍ତି।

  • jmjnewso

    Related Posts

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    Spread the love

    Spread the loveଜେଏମଜେ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା କଳିଙ୍ଗା ଘାଟିର ବିଭିନ୍ନ ଭୂସ୍ଖଳନ ସ୍ଥାନ ପରିଦର୍ଶନ କରିଥିଲେ । ଏହି…

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    Spread the love

    Spread the loveଜେଏମଜେ ବ୍ୟୁରୋ : ବାତ୍ୟା ଅର୍ଣ୍ଣବକୁ ନେଇ ସଜାଗ ଗଞ୍ଜାମ ଜିଲ୍ଲା ପ୍ରଶାସନ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ବାତ୍ୟା ଆଶ୍ରୟସ୍ଥଳୀରେ କିଭଳି ରହିଛି ବ୍ୟବସ୍ଥା? ଜରୁରୀକାଳୀନ ପରିସ୍ଥିତିରେ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ