ପୁରୀ ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କଲେ ଅଭିନେତା ଗୋବିନ୍ଦା।

Spread the love

ପୁରୀ: ଜେଏମଜେ ନ୍ୟୁଉଜ : ବଲିଉଡ୍ ସୁପରଷ୍ଟାର ଗୋବିନ୍ଦା ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପବିତ୍ର ବିଜୟାଦଶମୀ ଅବସରରେ ସେ ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରିଛନ୍ତି। ଆଶ୍ୱିନ ଶୁକ୍ଳ ଦଶମୀ ତିଥିରେ ଚତୁର୍ଦ୍ଧାମୁର୍ତ୍ତିଙ୍କ ଦର୍ଶନ ପାଇ ବେଶ ଭାବ ବିହ୍ୱଳ ହୋଇଛନ୍ତି ଗୋବିନ୍ଦା। ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ବ୍ୟାପକ ସ୍ଵାଗତ କରାଯାଇଥିଲା।ଜୟ ଜଗନ୍ନାଥ କହି ଭାବବିହ୍ବଳ ହେବା ସହ ମହାପ୍ରଭୁଙ୍କୁ ସଦାସର୍ବଦା ମାନି ଆସିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଗୋବିନ୍ଦା। ମହାପ୍ରଭୁଙ୍କ ପାଖରେ ଥିବା ବିଶ୍ୱାସ ମତେ ବାରମ୍ବାର ଟାଣି ଆଣୁଛି ବୋଲି ସେ କହିଛନ୍ତି। ବିଜୟା ଦଶମୀ ତିଥିରେ ମହାପ୍ରଭୁଙ୍କ ଦର୍ଶନ ସୌଭାଗ୍ୟ ଥିଲେ ମିଳେ ବୋଲି କହିବା ସହ ସେ ସୁନାବେଶର ଦିବ୍ୟ ଦର୍ଶନ ତାଙ୍କ ପାଇଁ ପ୍ରଥମ। ମହାପ୍ରଭୁଙ୍କ ଦର୍ଶନ ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ବିଜୟାଦଶମୀ ଭଳି ପବିତ୍ର ଦିନରେ ଜଗା ଦର୍ଶନ କରିବା ତାଙ୍କର ସୌଭାଗ୍ୟ। ମହାପ୍ରଭୁଙ୍କ ଆଶୀର୍ବାଦ ମଣିଷକୁ ଜୀବନର ସବୁ ସଂଘର୍ଷର ସାମ୍ନା କରିବାକୁ ଶକ୍ତି ଦିଏ।

ସେ ସମଗ୍ର ଦେଶବାସୀଙ୍କ ସୁଖ, ସମୃଦ୍ଧି ଓ କଲ୍ୟାଣ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ତେବେ ଆଗାମୀ ଦିନରେ ପୁଣି ମହାପ୍ରଭୁଙ୍କ ଡୋରି ଲାଗିଲେ ପୁରୀ ଆସିବି। ମହାପ୍ରଭୁଙ୍କୁ ପାଖରେ ସଦାସର୍ବଦା ବିଶ୍ୱାସ କରିବା ସହ ମାନି ଆସୁଥିବି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ। ପ୍ରାୟ ଅଧା ଘଣ୍ଟାର ଦର୍ଶନ ମଧ୍ୟରେ ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ସହ, ପାର୍ଶ୍ଵ ଦେବାଦେବୀ, ମା ଲକ୍ଷ୍ମୀଙ୍କ ମନ୍ଦିର ଦର୍ଶନ ସାନିଧ୍ୟ ମତେ ନେଇଥିଲେ। ମନ୍ଦିରରେ ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନ ଓ ସେବାୟତମାନଙ୍କ ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ଏବଂ ତାଙ୍କୁ ଦେଖିବା ପାଇଁ ସେଠାରେ ପ୍ରବଳ ଭକ୍ତଙ୍କ ଗହଳି ଜମିଥିଲା।

  • jmjnewso

    Related Posts

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    Spread the love

    Spread the love କଟକ :  ଜେଏମଜେ ନ୍ୟୁଜ : ବାତ୍ୟା ଅର୍ଣ୍ଣବ ସତ୍ତ୍ୱେ ଚାଲିବ ମାଧ୍ୟମିକ ଶିକ୍ଷା ପରିଷଦର ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା। କିନ୍ତୁ ୫ ଟି ଜିଲ୍ଲାରେ ବୋର୍ଡ ପକ୍ଷରୁ ଖାତା ଦେଖା ସ୍ଥଗିତ…

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ବ୍ୟୁରୋ : ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଏ ନେଇ ସମୀକ୍ଷା ମଧ୍ୟ କରିଛନ୍ତି । ଏସ୍ଆର୍ସି କହିଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ବୁଗୁଡ଼ା ଅବକାରୀ ବିଭାଗର ବଡ଼ ସଫଳତା;୧୦୦ ଗ୍ରାମ ଧଳା ଜହର ସହ ଜଣେ ଗିରଫ

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ତଳେ ପୋଖରୀର ଦୂଷିତ ଜଳ, ଉପରେ ବିପଦାତ୍ମକ ବିଦ୍ୟୁତ ତାର

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି

    ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଏସ୍ଆରସି