ଯୌତୁକ ଉତ୍ପୀଡ଼ନ ମାମଲାରେ ନିର୍ଦ୍ଦୋଷଙ୍କ ରକ୍ଷା କରନ୍ତୁ, ସବୁ ଅଦାଲତକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Spread the love

ଜେଏମଜେ ବ୍ୟୁରୋ : ଯୌତୁକ ଉତ୍ପୀଡ଼ନ ମାମଲାରେ ସାବଧାନ ରୁହନ୍ତୁ, ନିର୍ଦ୍ଦୋଷଙ୍କ ରକ୍ଷା କରନ୍ତୁ, ସବୁ ଅଦାଲତକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସବୁଠୁ ଅଧିକ ଦୁରୁପଯୋଗ ହେଉଥିବା ୨-୪ଟି ଆଇନ ନାଁ ଯଦି ପଚରାଯାଏ, ତବେ ଯୌତୁକ ଉତ୍ପୀଡ଼ିନ ସହ ଜଡ଼ିତ ଆଇନ ନିଶ୍ଚିତ ସୂଚୀରେ ରହିବ । ଏହି ଆଇନକୁ ସ୍ୱାମୀ ଏବଂ ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ବିରୋଧରେ ହତିଆର ରୂପେ ବ୍ୟବହାର କରାଯାଉଛି । ଅପରାଧ କାହାର ବି ହେଉ ନାହିଁ କାହିଁକି କିନ୍ତୁ ଘରର ପ୍ରତ୍ୟକ ସାବାଳକଙ୍କୁ ଅଭିଯୁକ୍ତ କରାଯାଏ ।

ଜାମିନ ମିଳିବା ମଧ୍ୟ ମୁସ୍କିଲ ହୋଇଯାଏ । ଆଇନର ଦୁରୁପଯୋଗକୁ ନେଇ ସମୟ-ସମୟରେ କୋର୍ଟ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ଏହିପରି ଏକ ମାମଲାରେ ଅଭିଯୁକ୍ତକୁ ଦୋଷମୁକ୍ତ କରି ବଡ଼ ଟିପ୍ପଣୀ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଯୌତୁକ ଉତ୍ପୀଡ଼ନ କିମ୍ୱା ଯୌତୁକ ହତ୍ୟା ସହ ଜଡ଼ିତ ମାମଲାରେ ସତର୍କ ରହିବେ । କୌଣସି ନିର୍ଦ୍ଦୋଷ ଯେପରି ହଇରାଣ ନହୁଏ ତାହା ଧ୍ୟାନ ରଖିବା ଦରକାର ।

ସୁପ୍ରିମକୋର୍ଟ ସାରା ଦେଶରେ ଅଦାଲତଗୁଡ଼ିକୁ ଯୌତୁକ ଉତ୍ପୀଡ଼ନ ମାମଲାରେ ସତର୍କ ରହିବା ଦରକାର ବୋଲି କହିଛନ୍ତି । ଅଧିକାଂଶ ସମୟରେ ଏହି ମାମଲାରେ ସ୍ୱାମୀ ଅଭିଯୁକ୍ତ ଥିବା ବେଳେ ତାଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଫସା ଯାଉଛି । ସୁପ୍ରିମକୋର୍ଟ ଏହା ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଯୌତୁକ ଉତ୍ପୀଡ଼ନର ଅନେକ ମାମଲାରେ ଅଭିଯୋଗକୁ ବଡ଼ କରି ଦେଖାଯାଇଥାଏ । ଏପରି ସ୍ଥଳେ କୋର୍ଟ ଏହିପରି ମାମଲାରେ ସତର୍କ ରହିବା ଦରକାର, ଫଳରେ ନିର୍ଦ୍ଦୋଷ ହଇରାଣ ହେବ ନାହିଁ । ଜଷ୍ଟିସ୍ ସିଟି ରବିକୁମାର ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଯୌତୁକ ମୃତ୍ୟୁର ଏକ ମାମଲାରେ ଜଣେ ବ୍ୟକ୍ତିଙ୍କୁ ମୁକ୍ତ କରି ଏହି କଥା କହିଛନ୍ତି ।

  • Related Posts

    ଗାଁକୁ ନାହିଁ ରାସ୍ତା: ଖଟିଆରେ ବୁହା ହେଲେ ଗର୍ଭବତୀ

    Spread the love

    Spread the loveଗୁଡ଼ାରୀ : ଜେଏମଜେ ନ୍ୟୁଜ : ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ । ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଶିରିଗୁଡ଼ା ପଞ୍ଚାୟତର ସାଡକଣା ଗ୍ରାମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ…

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ହୋଇଛି। ଏହି ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁରୁଖୁରୁରେ ସମ୍ପାଦନ କରିବା ଲକ୍ଷ୍ୟରେ ନୂତନ…

    Leave a Reply

    Your email address will not be published. Required fields are marked *

    You Missed

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 33 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 27 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 45 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    ନିଟ ସଫଳତା ପରେ ଅକ୍ଷୀପ୍ତାରାଣୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା.

    • By jmjnewso
    • September 13, 2026
    • 84 views
    ନିଟ ସଫଳତା ପରେ ଅକ୍ଷୀପ୍ତାରାଣୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା.

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    • By jmjnewso
    • September 13, 2026
    • 23 views
    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    • By jmjnewso
    • September 13, 2026
    • 48 views
    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ