ବାର୍ଷିକ ଉତ୍ସବ ସମାରୋହ

Spread the love

ଜେଏମଜେ ବ୍ୟୁରୋ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଆଇ ବି ଛକ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ଵ ବିଦ୍ୟାଳୟ, ପ୍ରଭୁ ପ୍ରୀତ ଭବନ ଠାରେ 30ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି |ଏହି ଅଂଚଳର ମୁଖ୍ୟ ସେବା କେନ୍ଦ୍ର ଆସ୍କା ଶାନ୍ତି ଶକ୍ତି ଭବନ ର ସଂଚାଳିକା ରାଜ ଯୋଗିନୀ ପ୍ରଭାତୀ ଭଉଣୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା |ଏହି କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ର ପୂର୍ବତନ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ଆଇ ଆଇ ସି ଶ୍ରୀଯୁକ୍ତ ନିରଞ୍ଜନ ଦାସ, ଆସିକା ବାଳିକା ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ପଣ୍ଡା, ସମାଜ ସେବି, ଶ୍ରୀଯୁକ୍ତ ଶମ୍ଭୁ ଲିଙ୍ଗମ ଆଚାରୀ ଏବଂ ଯୁବ ବିଜେଡି ସଭାପତି ତଥା କାଉନସିଲର ଭଗବାନ ସ୍ୱାଇଁ ଏବଂ ଶତାଧିକ ଭାଇ ଭଉଣୀ ଯୋଗ ଦେଇଥିଲେ | ରାଜ ଯୋଗିନୀ ପ୍ରଭାତୀ ସଂସ୍ଥା ର ଇତିହାସ ତଥା ଉତ୍ତମ ସମାଜ ଗଠନ ଦିଗରେ ସଂସ୍ଥାର ଭୂମିକା ସମ୍ପର୍କ ରେ ବର୍ଣ୍ଣନା କରିଥିଲେ | ମୁଖ୍ୟ ଅତିଥି ଲତିକା ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ ଯେ ଏହି ଆଧ୍ୟାତ୍ମିକ ଶିକ୍ଷା ପ୍ରେତ୍ୟକେ ନିଜ ଘରର ପୁଅ ମାନଙ୍କୁ ଦେବା ନିହାତି ଆବଶ୍ୟକ, ଯଦ୍ୱାରା ଝିଅ ମାନଙ୍କ ପ୍ରତି ସେମାନଙ୍କ ଦୃଷ୍ଟିକୋଣ ବଦଳି ଯିବ ଏବଂ ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ହିଁ ସମାଜରୁ ବଳାତ୍କାର ଓ ଗଣଧର୍ଷଣ ଭଳି ଅପରାଧକୁ ମଧ୍ୟ ରୋକା ଯାଇ ପାରିବ | ଆଇ ଆଇ ସି ସାର ଏହି ସଂସ୍ଥା ସମାଜ ରେ ଶାନ୍ତି ର ବାର୍ତ୍ତା ପ୍ରଦାନ କରେ ବୋଲି ମତବ୍ୟକ୍ତ କରିଥିଲେ | ଅନ୍ୟାନ୍ୟ ଅତିଥି ଅନୁଷ୍ଠାନ ର ଭୁୟସୀ ପ୍ରଶଂସା କରିଥିଲେ, ସୁଜ୍ଞାନୀ ଭଉଣୀ ରାଜଯୋଗ ର ଅଭ୍ୟାସ କରାଇ ଥିଲେ, ନିରୁପ୍ରଭା ଭଉଣୀ ଧନ୍ୟବାଦ ଅର୍ପଣ ଓ ସତ୍ୟପ୍ରିୟ ସଭା କାର୍ଯ୍ୟ ପରିଚାଳନା କରିବା ସହିତ ଅନ୍ୟାନ୍ୟ ଭାଇ ଭଉଣୀ ଯେପରି ଅନୁରାଧା, ଧରଣୀ, ଆଶା, ଭାଗ୍ୟବାନି ଓ ବଳରାମ, ବିଶ୍ୱନାଥ, ପ୍ରଦୀପ, ଚରଣ, ନାଗେଶ୍ୱର, କାଳୁ ଇତ୍ୟାଦି ସହଯୋଗ କରିଥିଲେ |

  • jmjnewso

    Related Posts

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    Spread the love

    Spread the loveଜେଏମଜେ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା କଳିଙ୍ଗା ଘାଟିର ବିଭିନ୍ନ ଭୂସ୍ଖଳନ ସ୍ଥାନ ପରିଦର୍ଶନ କରିଥିଲେ । ଏହି…

    ବାତ୍ୟା ‘ଅର୍ଣ୍ଣବ’ପୂର୍ବରୁ ଆଶ୍ରୟସ୍ଥଳୀ ବୁଲି ଯାଞ୍ଚ କଲେ ଜିଲ୍ଲାପାଳ

    Spread the love

    Spread the loveଜେଏମଜେ ବ୍ୟୁରୋ : ବାତ୍ୟା ଅର୍ଣ୍ଣବକୁ ନେଇ ସଜାଗ ଗଞ୍ଜାମ ଜିଲ୍ଲା ପ୍ରଶାସନ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ବାତ୍ୟା ଆଶ୍ରୟସ୍ଥଳୀରେ କିଭଳି ରହିଛି ବ୍ୟବସ୍ଥା? ଜରୁରୀକାଳୀନ ପରିସ୍ଥିତିରେ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ