DGP-IGP ସମ୍ମିଳନୀଅନୁଷ୍ଠିତ ହୋଇଯାଇଛି ଫୋକସ୍ ରେ ରହିଛି ଆଇନଶୃଙ୍ଖଳା ।

Spread the love

କଟକ : ଜେଏମଜେ ନ୍ୟୁଜ : DGP-IGP ସମ୍ମିଳନୀଅନୁଷ୍ଠିତ ହୋଇଯାଇଛି ଫୋକସ୍ ରେ ରହିଛି ଆଇନଶୃଙ୍ଖଳା । ଆଇନଶୃଙ୍ଖଳାରୁ ସାଇବର ଅପରାଧ, ମାଓ ଦମନ ପର୍ଯ୍ୟନ୍ତ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡିଛି । ପୋଲିସ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ DGP-IGP ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପୋଲିସକୁ ୧୦ ପରାମର୍ଶ ଦେଇଛନ୍ତି । ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ହେଉଥିବା ଏହି ସମ୍ମିଳନୀରେ ଓଡ଼ିଶାର ସାମଗ୍ରିକ ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣକୁ ନେଇ ବିସ୍ତୃତ ସମୀକ୍ଷା ହୋଇଛି।

ରାଜ୍ୟର ବିଭିନ୍ନ ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି, ସଙ୍ଗଠିତ ଅପରାଧ, ହତ୍ୟା, ଡକାୟତି, ନିଶା କାରବାର ଓ ଅନ୍ୟ ଗୁରୁତର ଅପରାଧ ରୋକିବା ପାଇଁ ପୁଲିସର ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଜିଲ୍ଲାୱାରୀ ଅପରାଧ ସ୍ଥିତି ସହ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ବିଶେଷ ଫୋକସ୍ ରଖାଯାଇଛି। ସେହିପରି ମହିଳାଙ୍କ ବିରୋଧରେ ଅପରାଧ, ନିଖୋଜ ଶିଶୁ, ମାନବ ଚାଲାଣ ଏବଂ ମହିଳା ଓ ଶିଶୁ ସମ୍ପର୍କିତ ମାମଲାର ତ୍ୱରିତ ତଦନ୍ତ ମଧ୍ୟ ଆଲୋଚନାର ଏକ ପ୍ରମୁଖ ବିଷୟ ରହିଛି। ଏଭଳି ମାମଲାରେ ତଦନ୍ତର ଗୁଣବତ୍ତା ବଢ଼ାଇବା ଓ ଦୋଷୀଙ୍କୁ ଶୀଘ୍ର ଦଣ୍ଡ ଦେବା ପାଇଁ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଛି।

ଏପଟେ ଅନଲାଇନ୍ ଠକେଇ, ଡିଜିଟାଲ୍ ଆରେଷ୍ଟ, ଆର୍ଥିକ ସାଇବର ଠକେଇ ଓ ସୋସିଆଲ୍ ମିଡିଆର ଅପବ୍ୟବହାର ଭଳି ନୂଆ ଧରଣର ଅପରାଧ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି। ସାଇବର ଥାନା ଓ ସାଇବର ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ତଦନ୍ତକାରୀ ଅଧିକାରୀଙ୍କୁ ଉନ୍ନତ ପ୍ରଶିକ୍ଷଣ ଏବଂ ଟେକ୍ନୋଲୋଜିର ଅଧିକ ବ୍ୟବହାର ଉପରେ ମଧ୍ୟ ଚର୍ଚ୍ଚା ହୋଇଛି। ସମ୍ମିଳନୀରେ ମାଓବାଦୀ ପ୍ରଭାବିତ ଓ ସୀମାନ୍ତ ଜିଲ୍ଲାର ସୁରକ୍ଷା ସ୍ଥିତି ମଧ୍ୟ ସମ୍ମିଳନୀର ଅନ୍ୟତମ ପ୍ରମୁଖ ଏଜେଣ୍ଡା ରହିଛି।

ମାଓବାଦୀଙ୍କ ବିରୋଧରେ ଅପରେସନ୍, ଗୁଇନ୍ଦା ସୂଚନାର ଆଦାନପ୍ରଦାନ ଏବଂ ପଡ଼ୋଶୀ ରାଜ୍ୟ ସହ ସମନ୍ୱୟକୁ ଆହୁରି ମଜଭୁତ କରିବା ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ସେହିପରି ଥାନା ସ୍ତରରେ ଲୋକଙ୍କୁ ଉନ୍ନତ ସେବା, ଅଭିଯୋଗର ତ୍ୱରିତ ସମାଧାନ, ପୁଲିସର ବ୍ୟବହାର ଏବଂ ସାଧାରଣ ଲୋକଙ୍କ ସହ ପୁଲିସର ସମ୍ପର୍କକୁ ଅଧିକ ଭରସାଯୋଗ୍ୟ କରିବା ଉପରେ ମଧ୍ୟ ଫୋକସ୍ ରହିଛି।

CCTV, ଡିଜିଟାଲ୍ ପୁଲିସିଂ, ଡାଟା ଆନାଲିସିସ୍ ଓ ଅନ୍ୟ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ବଢ଼ାଇବା ମଧ୍ୟ ଆଲୋଚନାରେ ସ୍ଥାନ ପାଇଛି । ଏହାସହ ଟ୍ରାଫିକ୍ ପରିଚାଳନା, ସଡ଼କ ସୁରକ୍ଷା, ନିଶାଦ୍ରବ୍ୟ ଚୋରାଚାଲାଣ, ସଙ୍ଗଠିତ ଅପରାଧ, ପୁଲିସ ବାହିନୀର ଆଧୁନିକୀକରଣ, ଖାଲି ପଦବୀ ପୂରଣ, ପ୍ରଶିକ୍ଷଣ ଓ ପୁଲିସ କର୍ମଚାରୀଙ୍କ କଲ୍ୟାଣ ଭଳି ପ୍ରସଙ୍ଗ ମଧ୍ୟ ରାଜ୍ୟସ୍ତରୀୟ ସମ୍ମିଳନୀରେ ଆଲୋଚନା ହୋଇଛି । ସାମଗ୍ରିକ ଭାବେ ଅପରାଧ ପ୍ରତି ଜିରୋ ଟଲରାନ୍ସ, ତ୍ୱରିତ ତଦନ୍ତ, ଆଧୁନିକ ପୁଲିସିଂ ଏବଂ ଲୋକଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ପୁଲିସ ବ୍ୟବସ୍ଥା ଦିଗରେ ଆଗାମୀ ରଣନୀତି ଏହି ସମ୍ମିଳନୀର ମୁଖ୍ୟ ଫୋକସ୍ ରହିଥିବା ଜଣାପଡିଛି।

  • jmjnewso

    Related Posts

    ଘରେ ଘରେ ଜଳିବ ‘ଆଶୀର୍ବାଦର ଦୀପ’;ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ୱାନ

    Spread the love

    Spread the loveଭୁବନେଶ୍ୱର:ଜେଏମଜେ ନ୍ୟୁଜ : ରାଜ୍ୟର ସମସ୍ତ ମହିଳା ହିତାଧିକାରୀମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜ ଘରେ ଦୀପ ପ୍ରଜ୍ୱଳନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା…

    ଆଜିଠୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ଠପ ରହିବ ବ୍ୟାଙ୍କିଙ୍ଗ୍‌ ସେବା !

    Spread the love

    Spread the loveଜେଏମଜେ ନ୍ୟୁଜ : ଆଜିଠୁ ଶୁକ୍ରବାରକୁ ମିଶାଇ ଲଗାତର ୫ ଦିନ ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ ହୋଇପାରେ । ୫ ଦିନ କାର୍ଯ୍ୟ ସପ୍ତାହ କାର୍ଯ୍ୟାନ୍ୱୟନରେ ବିଳମ୍ବ, ପ୍ରଦର୍ଶନ-ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍ଆଇ) ସ୍କିମକୁ ନେଇ ମତଭେଦ ଏବଂ ପେନସନ୍ ପ୍ରସଙ୍ଗ…

    Leave a Reply

    Your email address will not be published. Required fields are marked *

    You Missed

    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

    • By jmjnewso
    • September 11, 2026
    • 16 views
    ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ  ପ୍ରସ୍ତୁତି

    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    • By jmjnewso
    • September 11, 2026
    • 38 views
    ଜିଲ୍ଲାପାଳ ଙ୍କ ଅଫିସ ଆଗରେ ଗାଁ ସାଥି ସଙ୍ଘ ର ଆନ୍ଦୋଳନ

    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    • By jmjnewso
    • September 11, 2026
    • 26 views
    ଅରବିନ୍ଦ ନଗର ରାସ୍ତା ଅତି କଦର୍ଯ୍ୟ , ପ୍ରତିକାର ଦାବି

    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    • By jmjnewso
    • September 11, 2026
    • 45 views
    ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ନେଇ ସରପଞ୍ଚ ସଙ୍ଘ ପକ୍ଷରୁ ଗଞ୍ଜାମ SP ଙ୍କୁ ଅଭିଯୋଗ।

    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    • By jmjnewso
    • September 11, 2026
    • 32 views
    ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଖଲ୍ଲିକୋଟ ଥାନା ଏଏସଆଇ ସୁଜିତ ପାଣିଗ୍ରାହୀ

    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

    • By jmjnewso
    • September 11, 2026
    • 52 views
    ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା