ମଦ୍ରାସା କୁ ନେଇ ତେଜିଲା ରାଜନୀତି.

Spread the love

ମଦ୍ରାସା ବୋର୍ଡକୁ ବନ୍ଦ କରାଯାଉ । ରାଜ୍ୟ ସରକାର ମଦ୍ରାସାକୁ ଦେଉଥିବା ସମସ୍ତ ଅନୁଦାନ ବନ୍ଦ କରିଦିଅନ୍ତୁ । ଏନସିପିସିଆର ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏହି ଚିଠି କରିବା ପରେ ତେଜିଛି ବିବାଦ । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ବାହାରେ ତମ୍ୱି ତୋଫାନ ହୋଇଥିବାବେଳେ ଓଡିଶାରେ ବି ଆରମ୍ଭ ହୋଇଯାଇଛି ରାଜନୀତି

ଏନସିପିସିଆରର ଏଭଳି ସୁପାରିଶକୁ ଉଭୟ କଂଗ୍ରେସ ଓ ବିଜେଡି ବିରୋଧ କରିବା ସହ ପରୋକ୍ଷରେ ବିଜେପି ସରକାର ଉପରେ ବର୍ଷିଛନ୍ତି । ରାଜନୈତିକ ଏଜେଣ୍ଡା ପାଇଁ ଶିକ୍ଷା ବ୍ୟବସ୍ଥାକୁ ବଳି ନପକାଯାଉ ବୋଲି କଂଗ୍ରେସ କହିଛି । ଏହି ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇବେ ବୋଲି କହିଛନ୍ତି ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ । ଅନ୍ୟପଟେ ବିଜେଡି ଓ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଛି ବିଜେପି । ବିଜେଡି ସରକାର ସମୟରେ ରାଜ୍ୟର ମଦ୍ରାସାରେ ଅନେକ ଅନିୟମିତତା ହେଉଥିଲା ବୋଲି ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଅଭିଯୋଗ ଆଣିଛି

ରାଜ୍ୟରେ ମଦ୍ରାସା ବୋର୍ଡ ଦ୍ୱାରା ୧୫୫ ଟି ମଦ୍ରାସା ବିଦ୍ୟାଳୟ ପରିଚାଳିତ ହେଉଛି । ଏହିସବୁ ବିଦ୍ୟାଳୟରେ ୧୦ ହଜାର ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ଶିକ୍ଷାନୁଷ୍ଠାନରେ ପାଠ ପଢାଇବାରେ ନିୟୋଜିତ ଅଛନ୍ତି ୮୦୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ । ରାଜ୍ୟ ସରକାର କେବଳ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦରମା ବାବଦକୁ ଟଙ୍କା ଦେଉଥିବାବେଳେ ଅନ୍ୟ ସମସ୍ତ ଖର୍ଚ୍ଚ ବ୍ୟକ୍ତିଗତ ସ୍ତରରେ ଆଦାୟ କରାଯାଇ ବିଦ୍ୟାଳୟର ଖର୍ଚ୍ଚ ବହନ କରାଯାଏ ବୋଲି କହିଛି ଓଡିଶା ଉର୍ଦ୍ଦୁ ସର୍କଲ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଓଡିଶା ଉର୍ଦ୍ଦୁ ସର୍କଲର ସଂପାଦକ ସୈଏଦ ବର୍କତ ଅଲ୍ଲୀ ତନଓ୍ୱିର

ମଦ୍ରାସାରେ ଶିକ୍ଷା ଅଧିକାର ଆଇନକୁ ଉଲଂଘନ କରାଯାଉଛି ଓ ଦକ୍ଷ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କର ଶିକ୍ଷାର ମାନ କମୁଛି ବୋଲି ଏନସିପିସିଆର ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି। ଆଉ ଅନୁଦାନ ବନ୍ଦ କରିବାକୁ କହିଛି। ତେବେ ଏନସିପିସିଆରର ଚିଠି ପରେ ମଦ୍ରାସାର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି

  • Related Posts

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    Spread the love

    Spread the loveଜେଏମଜେ ବ୍ୟୁରୋ : ଆସନ୍ତାକାଲି ପବିତ୍ର ଗଣେଶ ଚତୁର୍ଥୀ। ଧରାପୃଷ୍ଠକୁ ଓହ୍ଲାଇବେ ବିଘ୍ନହର୍ତ୍ତା, ସିଦ୍ଧିଦାତା ପ୍ରଭୁ ଶ୍ରୀଗଜାନନ। ବାପ୍ପାଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଶେଷ ପର୍ୟ୍ୟାୟରେ ପହଞ୍ଚିଛି ପୂଜା ମଣ୍ଡପର ସାଜସଜ୍ଜା, ମୂର୍ତ୍ତି…

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    Spread the love

    Spread the loveଜେଏମଜେ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନ ଏବଂ ଜନସେବାର ୨୫ ବର୍ଷ ପୂରଣ କରୁଛନ୍ତି। ଏହି ଅବସରରେ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ “ସେବା ସଂକଳ୍ପ ଅଭିଯାନ” ଆରମ୍ଭ ହେବ।…

    Leave a Reply

    Your email address will not be published. Required fields are marked *

    You Missed

    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    • By jmjnewso
    • September 13, 2026
    • 17 views
    ରାତିପାହିଲେ ଅଗ୍ରପୂଜ୍ୟଙ୍କ ପୂଜା, ଉତ୍ସବମୁଖର ଗାଁ ଠୁ ସହର

    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    • By jmjnewso
    • September 13, 2026
    • 22 views
    ନୂଆଁଖାଇ ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଶାଳପତ୍ରର ଚାହିଦା ବଢୁଛି

    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    • By jmjnewso
    • September 13, 2026
    • 17 views
    ଅମିତ ଶାହଙ୍କ ବଡ ଘୋଷଣା, ୨୦୨୯ ପୂର୍ବରୁ NDA ଶାସିତ ସମସ୍ତ ୨୧ଟି ରାଜ୍ୟରେ ଲାଗୁହେବ UCC

    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    • By jmjnewso
    • September 13, 2026
    • 45 views
    ସ୍ୱର୍ଗଦ୍ୱାରରେ ସରିଗଲା କାଠ ,୩ ଘଣ୍ଟା ଧରି ପଡ଼ିରହିଲେ ୨୫ରୁ ଊର୍ଦ୍ଧ୍ବ ଶବ

    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    • By jmjnewso
    • September 13, 2026
    • 32 views
    ଅନିଲ୍ସ ଉତ୍ସବ -୨୦୨୬ ଅନୁଷ୍ଠିତ

    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

    • By jmjnewso
    • September 13, 2026
    • 53 views
    ଘରୋଇ ବସ୍ ମାଡିଯାଇ ନାବାଳିକା ମୃତ: ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ