ବାର୍ଷିକ ଉତ୍ସବ ସମାରୋହ

Spread the love

ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଆଇ ବି ଛକ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ଵ ବିଦ୍ୟାଳୟ, ପ୍ରଭୁ ପ୍ରୀତ ଭବନ ଠାରେ 30ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି |ଏହି ଅଂଚଳର ମୁଖ୍ୟ ସେବା କେନ୍ଦ୍ର ଆସ୍କା ଶାନ୍ତି ଶକ୍ତି ଭବନ ର ସଂଚାଳିକା ରାଜ ଯୋଗିନୀ ପ୍ରଭାତୀ ଭଉଣୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା |ଏହି କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ର ପୂର୍ବତନ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ଆଇ ଆଇ ସି ଶ୍ରୀଯୁକ୍ତ ନିରଞ୍ଜନ ଦାସ, ଆସିକା ବାଳିକା ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ପଣ୍ଡା, ସମାଜ ସେବି, ଶ୍ରୀଯୁକ୍ତ ଶମ୍ଭୁ ଲିଙ୍ଗମ ଆଚାରୀ ଏବଂ ଯୁବ ବିଜେଡି ସଭାପତି ତଥା କାଉନସିଲର ଭଗବାନ ସ୍ୱାଇଁ ଏବଂ ଶତାଧିକ ଭାଇ ଭଉଣୀ ଯୋଗ ଦେଇଥିଲେ | ରାଜ ଯୋଗିନୀ ପ୍ରଭାତୀ ସଂସ୍ଥା ର ଇତିହାସ ତଥା ଉତ୍ତମ ସମାଜ ଗଠନ ଦିଗରେ ସଂସ୍ଥାର ଭୂମିକା ସମ୍ପର୍କ ରେ ବର୍ଣ୍ଣନା କରିଥିଲେ | ମୁଖ୍ୟ ଅତିଥି ଲତିକା ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ ଯେ ଏହି ଆଧ୍ୟାତ୍ମିକ ଶିକ୍ଷା ପ୍ରେତ୍ୟକେ ନିଜ ଘରର ପୁଅ ମାନଙ୍କୁ ଦେବା ନିହାତି ଆବଶ୍ୟକ, ଯଦ୍ୱାରା ଝିଅ ମାନଙ୍କ ପ୍ରତି ସେମାନଙ୍କ ଦୃଷ୍ଟିକୋଣ ବଦଳି ଯିବ ଏବଂ ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ହିଁ ସମାଜରୁ ବଳାତ୍କାର ଓ ଗଣଧର୍ଷଣ ଭଳି ଅପରାଧକୁ ମଧ୍ୟ ରୋକା ଯାଇ ପାରିବ | ଆଇ ଆଇ ସି ସାର ଏହି ସଂସ୍ଥା ସମାଜ ରେ ଶାନ୍ତି ର ବାର୍ତ୍ତା ପ୍ରଦାନ କରେ ବୋଲି ମତବ୍ୟକ୍ତ କରିଥିଲେ | ଅନ୍ୟାନ୍ୟ ଅତିଥି ଅନୁଷ୍ଠାନ ର ଭୁୟସୀ ପ୍ରଶଂସା କରିଥିଲେ, ସୁଜ୍ଞାନୀ ଭଉଣୀ ରାଜଯୋଗ ର ଅଭ୍ୟାସ କରାଇ ଥିଲେ, ନିରୁପ୍ରଭା ଭଉଣୀ ଧନ୍ୟବାଦ ଅର୍ପଣ ଓ ସତ୍ୟପ୍ରିୟ ସଭା କାର୍ଯ୍ୟ ପରିଚାଳନା କରିବା ସହିତ ଅନ୍ୟାନ୍ୟ ଭାଇ ଭଉଣୀ ଯେପରି ଅନୁରାଧା, ଧରଣୀ, ଆଶା, ଭାଗ୍ୟବାନି ଓ ବଳରାମ, ବିଶ୍ୱନାଥ, ପ୍ରଦୀପ, ଚରଣ, ନାଗେଶ୍ୱର, କାଳୁ ଇତ୍ୟାଦି ସହଯୋଗ କରିଥିଲେ |

  • jmjnewso

    Related Posts

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    Spread the love

    Spread the loveମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲମାଲକାନଗିରି: ଜେଏମଜେ ନ୍ୟୁଜ ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ…

    ତିନି ଜିଲ୍ଲାର ଆଇନଶୃଙ୍ଖଳା ସମୀକ୍ଷା କଲେ ପୋଲିସ ଡିଜି

    Spread the love

    Spread the loveଜେଏମଜେ ବ୍ୟୁରୋ : ଆଜି ବାଲେଶ୍ୱରରେ ଗସ୍ତରେ ଅଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର। ପୂର୍ବାଞ୍ଚଳ ରେଞ୍ଜରେ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଏବଂ ଆଗାମୀ ପାର୍ବଣକୁ ନେଇ ପୂର୍ବାଞ୍ଚଳ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ…

    Leave a Reply

    Your email address will not be published. Required fields are marked *

    You Missed

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 22 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    ନିଟ ସଫଳତା ପରେ ଅକ୍ଷୀପ୍ତାରାଣୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା.

    • By jmjnewso
    • September 13, 2026
    • 30 views
    ନିଟ ସଫଳତା ପରେ ଅକ୍ଷୀପ୍ତାରାଣୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା.

    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    • By jmjnewso
    • September 13, 2026
    • 18 views
    ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି

    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    • By jmjnewso
    • September 13, 2026
    • 25 views
    ଦୁଇ ବସ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜୀବନ

    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    • By jmjnewso
    • September 12, 2026
    • 43 views
    ମାଲକାନଗିରିରେ ଲଗାଣ ବର୍ଷା, ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ

    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ

    • By jmjnewso
    • September 12, 2026
    • 38 views
    ଭିଜିଲାନ୍ସ ଜାଲରେ ରାଉରକେଲାର ଅବକାରୀ ଅଧୀକ୍ଷକ