MMDR ଆକ୍ଟକୁ ଜୋରଦାର ବିରୋଧ, ଇଣ୍ଡିଆ ବ୍ଲକର ବିଶାଳ ସମାବେଶ, ଆସନ୍ତାକାଲି ବିକ୍ଷୋଭ କରିବ ବିଜେଡି

Spread the love

ଭୁବନେଶ୍ଵର, ୮/୯ : ଜେଏମଜେ ନ୍ୟୁଜ : ଏମଏମଡିଆର ବିଲ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ ବ୍ଲକର ନିଷ୍ପତି ହୋଇଥିବା ପିସିସି ସଭାପତି କହିଛନ୍ତି । ଏହି ବିଲ ଓଡ଼ିଶାକୁ କ୍ଷତି ଦେଇଛି । ତେଣୁ ଏହାକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ଓ ୮ଟି ରାଜନୈତିକ ଦଳ ଦାବି କରିଛନ୍ତି ।ଏମଏମଡିଆର ବିଲ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟ ତାର ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରଖିବ ଏବଂ ଆଗକୁ ଏହା ମହା ଆନ୍ଦୋଳନର ରୂପ ନେବ ବୋଲି କଂଗ୍ରେସ ଓ ବାମ ଦଳର ନେତାମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

କଂଗ୍ରେସ କହିଛି ଯେ, ଓଡ଼ିଶା ପାଇଁ MMDR ବିଲ୍ ଏକ ଲଜ୍ୟାର ବିଷୟ । ବିଜେପିର ୨୦ ଜଣ ଏମପି କାହିଁକି ନୀରବ ଅଛନ୍ତି ? ଏହା ଓଡ଼ିଶା ପ୍ରତି ବିଶ୍ୱାସଘାତ । ୧୫ ହଜାର କୋଟି ଓଡ଼ିଶା ନପାଇବା କ୍ଷତି ନା ଲାଭ ବୋଲି ଇଣ୍ଡିଆ ମେଣ୍ଟ ପ୍ରଶ୍ନ କରିଛି । ଓଡ଼ିଶା ଭଳି ରାଜ୍ୟର ଅଧିକାର କ୍ଷୁର୍ଣ୍ଣ ହୋଇଛି । ଯାହାକୁ ନେଇ ଆସନ୍ତା ୨୯ ତାରିଖ ଦିନ କଂଗ୍ରେସ ବିଧାନସଭା ଘେରାଉ କରିବ । ୨୯ ତାରିଖ ପୂର୍ବରୁ ରାଜ୍ୟର ୪ଟି ସ୍ଥାନ ସୁନ୍ଦରଗଡ଼, ରାୟଗଡା, ଅନୁଗୁଳ ଓ କେନ୍ଦୁଝରରେ ବିଭିନ୍ନ ଦିନ ବଡ଼ ଆନ୍ଦୋଳନ ହେବ । ଶିକ୍ଷା ଓ ଏମଏମଡିଆର ପ୍ରସଙ୍ଗରେ କଂଗ୍ରେସ ବଡ଼ ଆନ୍ଦୋଳନ କରିବ ।

ଅନ୍ୟପଟେ ବିଜେଡି ମଧ୍ୟ ଏମଏମଡିଆର ବିଲକୁ ବିରୋଧ କରୁଛି । ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, MMDR ଆକ୍ଟକୁ କେନ୍ଦ୍ର ସରକାର ପରିବର୍ତ୍ତନ କଲେ । ଖଣି ଓ ଜମି ଯଦି ରାଜ୍ୟର ତାହାଲେ କେନ୍ଦ୍ର କାହିଁକି ଆମର ଜମି, ଜଙ୍ଗଲ ଓ ଖଣିକୁ ହାତକୁ ନେବ । ଦେଶର ଅନେକ ରାଜ୍ୟରେ ବିଜେପି ସରକାର । ହେଲେ କାହିଁକି ଜମି ଖଣି ଜଗା ସବୁ କେନ୍ଦ୍ର ହାତକୁ ନେବ । ଏହା ଅସମାହିତ ପ୍ରଶ୍ନ । ଆସନ୍ତାକାଲି ଲୋକଭବନ ସାମ୍ନାରେ ଆନ୍ଦୋଳନ ହେବ । ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯିବ । ଆରପାର ଲଢେଇ ହେବ । ରାଜ୍ୟ ବିଜେପିର ନେତା କେନ୍ଦ୍ରର ଓକିଲାତି କରୁଥିବା ବେଳେ ନିଜକୁ ପଚାରନ୍ତୁ, ସେମାନେ କଣ କରୁଛନ୍ତି ?

ସେପଟେ MMDR ଆକ୍ଟ ଦ୍ୱାରା ଓଡ଼ିଶାର କ୍ଷତି ହେବ ନାହିଁ ବରଂ ଲାଭ ହେବ ବୋଲି ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି । ତେବେ ବିଜେଡି ଯଦି ଭ୍ରାନ୍ତ କଥା ଲେଖିବ, MMDR ଆକ୍ଟ ଦ୍ୱାରା ରାଜ୍ୟର କ୍ଷତି ହେବ ବୋଲି କହିବ । ଆମର ବି ଉତ୍ତର ଦାୟିତ୍ୱ ରହିଛି MMDR ଆକ୍ଟ ଦ୍ୱାରା ଓଡ଼ିଶାର କିଭଳି ଲାଭ ହେବ । MMDR ଆକ୍ଟର କଣ ସତ ତାହାକୁ ଲୋକଲୋଚନକୁ ଆଣିବୁ । ବିରୋଧୀ ହିସାବରେ ସେମାନେ ପ୍ରଶ୍ନ ଉଠାଇ ପାରିବେ । ବିଜେଡି ଏବଂ କଂଗ୍ରେସ ଲୋକଙ୍କ ମନ MMDR ଆକ୍ଟର ଭ୍ରମ ସୃଷ୍ଟି କରୁଛନ୍ତି ।

  • jmjnewso

    Related Posts

    ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ୬ ଆସନରେ ହେବ ଉପନିର୍ବାଚନ

    Spread the love

    Spread the loveଜେଏମଜେ ବ୍ୟୁରୋ : ଦେଶର ୬ଟି ଆସନରେ ଉପନିର୍ବାଚନନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫ଟି ବିଧାନସଭା ଆସନ ଓ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ…

    ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଲେ…

    Spread the love

    Spread the loveଜେଏମଜେ ନ୍ୟୁଜ : କେବେ ହେବ ଛାତ୍ର ସଂସଦ ନିର୍ବାଚନ ? ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାର ପ୍ରସ୍ତୁତି କରୁଥିବା ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।ମନ୍ତ୍ରୀଙ୍କ ଏହି ସୂଚନା ପରେ ଛାତ୍ରଛାତ୍ରୀଙ୍କ…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 16 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 38 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 26 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 45 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 32 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 52 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା