ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ସିଜେପିକୁ ନବୀନ ପଟ୍ଟନାୟକଙ୍କ ସମର୍ଥନ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ। ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବିଜେଡି ନେତାଙ୍କ ବିଚାର ବିଭ୍ରାଟ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଦେଶର ସ୍ୱାର୍ଥ ଅପେକ୍ଷା ନିଜ ସ୍ୱାର୍ଥକୁ କିଛି ନେତା ଅଧିକ ଗୁରୁତ୍ୱ ଦେଉଥିବା ମନମୋହନ କହିଛନ୍ତି।
ମନମୋହନ ସାମଲ କହିଛନ୍ତି, ବିଜେଡି ନେତାମାନେ କେତେବେଳେ ଗୋଟିଏ କଥା କହୁଛନ୍ତି ତ ଆଉ କେତେବେଳେ ଅନ୍ୟ କଥା କହୁଛନ୍ତି । ପୂର୍ବରୁ ସମଦୂରତା କଥା କହୁଥିବା ବିଜେଡି ଏବେ କେଉଁ ଆଭିମୁଖ୍ୟ ଆପଣାଉଛି, ତାହା ସ୍ପଷ୍ଟ କରିବା ଉଚିତ। ଦଳର ନେତାମାନେ କାହା ସହ ରହିବେ, ସେନେଇ ସ୍ପଷ୍ଟ ମତ ରଖିବା ଦରକାର ବୋଲି ସେ କହିଛନ୍ତି । ଏହାସହ ଦେଶର ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗରେ ରାଜନୈତିକ ଦଳଗୁଡ଼ିକ ଦାୟିତ୍ୱବାନ ଆଭିମୁଖ୍ୟ ରଖିବା ଉଚିତ ବୋଲି ମନମୋହନ ମତ ଦେଇଛନ୍ତି । ଚୀନ ଓ ପାକିସ୍ତାନ ସପକ୍ଷରେ ମତ ରଖୁଥିବା ଶକ୍ତିଙ୍କୁ ସମର୍ଥନ କରିବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।








