ଡିଜିପିଙ୍କ ଅଧ୍ୟକ୍ଷତାରେ ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ସମୀକ୍ଷା ବୈଠକ ଅନୁଷ୍ଠିତ

Spread the love

ଜେଏମଜେ ବ୍ୟୁରୋ : କମିସନରେଟ ପୋଲିସର ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ କମିସନରେଟ ପୋଲିସ ଅଂଚଳରେ ବିଗତ ଦିନର ଆଇନ-ଶୃଙ୍ଖଳା ପରିସ୍ଥିତି, ବିଧାନସଭା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ, ଅପରାଧ ନିୟନ୍ତ୍ରଣ, ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ, ଏନ୍ଡିପିଏସ୍ ଆଇନର କାର୍ଯ୍ୟକାରିତା, ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’, ଟ୍ରାଫିକ ସୁପରିଚାଳନା, ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା, ପୋଲିସ ଭିତିଭୂମି ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଡିଜିପି ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।

ଆଗାମୀ ଦିନରେ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେବାକୁ ଥିବାରୁ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ଭାବ୍ୟ ଆନ୍ଦୋଳନ, ଧାରଣା, ଘେରାଉ ଭଳି କାର୍ଯ୍ୟକ୍ରମ ଉପରେ ସ୍ୱତନ୍ତ୍ର ନଜର ରଖିବା ସହ ଏଥି ନିମନ୍ତେ ଆଗୁଆ ପ୍ରସ୍ତୁତି ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।

ଆଗାମୀ ତିନି ମାସ ସମୟ ପାର୍ବଣର ଋତୁ ହୋଇଥିବାରୁ ଅପରାଧ ଏବଂ ଅପରାଧୀଙ୍କ ପ୍ରତି ସଜାଗ ରହିବାକୁ ଡିଜିପି ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ପର୍ବପର୍ବାଣୀକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ସମ୍ପନ୍ନ କରିବା ପାଇଁ ଏବେଠାରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ସମ୍ବେଦନଶୀଳ ସ୍ଥାନରେ ପର୍ଯ୍ୟାପ୍ତ ପୋଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ଶାନ୍ତି କମିଟି ବୈଠକ ଏବଂ ସ୍ଥାନୀୟ ଜନପ୍ରତିନିଧି, ବିଭିନ୍ନ ସଂଗଠନ ଓ ସମ୍ପ୍ରଦାୟର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହ ନିରନ୍ତର ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଶେଷକରି କଟକର ସମ୍ବେଦନଶୀଳ ଅଂଚଳଗୁଡ଼ିକରେ ପାର୍ବଣ ସମୟରେ ନିରନ୍ତର ନଜର ରଖି ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ ନେବା ସହ ଆବଶ୍ୟକତା ଅନୁଯାୟୀ ଫୋର୍ସ ମୁତୟନ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା।

ବୈଠକରେ ଅପରାଧ ନିୟନ୍ତ୍ରଣ ଦିଗରେ ଅଭ୍ୟାସଗତ ଓ ସଂଗଠିତ ଅପରାଧୀଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ, ଏନ୍ଡିପିଏସ୍ ଆଇନର କଡ଼ା ପ୍ରବର୍ତନ, ଅବକାରୀ ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବିରୋଧରେ ନିୟମିତ ଚଢ଼ାଉ ଓ ଯାଂଚ ଉପରେ ଗୁରୁତ୍ୱ ଦିଆଯାଇଥିଲା। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’କୁ ଆହୁରି ସଶକ୍ତ କରି ନିଶାଦ୍ରବ୍ୟର ଚୋରାଚାଲାଣ ଓ ନେଟୱର୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସାଇବର ଅପରାଧ ଓ ମ୍ୟୁଲ୍ ଆକାଉଂଟ ମାଧ୍ୟମରେ ହେଉଥିବା ଅପରାଧ ଉପରେ ମଧ୍ୟ ବିଶେଷ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅପରାଧରେ ବ୍ୟବହୃତ ସନ୍ଦିଗ୍ଧ ବ୍ୟାଙ୍କ ଆକାଉଂଟ ଚିହ୍ନଟ, ଆବଶ୍ୟକ ମାମଲାଗୁଡ଼ିକୁ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକରଣ ଏବଂ ଅପରାଧୀ ନେଟୱର୍କ ବିରୋଧରେ ସମନ୍ୱିତ ତଦନ୍ତ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହା ବ୍ୟତୀତ ନୂଆ ଅପରାଧିକ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା, ଫରେନସିକ୍ ସାଇନ୍ସ ଓ ବୈଜ୍ଞାନିକ ତଦନ୍ତ, ଫିଙ୍ଗରପ୍ରିଂଟ ସଂଗ୍ରହ, ଇ-ସମନ୍ସ ଓ ଇ-ସାଇନ୍ ର ବ୍ୟବହାରକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ପୋଲିସ କାର୍ଯ୍ୟକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ବଡି କ୍ୟାମେରା ଓ ଡ୍ୟାସ୍ ବୋର୍ଡ କ୍ୟାମେରାର ବ୍ୟବହାର ଉପରେ ମଧ୍ୟ ଡିଜିପି ଗୁରୁତ୍ୱାରୋପ କରିଥିଲେ।

ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତମ ସମନ୍ୱୟ ରଖିବା, ଥାନାସ୍ତରରେ ନିୟମିତ ପରିଦର୍ଶନ କରି ଜନସାଧାରଣଙ୍କ ଅଭିଯୋଗ ଶୁଣିବା ଏବଂ ଅପରାଧ ତଦନ୍ତ ଓ ପୋଲିସ ସେବା ପ୍ରଦାନର ଗୁଣବତା ବୃଦ୍ଧି କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ପୋଲିସ କମିଶନର (ଭୁବନେଶ୍ୱର-କଟକ) ଡ଼ ଦେବଦତ ସିଂ, ଆଇଜିପି (ଇଓଡବ୍ଲୁ, ଭୁବନେଶ୍ୱର, ଏସଟିଏଫ) ଶ୍ରୀ ହିମାଂଶୁ କୁମାର ଲାଲ, ଆଇଜିପି (ଗୁଇନ୍ଦା) ଶ୍ରୀ ସତ୍ୟବ୍ରତ ଭୋଇ, ଆଇଜିପି (ଏସସିଆରବି) ଶ୍ରୀ ଅବିନାଶ କୁମାର, ଆଇଜିପି (କ୍ରାଇମବ୍ରାଞ୍ଚ) ଶ୍ରୀ ସାର୍ଥକ ଷଡଙ୍ଗୀ, ଡିସିପି (କଟକ) ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, ଡିସିପି (ଭୁବନେଶ୍ୱର) ଶ୍ରୀ ଜଗମୋହନ ମୀନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

  • jmjnewso

    Related Posts

    ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’;ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ୱାନ

    Spread the love

    Spread the loveଭୁବନେଶ୍ୱର:ଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ମହିଳା ହିତାଧିକାରୀମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜ ଘରେ ଦୀପ ପ୍ରଜ୍ୱଳନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା…

    ଆଜିଠୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ଠପ ରହିବ ବ୍ୟାଙ୍କିଙ୍ଗ୍‌ ସେବା !

    Spread the love

    Spread the loveଜେଏମଜେ ନ୍ୟୁଜ : ଆଜିଠୁ ଶୁକ୍ରବାରକୁ ମିଶାଇ ଲଗାତର ୫ ଦିନ ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହୋଇପାରେ । ୫ ଦିନ କାର୍ଯ୍ୟ ସପ୍ତାହ କାର୍ଯ୍ୟାନ୍ୱୟନରେ ବିଳମ୍ବ, ପ୍ରଦର୍ଶନ-ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍ଆଇ) ସ୍କିମକୁ ନେଇ ମତଭେଦ ଏବଂ ପେନସନ୍ ପ୍ରସଙ୍ଗ…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 15 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 38 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 26 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 44 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 31 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 50 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା