ଆସୁଛି ବାତ୍ୟା ଅର୍ଣ୍ଣବ

Spread the love

ଜେଏମଜେ ବ୍ୟୁରୋ : ଆସୁଛି ବାତ୍ୟା ଅର୍ଣ୍ଣବ । ଅକ୍ଟୋବର ଶେଷ ବେଳକୁ ବାତ୍ୟା ଆସିବ । ଏନେଇ ସୋଆ ସିଇସି ନିର୍ଦ୍ଦେଶକ ଡ ଶରତ ସାହୁ ଆକଳନ କରିଛନ୍ତି । ସେ କହିଛନ୍ତି ଯେ, ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ କିମ୍ବା ତାଠୁ ଉପରକୁ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମକୁ ବି ଯାଇପାରେ । ତେବେ ପବନର ବେଗ ସର୍ବାଧିକ ୧୨୦ ରୁ ୧୩୦ କିମି ଯାଏ ଯାଇପାରେ ବୋଲି ଅନୁମାନ କରାଯାଉଛି ।ହେଲେ ବାତ୍ୟା ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ଅଛି କି ନାହିଁ ତାହା ୨୫ ତାରିଖ ପରେ ଜଣା ପଡିବ । ୨୫ ପରେ କ୍ଲିୟର ଇଣ୍ଡିକେଶନ ମିଳିବ । ବାତ୍ୟାର ନା ଅର୍ଣ୍ଣବ ରହିବ ବୋଲି ସେ କହିଛନ୍ତି ।

ସୂଚନା ଥାଉକି, ଆସନ୍ତା ୨୩ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଥାଇଲ୍ୟାଣ୍ଡ ଓ ମିଆଁମାର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି, ଥାଇଲ୍ୟାଣ୍ଡ ଉପସାଗର ଏବଂ ଏହାର ସଲଗ୍ନ ଥାଇଲାଣ୍ଡ ଏବଂ ମିଆଁମାର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆଜି ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କରିପାରେ । ପରେ ୨୩ ତାରିଖ ବେଳକୁ ଏହା ଘନୀଭୂତ ହୋଇ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ସମ୍ଭାବ୍ୟ ଲଘୁଚାପ ଆଗକୁ ଘନୀଭୂତ ହେବ ନା ନାହିଁ ସେନେଇ କୌଣସି ପୂର୍ବାନୁମାନ କରିନାହିଁ ଆଇଏମଡି । କିଛି ମଡେଲ୍ ଏବଂ ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି କି ସମ୍ଭାବ୍ୟ ଲଘୁଚାପ ଡିପ୍ରେସନ ବା ଅବପାତର ରୂପ ନେଇପାରେ । କିଛି ମଡେଲ୍ ଏହାକୁ ବାତ୍ୟାର ରୂପ ବି ଦେଇଛନ୍ତି । ଏ ସମ୍ଭାବ୍ୟ ଲଘୁଚାପକୁ ନେଇ ବାତ୍ୟା ଭୟ ବଢିଛି । ଯେହେତୁ ଏହା ଅକ୍ଟୋବର ମାସ ତେଣୁ ସାଇକ୍ଲୋନ୍ ଚର୍ଚ୍ଚା ଜୋର ଧରିଛି । ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ବାତ୍ୟାକୁ ନେଇ କିଛି ଆକଳନ କରିନାହିଁ ।

  • jmjnewso

    Related Posts

    ମାଡ଼ି ଆସୁଛି ବାତ୍ୟା: ଗୋପାଳପୁରରୁ ୫୮୦କି.ମି ଦୂରରେ ଅର୍ଣ୍ଣବ

    Spread the love

    Spread the loveଜେଏମଜେ ବ୍ୟୁରୋ : ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ଅର୍ଣ୍ଣବ’। ଆଜି ମଧ୍ୟରାତି ସୁଦ୍ଧା ବାତ୍ୟା ଭୀଷଣ ରୂପ ନେବ। ଆସନ୍ତାକାଲି ବାତ୍ୟା ଅତି ଭୀଷଣ ରୂପ ନେବାର ସମ୍ଭାବନା ରହିଛି। ଏଭଳିସ୍ଥିତିରେ ବାତ୍ୟା ଘଣ୍ଟା ପ୍ରତି ୧୫…

    ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ର ଆଖି

    Spread the love

    Spread the loveଜେଏମଜେ ବ୍ୟୁରୋ : ବାତ୍ୟା ଅର୍ଣ୍ଣବକୁ ନେଇ ବଡ ଖବର ।ବଙ୍ଗୋପସାଗରରେ ଶକ୍ତି ବଢ଼ାଉଛି ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’! ବାତ୍ୟା ଅର୍ଣ୍ଣବର ଆଖି ସୃଷ୍ଟି ହୋଇଥିବା ଜଣାପଡିଛି । ବାତ୍ୟା ଯେତେବେଳେ ଅଧିକ ଶକ୍ତିଶାଳୀ ହୁଏ, ଏହାର କେନ୍ଦ୍ରଭାଗରେ…

    Leave a Reply

    Your email address will not be published. Required fields are marked *

    You Missed

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି