ଜେଏମଜେ ବ୍ୟୁରୋ : ଲୋକସେବା ଭବନରେ ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସଂପର୍କରେ ଆଲୋଚନା ପାଇଁ ଏହି ବୈଠକ ଆୟୋଜିତ ହେଉଥିବାର ସୂଚନା ରହିଛି। ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।
ବୈଠକରେ ପୁଲିସ ଡିଜିଙ୍କ ସହ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଯୋଗଦେଇଥିବା ଜଣାଯାଇଛି । ତେବେ ଏହି ବୈଠକରେ କେଉଁ ପ୍ରସଙ୍ଗକୁ ନେଇ ଆଲୋଚନା ହେବ ଏବଂ କେଉଁ ନିଷ୍ପତ୍ତି ନିଆଯିବ, ତାହା ଉପରେ ରହିଛି ନଜର।






