ଯୌତୁକ ଉତ୍ପୀଡ଼ନ ମାମଲାରେ ନିର୍ଦ୍ଦୋଷଙ୍କ ରକ୍ଷା କରନ୍ତୁ, ସବୁ ଅଦାଲତକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Spread the love

ଜେଏମଜେ ବ୍ୟୁରୋ : ଯୌତୁକ ଉତ୍ପୀଡ଼ନ ମାମଲାରେ ସାବଧାନ ରୁହନ୍ତୁ, ନିର୍ଦ୍ଦୋଷଙ୍କ ରକ୍ଷା କରନ୍ତୁ, ସବୁ ଅଦାଲତକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସବୁଠୁ ଅଧିକ ଦୁରୁପଯୋଗ ହେଉଥିବା ୨-୪ଟି ଆଇନ ନାଁ ଯଦି ପଚରାଯାଏ, ତବେ ଯୌତୁକ ଉତ୍ପୀଡ଼ିନ ସହ ଜଡ଼ିତ ଆଇନ ନିଶ୍ଚିତ ସୂଚୀରେ ରହିବ । ଏହି ଆଇନକୁ ସ୍ୱାମୀ ଏବଂ ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ବିରୋଧରେ ହତିଆର ରୂପେ ବ୍ୟବହାର କରାଯାଉଛି । ଅପରାଧ କାହାର ବି ହେଉ ନାହିଁ କାହିଁକି କିନ୍ତୁ ଘରର ପ୍ରତ୍ୟକ ସାବାଳକଙ୍କୁ ଅଭିଯୁକ୍ତ କରାଯାଏ ।

ଜାମିନ ମିଳିବା ମଧ୍ୟ ମୁସ୍କିଲ ହୋଇଯାଏ । ଆଇନର ଦୁରୁପଯୋଗକୁ ନେଇ ସମୟ-ସମୟରେ କୋର୍ଟ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ଏହିପରି ଏକ ମାମଲାରେ ଅଭିଯୁକ୍ତକୁ ଦୋଷମୁକ୍ତ କରି ବଡ଼ ଟିପ୍ପଣୀ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଯୌତୁକ ଉତ୍ପୀଡ଼ନ କିମ୍ୱା ଯୌତୁକ ହତ୍ୟା ସହ ଜଡ଼ିତ ମାମଲାରେ ସତର୍କ ରହିବେ । କୌଣସି ନିର୍ଦ୍ଦୋଷ ଯେପରି ହଇରାଣ ନହୁଏ ତାହା ଧ୍ୟାନ ରଖିବା ଦରକାର ।

ସୁପ୍ରିମକୋର୍ଟ ସାରା ଦେଶରେ ଅଦାଲତଗୁଡ଼ିକୁ ଯୌତୁକ ଉତ୍ପୀଡ଼ନ ମାମଲାରେ ସତର୍କ ରହିବା ଦରକାର ବୋଲି କହିଛନ୍ତି । ଅଧିକାଂଶ ସମୟରେ ଏହି ମାମଲାରେ ସ୍ୱାମୀ ଅଭିଯୁକ୍ତ ଥିବା ବେଳେ ତାଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଫସା ଯାଉଛି । ସୁପ୍ରିମକୋର୍ଟ ଏହା ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଯୌତୁକ ଉତ୍ପୀଡ଼ନର ଅନେକ ମାମଲାରେ ଅଭିଯୋଗକୁ ବଡ଼ କରି ଦେଖାଯାଇଥାଏ । ଏପରି ସ୍ଥଳେ କୋର୍ଟ ଏହିପରି ମାମଲାରେ ସତର୍କ ରହିବା ଦରକାର, ଫଳରେ ନିର୍ଦ୍ଦୋଷ ହଇରାଣ ହେବ ନାହିଁ । ଜଷ୍ଟିସ୍ ସିଟି ରବିକୁମାର ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଯୌତୁକ ମୃତ୍ୟୁର ଏକ ମାମଲାରେ ଜଣେ ବ୍ୟକ୍ତିଙ୍କୁ ମୁକ୍ତ କରି ଏହି କଥା କହିଛନ୍ତି ।

  • Related Posts

    ଓଡ଼ିଶାକୁ ବାତ୍ୟା ଭୟ ! ୨୬ରୁ ବଢ଼ିବ ବର୍ଷା: ବିଭିନ୍ନ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

    Spread the love

    Spread the loveଜେଏମଜେ ନ୍ୟୁଜ : ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା । ଆସନ୍ତାକାଲି ଅବପାତ ସୃଷ୍ଟି ହେବା ପରେ ୨୫ରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ୨୬ ସକାଳ ବେଳକୁ ଏହା ବାତ୍ୟାର ରୂପ ନେଇପାରେ ।…

    ବଙ୍ଗୋପସାଗରରେ ଭୀଷଣ ବାତ୍ୟା ଆଶଙ୍କା, ଓଡ଼ିଶା ପାଇଁ ବଢ଼ିଲା ଚିନ୍ତା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଆସୁଛି ବାତ୍ୟା ! ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ପାଣିପାଗ ବିଶେଷଜ୍ଞ ମାନେ କହିଛନ୍ତି । ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ