ହାଡ଼ିଗୁଡ଼ାରେ ବିଜେପିର ସାଂଗଠନିକ ବୈଠକ ଓ ମିଶ୍ରଣ ପର୍ବ

Spread the love


କାଶୀପୁର: ଜେଏମଜେ ନ୍ୟୁଜ (ସୁପ୍ରିୟା ଷଡ଼ଙ୍ଗୀ ): ରାୟଗଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଶୀପୁର ବ୍ଲକ୍‌ର ଡଙ୍ଗାସିଲ୍ ମଣ୍ଡଳ ଅଧୀନସ୍ଥ ହାଡ଼ିଗୁଡ଼ାଠାରେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ସାଂଗଠନିକ ବୈଠକ ଓ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଜେଡି ଓ କଂଗ୍ରେସ ଦଳର ପ୍ରାୟ ୬୦ ଜଣ କାର୍ଯ୍ୟକର୍ତ୍ତା ବିଜେପିର ନୀତି, ଆଦର୍ଶ ଓ ଜନସେବାମୂଳକ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ବହୁ ପୁରୁଖା ନେତା ଓ ଅଭିଜ୍ଞ କାର୍ଯ୍ୟକର୍ତ୍ତା ରହିଥିବା କୁହାଯାଇଛି।


ବୈଠକରେ ବିଜେପି ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦ, ଜିଲ୍ଲା ସମ୍ପାଦକ ତରୁଣ ଗରଡ଼ିଆ, ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀ ହଳଧର ମିଶ୍ର, ରାୟଗଡ଼ା ଯୁବ ନେତା ତଥା ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର ଏସ୍‌ଟି ମୋର୍ଚ୍ଚା ଉପସଭାପତି ସଚିତାନନ୍ଦ ସାମନ୍ତ, ବେଲଧର ମାଝୀ, ନବୀନ ଏବଂ ଆଇଟି ସେଲ୍‌ର କୋ-କନ୍‌ଭେନର୍ ପୁରୁଷୋତ୍ତମଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।


ବୈଠକରେ ଅଞ୍ଚଳର ବିଭିନ୍ନ ଜନସମସ୍ୟା, ଲୋକଙ୍କ ଆବଶ୍ୟକତା ଏବଂ ସେଗୁଡ଼ିକର ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ଅଞ୍ଚଳର ପ୍ରମୁଖ ସମସ୍ୟାଗୁଡ଼ିକୁ ଲିଖିତ ଆକାରରେ ଜିଲ୍ଲା ସଭାପତିଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ଅଞ୍ଚଳର ବିକାଶ ଦିଗରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସମନ୍ୱିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।


ହାଡ଼ିଗୁଡ଼ାରେ ପହଞ୍ଚିବା ପରେ ସ୍ଥାନୀୟ ମହିଳାମାନେ ହୁଳହୁଳି, କରତାଳି ଓ ଉତ୍ସାହଭରା ନାରା ମାଧ୍ୟମରେ ନେତୃବୃନ୍ଦଙ୍କୁ ସ୍ୱାଗତ କରିଥିଲେ। ସେମାନଙ୍କର ଏହି ଆତ୍ମୀୟତା ଓ ସ୍ନେହପୂର୍ଣ୍ଣ ସ୍ୱାଗତ ଉପସ୍ଥିତ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲା।
ଏହି ମିଶ୍ରଣ ପର୍ବ ଡଙ୍ଗାସିଲ୍ ମଣ୍ଡଳରେ ବିଜେପି ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଆଗାମୀ ଦିନରେ ଅଞ୍ଚଳର ବିକାଶ ଓ ଜନସମସ୍ୟାର ସମାଧାନ ଦିଗରେ ନୂତନ ଆଶା ସୃଷ୍ଟି କରିଥିବା ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି।
“ଜନସାଧାରଣଙ୍କ ଭଲପାଇବା ଆମ ପାଇଁ ଆଶୀର୍ବାଦ ଏବଂ ସେମାନଙ୍କ ବିଶ୍ୱାସ ଆମର ଶକ୍ତି” ବୋଲି ଉପସ୍ଥିତ ନେତୃବୃନ୍ଦ ମତବ୍ୟକ୍ତ କରିବା ସହ ଜନସେବା ପାଇଁ ନିରନ୍ତର କାର୍ଯ୍ୟ କରିବାର ସଂକଳ୍ପ ନେଇଥିଲେ।

  • jmjnewso

    Related Posts

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    Spread the love

    Spread the loveଜେଏମଜେ ନ୍ୟୁଜ : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ଏବଂ ରାଜ୍ୟ ସରକାରଙ୍କ…

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    Spread the love

    Spread the loveଜେଏମଜେ ବ୍ୟୁରୋ : ବାତ୍ୟା ଅର୍ଣ୍ଣବକୁ ନେଇ ଏବେ ଉଭୟ କନ୍ଧମାଳ ଓ ଜିଲା ପ୍ରଶାସନର ବଡ଼ ନିଷ୍ପତି କ୍ରମେ ଗାଜଲବାଡି ଘାଟିକୁ ଉଭୟ ପଟରୁ ସିଲ କରାଯାଇଛି। କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡି ବିଡ଼ିଓ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ