MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

Spread the love

ଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ ବ୍ଲକର ନିଷ୍ପତି ହୋଇଥିବା ପିସିସି ସଭାପତି କହିଛନ୍ତି । ଏହି ବିଲ ଓଡ଼ିଶାକୁ କ୍ଷତି ଦେଇଛି । ତେଣୁ ଏହାକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ଓ ୮ଟି ରାଜନୈତିକ ଦଳ ଦାବି କରିଛନ୍ତି ।ଏମଏମଡିଆର ବିଲ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟ ତାର ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରଖିବ ଏବଂ ଆଗକୁ ଏହା ମହା ଆନ୍ଦୋଳନର ରୂପ ନେବ ବୋଲି କଂଗ୍ରେସ ଓ ବାମ ଦଳର ନେତାମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

କଂଗ୍ରେସ କହିଛି ଯେ, ଓଡ଼ିଶା ପାଇଁ MMDR ବିଲ୍ ଏକ ଲଜ୍ୟାର ବିଷୟ । ବିଜେପିର ୨୦ ଜଣ ଏମପି କାହିଁକି ନୀରବ ଅଛନ୍ତି ? ଏହା ଓଡ଼ିଶା ପ୍ରତି ବିଶ୍ୱାସଘାତ । ୧୫ ହଜାର କୋଟି ଓଡ଼ିଶା ନପାଇବା କ୍ଷତି ନା ଲାଭ ବୋଲି ଇଣ୍ଡିଆ ମେଣ୍ଟ ପ୍ରଶ୍ନ କରିଛି । ଓଡ଼ିଶା ଭଳି ରାଜ୍ୟର ଅଧିକାର କ୍ଷୁର୍ଣ୍ଣ ହୋଇଛି । ଯାହାକୁ ନେଇ ଆସନ୍ତା ୨୯ ତାରିଖ ଦିନ କଂଗ୍ରେସ ବିଧାନସଭା ଘେରାଉ କରିବ । ୨୯ ତାରିଖ ପୂର୍ବରୁ ରାଜ୍ୟର ୪ଟି ସ୍ଥାନ ସୁନ୍ଦରଗଡ଼, ରାୟଗଡା, ଅନୁଗୁଳ ଓ କେନ୍ଦୁଝରରେ ବିଭିନ୍ନ ଦିନ ବଡ଼ ଆନ୍ଦୋଳନ ହେବ । ଶିକ୍ଷା ଓ ଏମଏମଡିଆର ପ୍ରସଙ୍ଗରେ କଂଗ୍ରେସ ବଡ଼ ଆନ୍ଦୋଳନ କରିବ ।

ଅନ୍ୟପଟେ ବିଜେଡି ମଧ୍ୟ ଏମଏମଡିଆର ବିଲକୁ ବିରୋଧ କରୁଛି । ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, MMDR ଆକ୍ଟକୁ କେନ୍ଦ୍ର ସରକାର ପରିବର୍ତ୍ତନ କଲେ । ଖଣି ଓ ଜମି ଯଦି ରାଜ୍ୟର ତାହାଲେ କେନ୍ଦ୍ର କାହିଁକି ଆମର ଜମି, ଜଙ୍ଗଲ ଓ ଖଣିକୁ ହାତକୁ ନେବ । ଦେଶର ଅନେକ ରାଜ୍ୟରେ ବିଜେପି ସରକାର । ହେଲେ କାହିଁକି ଜମି ଖଣି ଜଗା ସବୁ କେନ୍ଦ୍ର ହାତକୁ ନେବ । ଏହା ଅସମାହିତ ପ୍ରଶ୍ନ । ଆସନ୍ତାକାଲି ଲୋକଭବନ ସାମ୍ନାରେ ଆନ୍ଦୋଳନ ହେବ । ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯିବ । ଆରପାର ଲଢେଇ ହେବ । ରାଜ୍ୟ ବିଜେପିର ନେତା କେନ୍ଦ୍ରର ଓକିଲାତି କରୁଥିବା ବେଳେ ନିଜକୁ ପଚାରନ୍ତୁ, ସେମାନେ କଣ କରୁଛନ୍ତି ?

ସେପଟେ MMDR ଆକ୍ଟ ଦ୍ୱାରା ଓଡ଼ିଶାର କ୍ଷତି ହେବ ନାହିଁ ବରଂ ଲାଭ ହେବ ବୋଲି ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି । ତେବେ ବିଜେଡି ଯଦି ଭ୍ରାନ୍ତ କଥା ଲେଖିବ, MMDR ଆକ୍ଟ ଦ୍ୱାରା ରାଜ୍ୟର କ୍ଷତି ହେବ ବୋଲି କହିବ । ଆମର ବି ଉତ୍ତର ଦାୟିତ୍ୱ ରହିଛି MMDR ଆକ୍ଟ ଦ୍ୱାରା ଓଡ଼ିଶାର କିଭଳି ଲାଭ ହେବ । MMDR ଆକ୍ଟର କଣ ସତ ତାହାକୁ ଲୋକଲୋଚନକୁ ଆଣିବୁ । ବିରୋଧୀ ହିସାବରେ ସେମାନେ ପ୍ରଶ୍ନ ଉଠାଇ ପାରିବେ । ବିଜେଡି ଏବଂ କଂଗ୍ରେସ ଲୋକଙ୍କ ମନ MMDR ଆକ୍ଟର ଭ୍ରମ ସୃଷ୍ଟି କରୁଛନ୍ତି ।

  • jmjnewso

    Related Posts

    ବିଜେପିର ‘ଡିଜିଟାଲ୍ ବ୍ୟାଙ୍କିଙ୍ଗ୍’ ନୁହେଁ, ବରଂ ଲୋକଙ୍କ ‘ପକେଟ୍ ମାର୍‌’ ଚାଲିଛି : ଭକ୍ତ

    Spread the love

    Spread the loveଜେଏମଜେ ବ୍ୟୁରୋ : ଜଟଣୀଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗ୍ରୀନଫିଲ୍ଡ ଡାଟା ସେଣ୍ଟର ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଦାୟିତ୍ୱହୀନ ଓ ଭ୍ରମାତ୍ମକ ଭାଷଣକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ…

    ରବିବାର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

    Spread the love

    Spread the loveଜେଏମଜେ ବ୍ୟୁରୋ : ଆସନ୍ତା ୨୫ତାରିଖ ଅର୍ଥାତ୍ ରବିବାର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ୨ ଘଣ୍ଟା ୨୫ ମିନିଟର କାର୍ଯ୍ୟକ୍ରମ ରହିଛି । ରବିବାର ଅପରାହ୍ନ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ