୧୭ ଜିଲ୍ଲାରେ ସିଡିଏମ୍‌ଓ ନିଯୁକ୍ତକଲେ ସରକାର

Spread the love

ଜେଏମଜେ ବ୍ୟୁରୋ : ରାଜ୍ୟ ସରକାରଙ୍କ ବଡ଼ ନିଯୁକ୍ତି । ଦୀର୍ଘଦିନରୁ ଖାଲି ପଡ଼ିଥିବା ୧୭ ଜିଲ୍ଲାରେ ସିଡିଏମ୍‌ଓ ନିଯୁକ୍ତ ହୋଇଛନ୍ତି । ଏହାସହ ଆଉ ୩ଜିଲ୍ଲାରେ ସିଡିଏମ୍‌ଓଙ୍କ ଅଦଳବଦଳ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଓଡ଼ିଶା ମେଡିକାଲ ଓ ସ୍ବାସ୍ଥ୍ୟ ସେବା(ଓଏମ୍‌ଏଚ୍‌ଏସ୍‌) ଅଧୀନରେ ଅତିରିକ୍ତ ନିର୍ଦ୍ଦେଶକ ପଦବୀରେ ଥିବା ୨୪ଜଣ ଡାକ୍ତରଙ୍କୁ ସରକାର ବରିଷ୍ଠ ପ୍ରଶାସନିକ ଗ୍ରେଡ୍‌କୁ ପଦୋନ୍ନତି ଦେଇଛନ୍ତି ।
ଏହାପରେ ସିଡିଏମ୍‌ଓ ଓ ଅନ୍ୟ ସ୍ଥାନରେ ନିଯୁକ୍ତି ଦିଆଯାଇଛି ।

ପ୍ରଦୀପ କୁମାର ହୋତା ସୋନପୁର ସିଡିଏମ୍‌ଓ ନିଯୁକ୍ତ ହୋଇଥିବା ବେଳେ ମହେଶ ମୋହନ ପଣ୍ଡା ଝାରସୁଗୁଡ଼ା, ମ‌ନୋରଞ୍ଜନ ରାଉତ କେନ୍ଦ୍ରାପଡ଼ା, ରବୀନ୍ଦ୍ରନାଥ ମିଶ୍ର କୋରାପୁଟ, ରା‌ଜେନ୍ଦ୍ର ପାଣିଗ୍ରାହୀ ଜଗତସିଂହପୁର, ଗୌରୀ ଶଙ୍କର ବଳ ଅନୁଗୁଳ, ସୁଶାନ୍ତ ନାୟକ ଗଞ୍ଜାମ, କୁବେର ଚନ୍ଦ୍ର ମହାନ୍ତ ବରଗଡ଼, ବିନୋଦ ବିହାରୀ ମିଶ୍ର କେନ୍ଦୁଝର, ବିଜୟ ମିଶ୍ର ଯାଜପୁର, ଅକ୍ଷୟ କୁମାର ଶତପଥୀ ପୁରୀ, ସଞ୍ଜୟ କୁମାର ମହାପାତ୍ର ଢେଙ୍କାନାଳ, କିଶୋର କୁମାର ଆଚାର୍ଯ୍ୟ ମୟୂରଭଞ୍ଜ, ସଞ୍ଜୟ ଚନ୍ଦ୍ର ରୟ ଖୋର୍ଦ୍ଧା, ସୁରେଶ ଚନ୍ଦ୍ର ମହାନ୍ତି ସୁନ୍ଦରଗଡ଼, ଭି. ସରୋଜିନୀ ଦେବୀ ସିଡିଏମ୍‌ଓ ରାୟଗଡ଼ା, ଦୋଳମଣି ପ୍ରଧାନ ମାଲକାନଗିରି ସିଡିଏମ୍‌ଓ ଭାବେ ନିଯୁକ୍ତ ହୋଇଛନ୍ତି । ଏହାସହ ଜ୍ଞାନବ୍ରତ ମହାନ୍ତି ଓ ମଦନ ମୋହନ ପ୍ରଧାନଙ୍କୁ ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶାଳୟରେ ନିଯୁକ୍ତି ମିଳିଛି । ଅନ୍ୟପଟେ ପ୍ରଦୀପ ଗୁରୁ ସିଡିଏମ୍‌ଓ ବୌଦ୍ଧ, କିଶୋର କୁମାର ପୃଷ୍ଟି ସିଡିଏମ୍‌ଓ କଳାହାଣ୍ଡି, ପ୍ରଭାତ କୁମାର ବେହେରାଙ୍କର ସିଡିଏମ୍‌ଓ ବାଲେଶ୍ବର ଭାବେ ବଦଳି ହୋଇଛି । ସବ୍ୟସାଚୀ ପଟ୍ଟନାୟକଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ଓ ବରଦା କାନ୍ତ ମିଶ୍ରଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟକୁ ବଦଳି କରାଯାଇଛି ।

  • Related Posts

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    Spread the love

    Spread the loveଜେଏମଜେର ବ୍ୟୁରୋ : ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଗୁରୁବାର ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଛନ୍ତି ନବୀବ ।…

    ବିଲ୍ ବାକି ଥିଲେ ବି କାଟିପାରିବେନି ବିଦ୍ୟୁତ ସଂଯୋଗ: ଶକ୍ତିମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବିଲ୍ ବାକି ଥିଲେ ବି କାଟିପାରିବେନି ବିଦ୍ୟୁତ ସଂଯୋଗ, ବିତରଣ କମ୍ପାନୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ।ବିଲ୍ ବାକି ଥିଲେ ବି କଟିବନି ବିଜୁଳି..ବିଦ୍ୟୁତ୍ ବିତରଣ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ.…

    Leave a Reply

    Your email address will not be published. Required fields are marked *

    You Missed

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ମୋକିମଙ୍କ ନୂଆ ଦଳ ଲୋକାର୍ପିତ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଲେ ନବୀନ

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    ଗଞ୍ଜେଇ ସହ ଆଇ ଟେନ କାର ଜବତ, ଡ୍ରାଇଭର ଫେରାର

    କଣ୍ଟାମାଳରେ ବାବା ସାହେବ ଡଃ ଆମ୍ୱେଦକର ଜନ୍ମ ଜୟନ୍ତୀ ପାଳିତ

    କଣ୍ଟାମାଳରେ ବାବା ସାହେବ ଡଃ ଆମ୍ୱେଦକର ଜନ୍ମ ଜୟନ୍ତୀ ପାଳିତ

    ଭରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ

    ଭରତ ରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ

    ଶ୍ରୀ ହନୁମାନ ସ୍ୱେଚ୍ଛାସେବୀ ଯୁବକ ସଙ୍ଘ ତରଫରୁ ୧୯ ତମ ମହା ବିଷୁବ ପଣା ସଂକ୍ରାନ୍ତି

    ଶ୍ରୀ ହନୁମାନ ସ୍ୱେଚ୍ଛାସେବୀ ଯୁବକ ସଙ୍ଘ ତରଫରୁ ୧୯ ତମ ମହା ବିଷୁବ ପଣା ସଂକ୍ରାନ୍ତି