ଜନଗଣନାରେ ରେ ରହିବ ତିରିଶ ପ୍ରଶ୍ନ..

Spread the love

ଜେଏମଜେ ବ୍ୟୁରୋ : (ନୂଆଦିଲ୍ଲୀ):ଆସନ୍ତା ବର୍ଷରୁ ଭାରତରେ ଜନଗଣନା ଆରମ୍ଭ ହୋଇଯିବ । ଏହି ପ୍ରକ୍ରିୟା ଏକ ବର୍ଷ ଧରି ଚାଲିବ ଓ ୨୦୨୬ରେ ଏହାର ଚୂଡାନ୍ତ ରିପୋର୍ଟ ସାର୍ବଜନୀନ ହେବ । ଏହି ଜନଗଣନା ୨୦୨୧ରେ ଆରମ୍ଭ ହେବାକୁ ଥିଲା । କିନ୍ତୁ କରୋନା ପାଇଁ ଏହା ବନ୍ଦ ହୋଇଥିଲା । ତା ପରେ ଆସିଲା ଲୋକସଭା ନିର୍ବାଚନ । ତେଣୁ ଆସନ୍ତା ବର୍ଷ ଦେଶରେ ହେବ ଜନ ଗଣନା ।
ଦେଶ ପାଇଁ ଜନଗଣନା ଅତ୍ୟନ୍ତି ଜରୁରୀ । ଏହାରି ଆଧାରରେ ବିଧାନସଭା ଓ ଲୋକସଭାର ସୀମା ନିର୍ଦ୍ଧାରଣ କରାଯାଏ । ବିଗତ ୫୦ ବର୍ଷ ହେବ ଏହି ଆସନରେ କୌଣସି ପରିବର୍ତ୍ତନ କରାଯାଇନି । ୨୦୨୬ରେ ଜନଗଣନା ରିପୋର୍ଟ ଆସିଥିବାରୁ ଆସନ୍ତା ସାଧାରଣ ନିର୍ବାଚନ ବେଳକୁ ଦେଶର ସିଟ ସଂଖ୍ୟା ବୃଦ୍ଧି ହେବ ଓ ମହିଳା ଆରକ୍ଷଣ ଲାଗୁ ହେବ ବୋଲି ଆଶା କରାଯାଉଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଏହି ସର୍ଭେରେ ଲୋକଙ୍କୁ ସେମାନଙ୍କ ସମ୍ପ୍ରଦାୟ ବିଷୟରେ ପଚାଯିବ । ସମ୍ପ୍ରଦାୟ ଆଧାରରେ ଜନସଂଖ୍ୟା ଜାଣିବା ମଧ୍ୟ ଏକ ଲକ୍ଷ୍ୟ ରହିଛି । ସର୍ଭେରେ ପଚାରିବାକୁ ୩୦ଟି ପ୍ରଶ୍ନ ପ୍ରସ୍ତୁତ ହୋଇଛି । ଏହି ସଂଖ୍ୟା ୨୦୧୧ରେ ୨୯ ଥିଲା । ତେବେ କେଉଁ କେଉଁ ପ୍ରଶ୍ନ କରିବେ ଜନଗଣନାକାରୀ ସେ ସମ୍ପର୍କରେ ଜାଣିନେବା ଆବଶ୍ୟକ..

ବ୍ୟକ୍ତିଙ୍କ ନାମ
ପରିବାରର ମୁଖ୍ୟଙ୍କ ସହ ସମ୍ପର୍କ
ଲିଙ୍ଗ
ଜନ୍ମତିଥି ଓ ଆୟୁଷ
ବୈବାହିକ ସ୍ଥିତି
ବିବାହ କାଳରେ ବୟସ
ଧର୍ମ
ସମ୍ପ୍ରଦାୟ
ଅନୁସୂଚିତ ଜାତି ବା ଜନଜାତି
ଦିବ୍ୟାଙ୍ଗତା
ମାତୃଭାଷା
ଅନ୍ୟ କେଉଁ ଭାଷା ଉପରେ ଜ୍ଞାନ
ସାକ୍ଷରତା ସ୍ଥିତି
ବର୍ତ୍ତମାନର ଶିକ୍ଷା ସ୍ଥିତି
ଉଚ୍ଚତମ ଶିକ୍ଷା
ଗତ ବର୍ଷର ରୋଜଗାର
ଆର୍ଥିକ ଗତିବିଧିର ବିବରଣୀ
ରୋଜଗାର
ଉଦ୍ୟୋଗର ପ୍ରକୃତି, ରୋଜଗାର ଓ ସେବା
ଶ୍ରମିକଙ୍କ ଶ୍ରେଣୀ
ଅଣ ଆର୍ଥିକ ଗତିବିଧି
କେମିତି ରୋଜଗାର ପାଇଁ ଇଛା
କାମକୁ ଯିବାର ମାଧ୍ୟମ
(୧) କର୍ମକ୍ଷେତ୍ରର ଦୂରତା
(୨) ଯାତ୍ରାର ମାଧ୍ୟମ
ପୈତୃକ ସ୍ଥାନରେ ଜନ୍ମ ନା ଅନ୍ୟ କେଉଁଠି । ବିଦେଶରେ ହୋଇଥିଲେ ସେଠାର ନାଁ
ମୂଳ ସ୍ଥାନରେ ରହୁଛନ୍ତି ନା ଅନ୍ୟତ୍ର ପଳାୟନ କରିଛନ୍ତି
(୧) କଣ ଦେଶ ଭିତରେ କେଉଁଠି ଅଛନ୍ତି
(୨) କେବେ ସ୍ଥାନାନ୍ତର କଲେ
ମୂଳ ସ୍ଥାନ ଛାଡିବାର କାରଣ
କେତେ ସନ୍ତାନ
(୧) କେତେ ପୁଅ
(୨) କେତ ଝିଅ
ଜନ୍ମନେଇଥିବା କେତେ ସନ୍ତାନ ଜୀବିତ
(୧) କେତେ ପୁଅ
(୨) କେତେ ଝିଅ
ବିଗତ ଏକ ବର୍ଷରେ ଜନ୍ମନେଇଥିବା ସନ୍ତାନଙ୍କ ସଂଖ୍ୟା
ପୈତୃକ ଜାଗା ଛାଡି ନୂଆ ଜାଗାରେ କେତେ ବର୍ଷ ହେବ ରହୁଛନ୍ତି
ପଳାୟନ ପୂର୍ବର ମୂଳ ସ୍ଥାନ..

  • Related Posts

    ଓଡ଼ିଶାକୁ ବାତ୍ୟା ଭୟ ! ୨୬ରୁ ବଢ଼ିବ ବର୍ଷା: ବିଭିନ୍ନ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

    Spread the love

    Spread the loveଜେଏମଜେ ନ୍ୟୁଜ : ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା । ଆସନ୍ତାକାଲି ଅବପାତ ସୃଷ୍ଟି ହେବା ପରେ ୨୫ରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ୨୬ ସକାଳ ବେଳକୁ ଏହା ବାତ୍ୟାର ରୂପ ନେଇପାରେ ।…

    ବଙ୍ଗୋପସାଗରରେ ଭୀଷଣ ବାତ୍ୟା ଆଶଙ୍କା, ଓଡ଼ିଶା ପାଇଁ ବଢ଼ିଲା ଚିନ୍ତା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଆସୁଛି ବାତ୍ୟା ! ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ପାଣିପାଗ ବିଶେଷଜ୍ଞ ମାନେ କହିଛନ୍ତି । ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ