ଓଡ଼ିଶାରାଜ୍ୟ ସଡ଼କ ନୀତି ପ୍ରସ୍ତୁତି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

Spread the love

ଜେଏମଜେ ବ୍ୟୁରୋ : ରାଜ୍ୟରେ ପୂର୍ତ୍ତ, ଜଳ ସଂପଦ,ଗ୍ରାମ୍ୟ ଉନ୍ନୟନ,ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷଆଦି ଦ୍ୱାରା ନିର୍ମିତ ହୋଇଥିବା ଓ ନିର୍ମାଣ ହେବାକୁ ଥିବା ସଡକ ନେଟ୍ୱାର୍କର ସଫଳ କାର୍ୟ୍ୟ କାରିତା ସଂପର୍କରେ ଓଡ଼ିଶା ରାଜ୍ୟ ସଡ଼କ ନୀତି ପ୍ରସ୍ତୁତି କରାଯିବା ନେଇ ଗତ ଗୁରୁବାର ଅପରାହ୍ନରେ ଲୋକସେବାଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଇଥିଲା।

ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜ ୟକୁମାର ସିଂ ଙ୍କ ସମେତ ସଂପୃକ୍ତ ବିଭାଗର ସର୍ବୋଚ୍ଚଯନ୍ତ୍ରୀ, ବିଭାଗୀୟ ଉଚ୍ଚ ପଦାଧିକାରୀ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ପୂର୍ତ୍ତ ବିଭାଗ ତରଫରୁ ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୪ରେ ରହିଥିବା ବିଭିନ୍ନ ବିଷୟ ଉପରେ ଉପସ୍ଥାପନ କରାଯାଇଥିଲା ।

ରାଜ୍ୟରେ ଥିବା ସଡ଼କ ଭିତ୍ତି ଭୂମିର ସୁଦୃଢ଼ୀ କରଣ ଓ ଟ୍ରାଫିକ୍ ଦୃଷ୍ଟିରୁ କ୍ଷମତା ବୃଦ୍ଧି କରିବା, ଟ୍ରାଫିକ୍ ପରିଚାଳନା ଦୃଷ୍ଟିରୁ ଯୋଗୁଁ ଗୋଟିଏ ବିଭାଗ ଦ୍ୱାରା ନିର୍ମିତ ଓ ପରିଚାଳିତ ରାସ୍ତା ଅନ୍ୟ ବିଭାଗକୁ ହସ୍ତାନ୍ତର କରାଯିବା ନିମନ୍ତେ ଆନ୍ତଃ ବିଭାଗୀୟ ସଡ଼କ ସ୍ଥାନାନ୍ତର ବ୍ୟବସ୍ଥା, ସଡ଼କ ରକ୍ଷଣା ବେକ୍ଷଣ ପାଇଁ ନିରନ୍ତରତା ଭିତ୍ତିରେ ପାଣ୍ଠି ଉପଲବ୍ଧ ହେବା, ସଡ଼କ ସୁରକ୍ଷାକୁ ନିଶ୍ଚିତ କରିବା ଦୃଷ୍ଟିରୁ ଏହି ନୀତି ପ୍ରସ୍ତୁତିର ଆବଶ୍ୟକତା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଏଥିପାଇଁ ଆନ୍ତଃ ବିଭାଗୀୟ ସଡ଼କ ସ୍ଥାନାନ୍ତର ନିମନ୍ତେ ମାର୍ଗଦର୍ଶିକା (ଏସଓପି) ରହିବା ସଂପର୍କରେ ମଧ୍ୟ ସବିଶେଷ ଆଲୋଚନା କରାଯାଇଛି ।
ବୈଠକରେସଂପୃକ୍ତ ସମସ୍ତ ବିଭାଗର ସଚିବ, ସର୍ବୋଚ୍ଚ ଯନ୍ତ୍ରୀ ଓ ପଦାଧିକାରୀ ମାନେ ଆଲୋଚନାରେ ଅଂଶଗ୍ରହଣ କରି ମତ ରଖିଥିଲେ ।ଏହି ଚିଠା ସଡ଼କ ନୀତି ପ୍ରସ୍ତୁତି ପରେ ସଂପୃକ୍ତ ସବୁ ବିଭାଗକୁ ଅବଗତ କରାଯିବା ସହ ସମସ୍ତ ଜିଲ୍ଲାପାଳ ମାନଙ୍କୁ ମଧ୍ୟ ଆବଶ୍ୟକ ଅନୁଧ୍ୟାନ ଓ ମତାମତ ପାଇଁ ପ୍ରେରଣ କରାଯିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା ।
ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ପ୍ରସ୍ତାବିତ ଓଡ଼ିଶା ରାଜ୍ୟ ସଡ଼କ ନୀତି ଯେପରି ଗମନା ଗମନ, ପ୍ରୟୋଗାତ୍ମକ ଦୃଷ୍ଟିରୁ ଅଧିକ ବଳିଷ୍ଠହୋଇପାରିବ, ସେଥିପାଇଁ ଅଧିକ ଆଲୋଚନା ସହିତ ବିଶେଷଜ୍ଞ ମାନଙ୍କ ମତାମତ ନିଆଯିବାକୁ ମତ ରଖିଥିଲେ।

  • Related Posts

    ଓଡ଼ିଶାକୁ ବାତ୍ୟା ଭୟ ! ୨୬ରୁ ବଢ଼ିବ ବର୍ଷା: ବିଭିନ୍ନ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

    Spread the love

    Spread the loveଜେଏମଜେ ନ୍ୟୁଜ : ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା । ଆସନ୍ତାକାଲି ଅବପାତ ସୃଷ୍ଟି ହେବା ପରେ ୨୫ରେ ଗଭୀର ଅବପାତରେ ପରିଣତ ହେବ । ଏହାପରେ ୨୬ ସକାଳ ବେଳକୁ ଏହା ବାତ୍ୟାର ରୂପ ନେଇପାରେ ।…

    ବଙ୍ଗୋପସାଗରରେ ଭୀଷଣ ବାତ୍ୟା ଆଶଙ୍କା, ଓଡ଼ିଶା ପାଇଁ ବଢ଼ିଲା ଚିନ୍ତା

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଆସୁଛି ବାତ୍ୟା ! ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ପାଣିପାଗ ବିଶେଷଜ୍ଞ ମାନେ କହିଛନ୍ତି । ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ର ବଙ୍ଗୋପସାଗରରେ…

    Leave a Reply

    Your email address will not be published. Required fields are marked *

    You Missed

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    କଳିଙ୍ଗା ଘାଟି ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଟିମ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ: ଭୂସ୍ଖଳନ ଭୟରେ ଗାଜଲବାଡି ଘାଟି ସିଲ୍‌

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡି ଆସୁଛି ଅର୍ଣ୍ଣବ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ୍ବାର୍ଣ୍ଣିଂ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ

    ବାତ୍ୟା ସତ୍ତ୍ୱେ ଜାରି ରହିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତାଦେଖା,କିନ୍ତୁ ୫ ଜିଲ୍ଲାରେ ସ୍ଥଗିତ