ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଓ ସଲଗ୍ନ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଏପରିକି ଏହା ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି। ତେବେ ଅକ୍ଟୋବର ୨୫ ତାରିଖ ବେଳକୁ ଏହାର ସ୍ପଷ୍ଟ ସୂଚନା ମିଳିବ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟବାସୀ ବିଚଳିତ ହୁଅନ୍ତୁ ନାହିଁ। ଶୁକ୍ରବାର ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ୟୁରୋପିୟ ମଡେଲମାନଙ୍କୁ ଇଣ୍ଡିକେସନ ଭାବେ ନେଇ ଆମେ ପ୍ରସ୍ତୁତ ହେଉଛୁ | ଆଇଏମଡି ସହିତ ନିରନ୍ତର ଯୋଗାଯୋଗରେ ଅଛୁ | ଲଘୁଚାପ ହେବ ଏବଂ ପରେ ଅବପାତର ରୂପ ନେବ ଏବଂ ଆନ୍ଧ୍ର ପ୍ରଦେଶର ସମୁଦ୍ର ତଟ ଛୁଇଁବ କିନ୍ତୁ କେତେ କ୍ଷତିକର ହେବ ସେ ନେଇ ଆଇଏମଡି ପକ୍ଷରୁ ସଠିକ ଆକଳନ ଏପର୍ଯ୍ୟନ୍ତ କରାଯାଇ ନାହିଁ | ତେବେ ଏନେଇ ଶୁକ୍ରବାର ସୁଦ୍ଧା ସ୍ପଷ୍ଟ ସୂଚନା ମିଳିଯିବ । ଓଡିଶାବାସୀ ବିଚଳିତ ହୁଅନ୍ତୁ ନାହୁଁ, ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।







